ETV Bharat / state

ଦୃଷ୍ଟିବାଧିତ କ୍ଷୁଦ୍ର ବ୍ୟବସାୟୀଙ୍କୁ ମିଳୁନି ନ୍ୟାୟ, ଅନ୍ତର୍ଜାତୀୟ ମାନବାଧିକାର କାଉନସିଲ ଅଧ୍ୟକ୍ଷଙ୍କ ଦ୍ଵାରସ୍ଥ ହେଲା ସଂଘ

author img

By

Published : May 9, 2023, 10:05 PM IST

ସ୍ଥାୟୀ ଭେଣ୍ଡିଂ ଜୋନ୍ ସାଙ୍ଗକୁ ସବସିଡି ଲୋନ୍ ପାଇଁ ଦାବି ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା। ଏନେଇ ଅନ୍ତର୍ଜାତୀୟ ମାନବାଧିକାର କାଉନସିଲ ଅଧ୍ୟକ୍ଷଙ୍କ ଦ୍ଵାରସ୍ଥ ହେଲା ସଂଘ। ଅଧିକ ପଢନ୍ତୁ

ଦୃଷ୍ଟିବାଧିତ କ୍ଷୁଦ୍ର ବ୍ୟବସାୟୀଙ୍କୁ ମିଳୁନି ନ୍ୟାୟ
ଦୃଷ୍ଟିବାଧିତ କ୍ଷୁଦ୍ର ବ୍ୟବସାୟୀଙ୍କୁ ମିଳୁନି ନ୍ୟାୟ

ଦୃଷ୍ଟିବାଧିତ କ୍ଷୁଦ୍ର ବ୍ୟବସାୟୀଙ୍କୁ ମିଳୁନି ନ୍ୟାୟ

ଭୁବନେଶ୍ବର: ଦୃଷ୍ଟି ବାଧିତ କ୍ଷୁଦ୍ର ବ୍ୟବସାୟୀଙ୍କୁ ମିଳୁନି ନ୍ୟାୟ। ଲିଖିତ ଆକାରରେ ପ୍ରତିଶ୍ରୁତି ମିଳୁଥିଲେ ବି ହେଉନି କାର୍ଯ୍ୟକାରୀ । ଏନେଇ ଆନ୍ତର୍ଜାତୀୟ ମାନବାଧିକାର କାଉନସିଲ ଅଧ୍ୟକ୍ଷଙ୍କ ଦ୍ଵାରସ୍ଥ ହେଲା ସଂଘ। ସ୍ଥାୟୀ ଭେଣ୍ଡିଂ ଜୋନ୍ ସାଙ୍ଗକୁ ସବସିଡି ଲୋନ୍ ପାଇଁ ଦାବି ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା। ଏ ଅଫିସ୍ ସେ ଅଫିସ୍ ଦୌଡୁଥିଲେ ବି ମିଳୁନି ନ୍ୟାୟ। ରାଜଧାନୀର ବ୍ୟସ୍ତ ବହୁଳ ମାର୍କେଟ ବିଲ୍ଡିଂରୁ ଉଠାଇ ଦିଆଯିବା ପରେ ଏବେ ବେସାହାରା ୨୩ ଜଣ ଦୃଷ୍ଟିବାଧିତ କ୍ଷୁଦ୍ର ବ୍ୟବସାୟୀ।

ଖେଳନା, ଘରକରଣା ସାମଗ୍ରୀ ଏବଂ ଓଜନ ମେସିନ ପକାଇ ବ୍ୟବସାୟ କରି ପରିବାର ଚଳାଉଥିବା ବ୍ୟବସାୟୀ ମାନଙ୍କ ଜୀବନ ଜୀବିକା ଏହାଦ୍ୱାରା ପ୍ରଭାବିତ ହୋଇଛି। ବଡ଼ ଦୋକାନୀଙ୍କ ପାଦୁର୍ଭାବ ପ୍ରଭାବରେ ସେମାନଙ୍କୁ ମାର୍କେଟ ମଧ୍ୟରୁ ଉଠାଇ ଦିଆଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଥଇଥାନ କରାଯାଉନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସମସ୍ତଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି।

ସେହିପରି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ହେଉ କି ବିଏମସି କାର୍ଯ୍ୟାଳୟରେ ଧାରଣା ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ଖୁବଶୀଘ୍ର ମାର୍କେଟ ବିଲ୍ଡିଂରେ ଦୃଷ୍ଟିବାଧିତ ବ୍ୟବସାୟୀଙ୍କୁ ସ୍ଥାୟୀ ଦୋକାନ ମିଳିବାକୁ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନାହିଁ। ଦୀର୍ଘ ଦିନ ହେଲା ଦୋକାନ ବଜାର ନ ଥିବା ବେଳେ ଘର ଚଳିବା ପାଇଁ ମଧ୍ୟ ପାଖରେ ପଇସା ଟିଏ ନାହିଁ। ଏନେଇ ଦୃଷ୍ଟିବାଧିତ ସଂଘ ଅନ୍ତର୍ଜାତୀୟ ମାନବାଧିକାର କାଉନସେଲିଂ ଅଧ୍ୟକ୍ଷଙ୍କ ଦ୍ଵାରସ୍ଥ ହୋଇଥିବା ବେଳେ ମାର୍କେଟ ବିଲ୍ଡିଂରେ ସ୍ଥାୟୀ ଭେଣ୍ଡିଂ ଜୋନ୍ ସମେତ ସବସିଡି ଋଣ ପ୍ରଦାନ କରିବାକୁ ଦାବି କରିଛି। କେବେ ଏହି ଦୃଷ୍ଟିବାଧିତ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ପୁଣିଥରେ ପରିବାରର ଗୁଜରାଣ ମେଣ୍ଟାଇବା ମାର୍କେଟ ବିଲ୍ଡିଂରେ ସ୍ଥାୟୀ ଭେଣ୍ଡିଂ ଜୋନ୍ ମିଳୁଛି ଦେଖିବାକୁ ବାକି ରହିଛି।

ଏହା ମଧ୍ୟ ପଢନ୍ତୁ- '୨୦୧୮ରୁ ରତ୍ନଭଣ୍ଡାର ଖୋଲିବା ନେଇ ହୋଇନି ବୈଠକ, ରାଜ୍ୟ ସରକାର ଜଗନ୍ନାଥ ବିରୋଧୀ'

ଏହା ମଧ୍ୟ ପଢନ୍ତୁ- Power Outage Issue: ସୌମ୍ୟଙ୍କ ଭିନ୍ନ ମତ, କହିଲେ ବିଦ୍ୟୁତ କାଟ ଥିଲା ଜଗନ୍ନାଥଙ୍କ ଆଦେଶ


ପ୍ରକାଶ ଥାଉକି, ଗତ ମାସରେ ଉଠାଦୋକାନୀ ଓ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଶୀତଳଯୁଦ୍ଧ । କିଛି ଉଠାଦୋକାନୀ ମାର୍କେଟ ବିଲ୍ଡିଂ ପରିସରରେ ଜବରଦସ୍ତି ବ୍ୟବସାୟ ଆରମ୍ଭ କରିଥିବାରୁ ବିବାଦ ସୃଷ୍ଟି ହୋଇଥିଲା। ପ୍ରାୟ ୨୫୦ରୁ ଅଧିକ ସ୍ଥାୟୀ ଦୋକାନୀ ଟ୍ରେଡ ଲାଇସେନ୍ସ କରି ବ୍ୟବସାୟ କରୁଥିବା ବେଳେ ଉଠାଦୋକାନୀଙ୍କୁ ବିରୋଧ କରିଥିଲେ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.