ETV Bharat / state

କେତେ ସକ୍ରିୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ, ପ୍ରସଙ୍ଗ ଖୋଜିବାରେ ବିଫଳ କି ?

author img

By ETV Bharat Odisha Team

Published : Nov 20, 2023, 4:40 PM IST

Updated : Nov 20, 2023, 5:43 PM IST

ଦୁଇ ଦଶନ୍ଧୀ ପରେ କ୍ଷମତାକୁ ଫେରିବା ପାଇଁ ଉଦ୍ୟମ କରୁଥିବା କଂଗ୍ରେସ ଟିକିଏ ପଛୁଆ ପଡିଥିବା ଚର୍ଚ୍ଚା । କାରଣ ପୁରା ନିର୍ବାଚନ ମୁଡରେ ଥିବା କଂଗ୍ରେସ, ପ୍ରଚାର କମିଟି, ଇସ୍ତାହାର କମିଟି ଗଠନ କରିସାରିଛି । ହେଲେ କେଉଁ ପ୍ରସଙ୍ଗକୁ ଧରି ଦଳ ନିର୍ବାଚନକୁ ଯିବ ତାହା ଏପର୍ଯ୍ୟନ୍ତ ପ୍ରଚାର କମିଟି ମୁଖ୍ୟ ବରିଷ୍ଠ ନେତା ବିଜୟ ପଟ୍ଟନାୟକ ସ୍ଥିର କରିପାରିନାହାଁନ୍ତି । ପ୍ରଶ୍ନ ଉଠୁଛି ପଛରେ ପଡିଯାଇଛନ୍ତି କି ବିଜୟ ପଟ୍ଟନାୟକ ? ଅଧିକ ପଢନ୍ତୁ

କେତେ  ସକ୍ରିୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ, ପ୍ରସଙ୍ଗ ଖୋଜିବାରେ ବିଫଳ କି?
କେତେ ସକ୍ରିୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ, ପ୍ରସଙ୍ଗ ଖୋଜିବାରେ ବିଫଳ କି?

କେତେ ସକ୍ରିୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ

ଭୁବନେଶ୍ବର: ଆଗାମୀ 2024 ନିର୍ବାଚନ ପାଖେଇ ଆସୁଛି । ନିର୍ବାଚନ ପାଇଁ ତିନି ଦଳର ଚାଲିଛି ଯୋରଦାର ପ୍ରସ୍ତୁତି । ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ ତ୍ରିମୁଖୀ ଲଢେଇ । ନିର୍ବାଚନ ବିଦ୍ଧିବଧ ଭାବେ ଘୋଷଣା ହୋଇନଥିଲେ ବି ସାରା ରାଜ୍ୟରେ ବୋହିଲାଣି ନିର୍ବାଚନର ମାହୋଲ । ସବୁ ଦଳ ଏବେ ନିର୍ବାଚନ ମୁହାଁ ହୋଇଥିବା ବେଳେ, ଶାସକ ବିଜେଡି ସରକାରୀ ଯୋଜନା ସହିତ ଦଳୀୟ ସଂଗଠନକୁ ଆଧାର କରି ନିର୍ବାଚନ ଲଢିବ । ମୁଖ୍ୟ ବିରୋଧୀ ବିଜେପି ମଧ୍ୟ ନିଜେ ରଣନୀତି ଅନୁସାରେ ଆଗକୁ ବଢୁଛି । ହେଲେ ଦୁଇ ଦଶନ୍ଧୀ ପରେ କ୍ଷମତାକୁ ଫେରିବା ପାଇଁ ଉଦ୍ୟମ କରୁଥିବା କଂଗ୍ରେସ ଟିକିଏ ପଛୁଆ ପଡିଥିବା ଚର୍ଚ୍ଚା । କାରଣ ପୁରା ନିର୍ବାଚନ ମୁଡରେ ଥିବା କଂଗ୍ରେସ, ପ୍ରଚାର କମିଟି, ଇସ୍ତାହାର କମିଟି ଗଠନ କରିସାରିଛି । ହେଲେ କେଉଁ ପ୍ରସଙ୍ଗକୁ ଧରି ଦଳ ନିର୍ବାଚନକୁ ଯିବ ତାହା ଏପର୍ଯ୍ୟନ୍ତ ପ୍ରଚାର କମିଟି ମୁଖ୍ୟ ବରିଷ୍ଠ ନେତା ବିଜୟ ପଟ୍ଟନାୟକ ସ୍ଥିର କରିପାରିନାହାଁନ୍ତି । ପ୍ରଶ୍ନ ଉଠୁଛି ପଛରେ ପଡିଯାଇଛନ୍ତି କି ବିଜୟ ପଟ୍ଟନାୟକ ?

ଏନେଇ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, ‘‘ଆମର ବର୍ତ୍ତମାନ ବିଭିନ୍ନ ସ୍ତରରେ କାମ ଆରମ୍ଭ କରିଛୁ । ବ୍ଲକ ସ୍ତରରେ ବ୍ଲକ ଘେରାଉ ଆରମ୍ଭ ହୋଇଯାଇଛି । ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ହୋଇଛି । ଗାଁ, ପଞ୍ଚାୟତ ଓ ବ୍ଲକ ସ୍ତରରେ ଘରେ ଘରେ ପହଞ୍ଚିବା କାମ ଜାରି ରହିଛି । ଏହାକୁ ଅଧିକ ତରାନ୍ବିତ କରିବା ଜରୁରୀ ହୋଇପଡିଛି । ପ୍ରଚାରରେ ଆମେ ପଛରେ ନାହୁଁ । ପିସିସି ସଭାପତି ଓ ମୋ ମଧ୍ୟରେ ସମ୍ପର୍କ ଭଲ ରହିଛି । ଉତ୍ତମ ବୁଝାମଣାରେ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଉଛି । ଯାହା କାର୍ଯ୍ୟକ୍ରମ ହେଉଛି ମିଳିମିଶି କରୁଛୁ । ଆଗାମୀ ଦିନରେ ଆହୁରି ତୀବ୍ର ହେବ ପ୍ରଚାର। ଲୋକଙ୍କ ସମସ୍ୟାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବୁ । ସମସ୍ୟାକୁ ଆଣି ସରକାରଙ୍କ ପାଖରେ ରଖିବୁ । ପ୍ରଚାର ଆଗକୁ ଆହୁରି ଜୋରଦାର ହେବ ।’’

ଅଧିକ ପଢନ୍ତୁ- ୨୦୨୪ରେ କଂଗ୍ରେସର ସରକାର କରିବ: ବିଜୟ ପଟ୍ଟନାୟକ

ସେପଟେ ପିସିସି ସଭାପତି ଶରତ ପଟ୍ଟନାଯକ କହିଛନ୍ତି କଂଗ୍ରେସର କୌଣସି କାର୍ଯ୍ୟକ୍ରମ ପଛରେ ପଡିନାହିଁ । କଂଗ୍ରେସ ନିଜ ଯୋଜନା ଅନୁସାରେ କାର୍ଯ୍ୟକ୍ରମମାନ କରୁଛି । ଲୋକଙ୍କ ସ୍ବାର୍ଥକୁ ନେଇ ଦଳ ଲଢେଇ କରୁଛି । ଯାହା ଆଗାମୀ ମାସ ଠାରୁ ଆହୁରି ତୀବ୍ର ହେବ। ସରକାର ବିରୋଧର ଜନଅସନ୍ତୋଷ ଅଛି । ସରକାର ଦୁର୍ନୀତିରେ ବୁଡି ରହିଛି । ବିଜେପି ବଡ ବଡ ପ୍ରତିଶୃତି ଦେଇ ପାଳନ କରିନାହିଁ । ତେଣୁ ଆଗାମୀ ଦିନରେ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ଦଳ ଯିଏ ଓଡିଶାର ବିକାଶ କରିପାରିବ । ସେହିପରି 5 ଟି ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ କଂଗ୍ରେସ ସପକ୍ଷରେ ଯିବ । ଯାହାର ପ୍ରଭାବ ଆଗାମୀ ଦିନରେ ଓଡିଶା ଉପରେ ମଧ୍ୟ ପଡିବ ବୋଲି ଶରତ କହିଛନ୍ତି ।

ଅନ୍ୟପଟେ ବରିଷ୍ଠ ରାଜନତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି ନିର୍ବାଚନକୁ ଆଉ ଅଳ୍ପ ସମୟ ରହିଲା । କେଉଁ କେଉଁ ପ୍ରସଙ୍ଗ ନେଇ କଂଗ୍ରେସ କ୍ୟାମ୍ପେନ କରିବ ସେନେଇ ସ୍ଥିର କରିନାହିଁ । ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଆଣିଲା ଭଳି ପ୍ରସଙ୍ଗ ନେଇ ନାହିଁ କଂଗ୍ରେସ । ତୃଣମୂଳ ସ୍ତରରେ ଏହାହିଁ ପ୍ରତିଫଳିତ ହେଉଛି । ସେ ଆହୁରି କହିଛନ୍ତି ଯେ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ମଧ୍ୟରେ ନିର୍ବାଚନୀ ପ୍ରଚାରକୁ ନେଇ ଯେପରି ତାଳମେଳ ରହିବା କଥା ସେପରି ରହୁନାହିଁ । ତେଣୁ ବଡ଼ ବଡ଼ ପ୍ରସଙ୍ଗ ଠାରୁ ଦୂରେଇ ଯାଉଛି କଂଗ୍ରେସ । ନିର୍ବାଚନୀ ପ୍ରସଙ୍ଗ ଚୟନ କରିବାରେ ବିଳମ୍ବ କରୁଛି କଂଗ୍ରେସ । ଯାହାର ପରିଣାମ ନିର୍ବାଚନରେ କଂଗ୍ରେସକୁ ଭୋଗିବାକୁ ପଡିବ ।

ନିକଟରେ ପୁରୀ ବଡଦାଣ୍ଡରେ କଂଗ୍ରେସ ପକ୍ଷରୁ ରତ୍ନ ଭଣ୍ଡାର ଖୋଲିବା ଏବଂ ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିବା ଦାବି ନେଇ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା । ଖୋର୍ଦ୍ଧାରେ ମଧ୍ୟ ବିଶାଳ ଜନ ସମାବେଶର ଆୟୋଜନ କରାଯାଇଥିଲା । ପ୍ରଚାର କମିଟି ଅଧ୍ୟକ୍ଷ ପ୍ରଚାରକୁ ଅଧିକ ତ୍ବରାନ୍ବିତ କରିବା ପରିବର୍ତ୍ତେ କେବଳ ଫେସବୁକ ଏବଂ ଅନ୍ୟ ସୋସିଆଲ ମିଡିଆରେ ବାର୍ତ୍ତା ଦେଇ ନୀରବ ଦ୍ରଷ୍ଟା ସାଜିଥିବା ରାଜନୀତିକ ସମୀକ୍ଷକ କହୁଛନ୍ତି । ଦେଖିବାର କଥା 2024 ନିର୍ବାଚନକୁ ଦୃଷ୍ଟି ରଖି ଏବଂ 5ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏହାକୁ ପାଥେୟ କରି କଂଗ୍ରେସ ଆଗକୁ କିପରି ବଢୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 20, 2023, 5:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.