ETV Bharat / state

ମହିଳା ଇନ୍ସୁରାନ୍ସ ଏଜେଣ୍ଟଙ୍କୁ ଘୋଷାଡି ନେଲା ଟ୍ରକ

author img

By

Published : Oct 23, 2020, 7:12 PM IST

ରାଜଧାନୀରେ ଖଣ୍ଡଗିରି ଛକ ଠାରେ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ସ୍କୁଟି ଚାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୋଲିସ ଥାନାରେ ଅଟକ ରଖିଛି । ଅଧିକ ପଢନ୍ତୁ...

Woman insurance agent killed in tragic road accident
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଇନ୍ସୁରାନ୍ସ ଏଜେଣ୍ଟ ମୃତ

ଭୁବନେଶ୍ବର: ରାଜଧାନୀରେ ଶୁକ୍ରବାର ଖଣ୍ଡଗିରି ଛକରେ ଦୁର୍ଘଟଣା ଘଟିଛି । ଡୁମୁଡୁମାରୁ ବରମୁଣ୍ଡା ଅଭିମୁଖେ ଯାଉଥିବା ସ୍କୁଟିକୁ ପଛପଟୁ ଟ୍କକ୍ ଧକ୍କା ଦେଇଥିଲା । ଫଳରେ ସ୍କୁଟି ଚଲାଉଥିବା ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନା ମୁତାବକ, ଡୁମୁଡୁମାରୁ ବରମୁଣ୍ଡା ଅଭିମୁଖେ ଯାଉଥିବା OD 33V1450 ନମ୍ବରର ସ୍କୁଟିକୁ ପଛପଟୁ ଏକ OD04N4211ର ଟ୍ରକ୍ ଧକ୍କା ଦେଇଥିଲା । ସ୍କୁଟି ଚଲାଉଥିବା ମହିଳା ପଡିଯିବାରୁ ଟ୍ରକଟି ଇନସୁରାନ୍ସ ଏଜେଣ୍ଟ ମହିଳା ଜଣଙ୍କୁ ଚାପିଦେଇଥିଲା । ଫଳରେ ମହିଳା ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଉଛନ୍ତି ରଘୁନାଥ ନଗରର ପ୍ରୀତି ନାୟକ । ସେ ପଟିଆସ୍ଥିତ କାର୍ଯାଳୟରେ ଏଲଆଇସି ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର 3ଟି ଛୋଟ ପିଲା ରହିଥିବାର ସୂଚନା ମିଳିଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଧକ୍କା ଦେଇଥିବା ଟ୍ରକ୍‌ଟିକୁ ଜବତ କରି ଥାନାରେ ଅଟକ ରଖିଛି । ତେବେ ରାଜଧାନୀରେ ଏହି କିଛି ମାସ ମଧ୍ୟରେ ଅଧିକ ମାତ୍ରାରେ ଦୁର୍ଘଟଣା ବଢି ଚାଲିଛି । କିଛିଦିନ ପୂର୍ବେ ଅକ୍ଟୋବର 14 ତାରିଖରେ ନୟାପଲ୍ଲୀ ସିଆରପି ଓଭରବ୍ରିଜ ଉପରେ ଦୁର୍ଘଟଣା ଘଟି ଜଣଙ୍କର ଜୀବନ ଯାଇଥିଲା ବେଳେ ଅଗଷ୍ଟ 26 ତାରିଖରେ ନାଲକୋ ଛକଠାରେ ଦୁର୍ଘଟଣା ଘଟି 3ଜଣଙ୍କ ଜୀବନ ଯାଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.