୨୦୨୪ରେ କଂଗ୍ରେସର ସରକାର କରିବ: ବିଜୟ ପଟ୍ଟନାୟକ

By ETV Bharat Odisha Team

Published : Oct 30, 2023, 7:32 AM IST

thumbnail

ରାଉରକେଲା: ରାଉରକେଲା ଗସ୍ତରେ କଂଗ୍ରେସ ପ୍ରଦେଶ କମିଟି ପ୍ରଚାର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ୨୦୨୪ ନିର୍ବାଚନ ବର୍ଷ କଂଗ୍ରେସ ଦଳର ହେବ । ଏଥର କଂଗ୍ରେସ ଇତିହାସ ରଚିବ ଏବଂ ଲୋକଙ୍କ ସମସ୍ତ ଅସୁବିଧା ଦୂର ହେବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ବିଜୟ ପଟ୍ଟନାୟକ । ରାଜ୍ୟରେ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୀତିରେ ମଧ୍ୟ ସେତିକି ହଟ ଚମଟ ଦେଖା ଦେଉଛି । ସାଧାରଣ ନିର୍ବାଚନ ଲାଗି ଆରମ୍ଭ ହେଲାଣି ଜୋରଦାର ପ୍ରସ୍ତୁତି । ଏହାକୁ ନେଇ ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । କଂଗ୍ରେସ ଦଳ ମଧ୍ୟ ଏହି ଆଗାମୀ ନିର୍ବାଚନ ପ୍ରତି ନିଜର ପ୍ରସ୍ତୁତି ଆରମ୍ଭ ରହିଛି । ବର୍ତ୍ତମାନ ରାଜ୍ୟରେ କଂଗ୍ରେସର ସ୍ଥିତି କିଭଳି ଅଛି ଏବଂ କ'ଣ ରହିଛି । ଏହାକୁ ପରଖିବା ପାଇଁ ଏବଂ ତୃଣମୂଳ ସ୍ତରରେ କଂଗ୍ରେସକୁ ସଜାଡ଼ିବା ପାଇଁ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିଛନ୍ତି କଂଗ୍ରେସ ଦଳର ନିର୍ବାଚନ ପ୍ରଚାର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ଏହାରି ମଧ୍ୟରେ ରାଉରକେଲାକୁ ମଧ୍ୟ ଗସ୍ତ କରିଛନ୍ତି କଂଗ୍ରେସ ପ୍ରଦେଶ କମିଟି ପ୍ରଚାର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ଆଜି ଜିଲ୍ଲାର କଂଗ୍ରେସ କର୍ମୀଙ୍କ ସହ ଆଲୋଚନା କରିଥିଲେ । 

ତେବେ ବିଜୟ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି,"୨୦୨୪ରେ କଂଗ୍ରେସର ସରକାର କରିବ । ବିଜେପି, ବିଜେଡିଠାରୁ ପଛରେ ନାହିଁ କଂଗ୍ରେସ । କଂଗ୍ରେସ ମଧ୍ୟ ସମାନ ଭାବରେ ନିଜର ରଣନୀତି ପ୍ରସ୍ତୁତ କରୁଛି ।  ଏଥର ରାଜ୍ୟ ରାଜନୀତିରେ ହଲଚଲ କରିବ କଂଗ୍ରେସ ଦଳ । ତେବେ ଗତ 2019 ନିର୍ବାଚନ କଂଗ୍ରେସ ପାଇଁ ନିଶ୍ଚିତ ଭାବରେ ବହୁ ଦୁଃଖ ଦାୟକ ରହିଥିଲା । କଂଗ୍ରେସର ଭୋଟ ସଂଖ୍ୟା ମଧ୍ୟ କମିଥିବା ସହ ସିଟ୍‌ ସଂଖ୍ୟା ବ୍ୟାପକ କମ୍‌ ଏବଂ କଂଗ୍ରେସ ତୃତୀୟ ସ୍ଥାନରେ ରହିଥିଲା ଯାହା ଅତ୍ୟନ୍ତ କଷ୍ଟକର । କିନ୍ତୁ ଏଥର ଆଗାମୀ ନିର୍ବାଚନରେ କଂଗ୍ରେସର ସିଟ ସଂଖ୍ୟା ବୃଦ୍ଧି ପାଇବ ।"

ଏହା ମଧ୍ୟ ପଢନ୍ତୁ...Metro politics: ମେଟ୍ରୋ ପ୍ରକଳ୍ପ କାମ ତଦାରଖ କଲେ ପାଣ୍ଡିଆନ, ନିର୍ବାଚନୀ ପ୍ଲାନ କହିଲା କଂଗ୍ରେସ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.