ETV Bharat / state

ଭୁବନେଶ୍ବରରେ ଟିପର ଧକ୍କାରେ ମହିଳା ମୃତ: ସହର ଭିତରେ ଭାରୀଯାନ ପ୍ରବେଶକୁ ନେଇ ପ୍ରଶ୍ନ ?

author img

By ETV Bharat Odisha Team

Published : Jan 10, 2024, 5:55 PM IST

Woman died as tipper lorry rams : ରାଜଧାନୀରେ ଘାଟିକିଆ-ସମ୍ ହସପିଟାଲ ରାସ୍ତାରେ ମହିଳାଙ୍କୁ ଚାପି ଦେଲା ଟିପର୍ । ସହର ମଧ୍ୟକୁ ଜନଗହଳି ସମୟରେ ଭାରୀଯାନ ପ୍ରବେଶକୁ ନେଇ ଉଠିଛି ପ୍ରଶ୍ନ । ଅଧିକ ପଢନ୍ତୁ

ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା ; ଟିପର ଧକ୍କାରେ ମହିଳା ମୃତ
ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା ; ଟିପର ଧକ୍କାରେ ମହିଳା ମୃତ

ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା ; ଟିପର ଧକ୍କାରେ ମହିଳା ମୃତ

ଭୁବନେଶ୍ବର : ସରକାରଙ୍କ ତରଫରୁ ନିକଟରେ ଜାନୁଆରୀ ପ୍ରଥମ ସପ୍ତାହକୁ ସଡକ ସୁରକ୍ଷା ସପ୍ତାହ ଭାବେ ପାଳନ କରାଯାଇଛି। କିନ୍ତୁ ବିଭିନ୍ନ ସଚେତନ ଧର୍ମୀ କାର୍ଯ୍ୟକ୍ରମ ହେବା ସତ୍ତ୍ବେ କମୁନି ସଡ଼କ ଦୁର୍ଘଟଣା । ସୁରକ୍ଷା ସପ୍ତାହ ସରିବାର କିଛି ଦିନ ପରେ ପୁଣି ଯାଇଛି ନିରୀହ ଜୀବନ । ରାଜଧାନୀରେ ମହିଳାଙ୍କୁ ଚାପି ଦେଇଛି ଟିପର୍ । ଘାଟିକିଆ-ସମ୍ ହସପିଟାଲ ରାସ୍ତାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ମୃତକ ମହିଳା ସୁରେଖା କେରକେଟା । ସେ ନବରଙ୍ଗପୁର ପୌର ନିର୍ବାହୀ ଅଧିକାରୀ ଶଙ୍କର କେର୍‌କେଟାଙ୍କ ପତ୍ନୀ ।

ସୂଚନା ଅନୁଯାୟୀ, ସେ କଳିଙ୍ଗବିହାର ରେ ରହୁଥିଲେ । ଗତକାଲି ଅପରାହ୍ନ 4ଟା ସମୟରେ ସେ IGKC ଡାକ୍ତରଖାନା ପାଖ ପେଟ୍ରୋଲ ପମ୍ପକୁ ଯାଇଥିଲେ । ପେଟ୍ରୋଲ୍ ପମ୍ପ୍ ସମ୍ମୁଖରେ ୟୁ-ଟର୍ନ ନେବା ବେଳେ ଏକ ମେଟାଲ ବୋଝେଇ ଟିପର୍ (ଓଡି-୧୪-ଏ-୪୨୨୭) ତାଙ୍କୁ ଶକ୍ତ ଧକ୍କା ଦେଇଥିଲା । ଫଳରେ ସେ ଛିଟିକି ପଡ଼ିବା ସହ ତାଙ୍କ ଉପରେ ଟିପର୍ ମାଡ଼ି ପଳାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଭରତପୁର ଥାନା ପୁଲିସ ଓ ପିସିଆର ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ହସ୍ପିଟାଲକୁ ପଠାଇଥିଲେ ।

ଏହା ମଧ୍ୟ ପଢନ୍ତୁ .... କାମ ଦେଉନି ସଚେତନତା; ବଲାଙ୍ଗୀରରେ ବଢୁଛି ସଡକ ଦୁର୍ଘଟଣା, ଗଡୁଛି ମୁଣ୍ଡ

ସହର ମଧ୍ୟରେ ଦିନ ସମୟରେ କିଭଳି ଭାରୀଯାନ ପ୍ରବେଶ କରିଲା ଓ ଏଥିପାଇଁ ଅନୁମତି ଥିଲା କି ଏଭଳି ପ୍ରଶ୍ନ ସାଧାରଣରେ ସୃଷ୍ଟି ହୋଇଛି । ସହର ଭିତରେ ଦିନ ସମୟରେ ସହରବାସୀଙ୍କ ଯାତାୟତ ପାଇଁ ଭାରିଯାନ ଯିବା ଆସିବା ଉପରେ ନିଷେଧ ରହିଛି । ତଥାପି ବେଆଇନ ଭାବେ ଅନେକ ଭାରୀଯାନ ପ୍ରବେଶ କରୁଛି । ବାଲି, ଗୋଡି, ସିମେଣ୍ଟ, ଲୁହା ଛଡଠାରୁ ଆରମ୍ଭ କରି ଅନେକ ପ୍ରକାର ଜିନିଷ ନେବା ଆଣିବା କରୁଛନ୍ତି । ଏପରିକି ଅଣଓସାରିଆ ରାସ୍ତା ଦେଇ ଭାରୀଯାନ ଯିବା ଆସିବା କରୁଥିବା ବେଳେ, ଲୋକଙ୍କ ପାଇଁ କାଳ ସାଜୁଛି ।

ଟ୍ରାଫିକ ପୋଲିସ କେବଳ ଲୋକ ଦେଖାଣିଆ ଚେକିଂ ସାରି ନିଜର ଦାୟିତ୍ବ ତୁଟାଉଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ଭୁବନେଶ୍ବର ଏସିପି (ଟ୍ରାଫିକ) ଜୟନ୍ତ ଦୋରା କହିଛନ୍ତି ଯେ, କେବଳ ଜାତୀୟ ରାଜପଥରେ ଦିନ ସମୟରେ ଭାରୀଯାନ ଯାତାୟତ ପାଇଁ ଅନୁମତି ରହିଛି । କିନ୍ତୁ ସହର ଭିତରକୁ ପ୍ରବେଶ ପାଇଁ ଅନେକ ସମୟରେ ପୋଲିସ ଓ ଟ୍ରାଫିକର ଅନୁମତି ନେଇଥାନ୍ତି । ତେବେ ସେହି ଗାଡ଼ିଟି ଅନୁମତି ନେଇଛି କି ନାହିଁ ତାର ଯାଞ୍ଚ କରାଯାଉଛି । ଏନେଇ ଫାଇନ ପ୍ରାବଧାନ ରହିବା ସହ ଆବଶ୍ୟକ ପଡ଼ିଲେ ଗିରଫର ମଧ୍ୟ ନିୟମ ରହିଛି। ତେବେ ଏଭଳି ଏକ ଅଘଟଣ ପାଇଁ ଦାୟୀ କିଏ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.