ETV Bharat / state

Onion Price Hike: ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ମହିଳା କଂଗ୍ରେସ

author img

By ETV Bharat Odisha Team

Published : Nov 3, 2023, 7:01 AM IST

ପିଆଜ ଦର ବୃଦ୍ଧି ପ୍ରତିବାଦରେ ରାଜଧାନୀରେ ଗର୍ଜିଲେ ମହିଳା କଂଗ୍ରେସ କର୍ମୀ । ବିକ୍ଷୋଭକାରୀମାନେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ପିଆଜ କିଲୋ ପିଛା ପ୍ରତି ୩୦ ଟଙ୍କାରେ ବ୍ରିକି କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

women wing of congress stages protest
ଦରବୃଦ୍ଧି ପ୍ରତିବାଦ କଲା ମହିଳା କଂଗ୍ରେସ

ଦରବୃଦ୍ଧି ପ୍ରତିବାଦ କଲା ମହିଳା କଂଗ୍ରେସ

ଭୁବନେଶ୍ୱର: ପିଆଜ ଦର ବୃଦ୍ଧି ପ୍ରତିବାଦରେ ତାତିଲେ ମହିଳା କଂଗ୍ରେସ କର୍ମୀ । ଏନେଇ ଗୁରୁବାର ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳୀ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଜିଲ୍ଲା ମହିଳା କଂଗ୍ରେସ ନେତ୍ରୀ ଶୋଭାଯାତ୍ରାରେ ବାହାରିଥିଲେ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବହୁ ନେତୃବୃନ୍ଦ ଏଥିରେ ସାମିଲ ହୋଇ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଣ୍ଟିନ ଛକଠାରେ ପିଆଜ କିଲୋ ପିଛା ପ୍ରତି ୩୦ ଟଙ୍କାରେ ବ୍ରିକି କରିଥିବା ଦେଖିବାକୁ ମିଳିଛି ।

ମହିଳା କଂଗ୍ରେସ ରାଜ୍ୟ ଉପସଭାନେତ୍ରୀ ରଶ୍ମି ମହାପାତ୍ର କହିଛନ୍ତି, "ପିଆଜ ବଜାରରେ ନିଆଁ ଲାଗିଛି । ଏ ଅପାରଗ ୨୩ ବର୍ଷର ସରକାର ପ୍ରତିବର୍ଷ ରାଜ୍ୟର ଖାଉଟିମାନଙ୍କୁ ପିଆଜ ଓ ଆଳୁକୁ ଚଢ଼ା ଦାମରେ ବିକ୍ରି କରାଇ ହନ୍ତସନ୍ତ କରୁଛନ୍ତି ।" ରାଜ୍ୟରେ ବର୍ତ୍ତମାନ ହୁ ହୁ ହୋଇ ବଢୁଥିବା ପିଆଜ ଦର ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ମହିଳା କଂଗ୍ରେସ । ପିଆଜ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ଖାଉଟି ଓ ଯୋଗାଣ ବିଭାଗ ସମ୍ପୂର୍ଣ୍ଣ ବିଫଳ ବୋଲି ଅଭିଯୋଗ ଆଣିଛି ।


"ରାଜ୍ୟରେ ୩.୯୫ ଲକ୍ଷ ମେଟ୍ରିକ୍‌ ଟନର ପିଆଜ ଉତ୍ପାଦନ ହେଉଛି ବୋଲି ରାଜ୍ୟ ଉଦ୍ୟାନ ବିଭାଗର ଅଧିକାରୀମାନେ କହୁଥିଲା ବେଳେ ରାଜ୍ୟର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଭିନ୍ନ ଏକ ତଥ୍ୟ ଦେଉଛନ୍ତି । ରାଜ୍ୟର କୃଷିମନ୍ତ୍ରୀ ବିଧାନସଭାରେ ରାଜ୍ୟର ୩.୭୫ ଲକ୍ଷ ମେଟ୍ରିକ ଟନ୍‌ର ପିଆଜ ଉତ୍ପାଦନ ହେଉଛି ବୋଲି କହୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ରାଜ୍ୟ ପିଆଜ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ବୋଲି ସରକାର ବାରମ୍ବାର କହୁଥିଲାବେଳେ କାହିଁକି ରାଜ୍ୟବାସୀ ପିଆଜ କିଲୋ ୮୦ ଟଙ୍କା ଚଢ଼ା ଦରରେ କିଣୁଛନ୍ତି ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି କଂଗ୍ରେସ ।

ଏହା ବି ପଢନ୍ତୁ...Onion Price Hike: କଂଗ୍ରେସର ନିଆରା ପ୍ରତିବାଦ, ଅଧା ଦରରେ ପିଆଜ ବିକିଲେ ଦଳୀୟ କର୍ମୀ


ମହିଳା କଂଗ୍ରେସ ରାଜ୍ୟ ଉପସଭାନେତ୍ରୀ କହିଛନ୍ତି, "ରାଜ୍ୟ ସରକାର ୨୦୧୫ ମସିହାରେ 'ପିଆଜ ମିଶନ' କରିଥିଲେ । ୧୫ କୋଟି ଟଙ୍କା ବ୍ୟୟବରାଦ କଲେ । କିନ୍ତୁ ଫଳ କାହିଁକି ଶୁନ ? ପୂର୍ବତନ କୃଷିମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥି ରାଜ୍ୟରେ ୩୦୦ଟି ଶୀତଳ ଭଣ୍ଡାର କରିବେ ବୋଲି କହିଥିଲେ । ୯ ବର୍ଷ ଭିତରେ ଗୋଟିଏ ବି ଶୀତଳ ଭଣ୍ଡାର କରିନାହାନ୍ତି । ରାଜ୍ୟର ପିଆଜ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ବ୍ୟବସାୟୀ ମାଲାମାଲ । ଖାଉଟି ହନ୍ତସନ୍ତ । ମୁଖ୍ୟମନ୍ତ୍ରୀ ଏକ ନମ୍ବର । ଏଇ ତ ଆମର ସରକାର ।" ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟର ବିଶ୍ୱଜିତ୍ ଦାସ, ସୁଭଦ୍ରା ମିଶ୍ର, ରଶ୍ମି ମହାପାତ୍ର, ଚୈତାଳୀ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.