ETV Bharat / state

ନବବର୍ଷରେ ନବବଧୂଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

author img

By

Published : Jan 2, 2023, 4:12 PM IST

ପଞ୍ଚସଖା ନଗରର ଏକ ଭଡା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢନ୍ତୁ

woman hanging dead body found
woman hanging dead body found

woman hanging dead body found

ଭୁବନେଶ୍ୱର: ଭଡାଘରୁ ନବବଧୂଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ବର ଖଣ୍ଡଗିରି ଥାନା ପଞ୍ଚସଖା ନଗରରେ ଏଭଳି ଘଟଣା ଘଟିଥିବା ବେଳେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ମୃତ ମହିଳା ଜଣଙ୍କ ହେଉଛନ୍ତି ସୁନିତା ପଟ୍ଟନାୟକ । ବୟସ ୨୭ବର୍ଷ ।

ମିଳିଥିବା ସୂଚନା ଅନୁଯାୟୀ, ସୁନିତା ପଟ୍ଟନାୟକ ନୟାଗଡ଼ ଅଞ୍ଚଳର ବିମଳ ପଟ୍ଟନାୟକଙ୍କୁ ଗତ ୯ ମାସ ତଳେ ବିବାହ କରିଥିଲେ। ଏହାପରେ ଉଭୟ ଭୁବନେଶ୍ବରର ପଞ୍ଚସଖା ନଗରରେଏକ ଭଡା ଘରେ ରହୁଥିବା ବେଳେ ତାଙ୍କ ସ୍ୱାମୀ ଏକ ବିଲଡର ପାଖରେ କାମ କରୁଥିଲେ । ହେଲେ ପ୍ଲଟ କିଣିବାକୁ ସୁନିତାଙ୍କ ବାପଘରକୁ ୧ ଲକ୍ଷ ଟଙ୍କା ଦାବି କରୁଥିଲେ । ଏପରିକି ପୁଅର ଭିଣୋଇ ଓ ବାପା ମଧ୍ୟ ଘରକୁ ଆସି ଟଙ୍କା ମାଗୁଥିବାର ମଧ୍ୟ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ ।

ତେବେ ଗତକାଲି (ରବିବାର) ଝୁଲନ୍ତା ଅବସ୍ଥାରେ ଘର ମଧ୍ୟରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ମହିଳାଙ୍କ ପରିବାର ଲୋକେ ଝିଅକୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିଲା ଏବଂ ଏଥିପାଇଁ ତାକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Russian Tourists Death Case: 4 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ NHRCର ନିର୍ଦ୍ଦେଶ

ପୋଲିସ ଏହି ଘଟଣାରେ ଅପମୃତ୍ୟୁ ମାମଲା ରୁଜୁ କରିଛି ଅଧିକ ତଦନ୍ତ ଜାରି ରଖିଛି‌ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୋଲିସ ତରଫରୁ କିଛି ସୂଚନା ହସ୍ତଗତ ହୋଇ ନାହିଁ । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.