ETV Bharat / state

Amit Shah Visit Odisha: ଧାମନଗରରେ ହେବ ସାଧାରଣ ସଭା, ଦଳୀୟ ନେତାଙ୍କ ବଢାଇବେ ଜୋଶ

author img

By

Published : Mar 11, 2023, 7:05 PM IST

ଭଦ୍ରକ କାର୍ଯ୍ୟକ୍ରମ ଶେଷ ହେବା ପରେ ଅମିତ ଶାହ ଭୁବନେଶ୍ବର ଫେରିଆସିବେ । ଭୁବନେଶ୍ବର ସ୍ଥିତ ଦଳୀୟ ରାଜ୍ୟ ମୁଖ୍ୟାଳୟରେ ବରିଷ୍ଠ ନେତାଙ୍କ ସହ ଏକାଧିକ ଗୁରୁ୍ତ୍ବପୂର୍ଣ୍ଣ ବୈଠକ କରିବେ । ଆଗାମୀ ସାଧାରଣ ନିର୍ବାଚନରେ ଦଳର ରଣନୀତି କଣ ହେବ? କେଉଁ ଆଧାରରେ ଦଳ ନିର୍ବାଚନ ଲଢିବ ତମାମ ପ୍ରସଙ୍ଗରେ ଦଳୀୟ ନେତାଙ୍କ ସହ ଶାହ ଆଲୋଚନା କରିବେ । ଅଧିକ ପଢନ୍ତୁ

ଧାମନଗରରେ ହେବ ସାଧାରଣ ସଭା, ଦଳୀୟ ନେତାଙ୍କ ବଢାଇବେ ଜୋଶ
ଧାମନଗରରେ ହେବ ସାଧାରଣ ସଭା, ଦଳୀୟ ନେତାଙ୍କ ବଢାଇବେ ଜୋଶ

ଧାମନଗରରେ ହେବ ସାଧାରଣ ସଭା, ଦଳୀୟ ନେତାଙ୍କ ବଢାଇବେ ଜୋଶ

ଭୁବନେଶ୍ବର: ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ଚାଣକ୍ୟ ଅମିତ ଶାହ । ନିର୍ବାଚନ ପୂର୍ବରୁ ଦଳୀୟ ନେତା କର୍ମୀଙ୍କ ବଢାଇବେ ଜୋଶ । ଭରିବେ ହୁଙ୍କାର । ଦଳୀୟ ନେତାଙ୍କୁ ଦେବେ ଟାକ୍ସ । ରାଜ୍ୟ ମୁଖ୍ୟାଳୟରେ ବରିଷ୍ଠ ନେତାଙ୍କ ସହ କରିବେ ବଡ ବୈଠକ । ଆଗାମୀ ସାଧାରଣ ନିର୍ବାଚନରେ ଦଳୀୟ ରଣନୀତି ସମରସଜ୍ଜା ନେଇ ହୋଇପାରେ ଆଲୋଚନା ।

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ସୂଚନା ଅନୁସାରେ ଆସନ୍ତା 26 ତାରିଖରେ ଲୋକସଭା ପ୍ରବାସ କାର୍ଯ୍ୟକ୍ରମ ଅନ୍ତର୍ଗତ ଭଦ୍ରକ ଲୋକସଭା ସଂସଦୀୟ କ୍ଷେତ୍ରରେ ହେବ ଅମିତ ଶାହଙ୍କ କାର୍ଯ୍ୟକ୍ରମ । ଭଦ୍ରକ ଗସ୍ତରେ ଆସି ପ୍ରଥମେ ଆରଡି ସ୍ଥିତ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବେ । ପରେ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀ ସ୍ଥିତ ସାଆଁଳପୁର ପଡିଆରେ ବିରାଟ ସାଧାରଣ ସଭା ଅନୁଷ୍ଠିତ ହେବ। ଏହି ସଭାରେ ଶାହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମେତ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବେ । ନିର୍ବାଚନ ପୂର୍ବରୁ ଶାହ ଦଳୀୟ ନେତାଙ୍କ ଶକ୍ତି ବଢାଇବେ । ଏହି ଜନସଭାରେ 50 ହଜାରରୁ ଉର୍ଦ୍ଧ୍ବ କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସବୁ ବର୍ଗର ଲୋକଙ୍କୁ ଦଳ ପକ୍ଷରୁ ନିମନ୍ତ୍ରିତ କରାଯାଉଛି । ଏହି ଜନସଭାରେ ଭଦ୍ରକ ଲୋକସଭା ଅନ୍ତର୍ଗତ 7ଟି ବିଧାନସଭା ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତା ସାମିଲ ହେବେ ।

ଏହାବି ପଢନ୍ତୁ- କର୍ଣ୍ଣାଟକରେ ଚାଷୀ ପୁଅଙ୍କୁ ମିଳୁନି ଝିଅ, କୁମାରସ୍ୱାମୀ ଦେଲେ ବଡ ଅଫର୍

ଭଦ୍ରକ କାର୍ଯ୍ୟକ୍ରମ ଶେଷ ହେବା ପରେ ଅମିତ ଶାହ ଭୁବନେଶ୍ବର ଫେରିଆସିବେ । ଭୁବନେଶ୍ବର ସ୍ଥିତ ଦଳୀୟ ରାଜ୍ୟ ମୁଖ୍ୟାଳୟରେ ବରିଷ୍ଠ ନେତାଙ୍କ ସହ ଏକାଧିକ ଗୁରୁ୍ତ୍ବପୂର୍ଣ୍ଣ ବୈଠକ କରିବେ । ଆଗାମୀ ସାଧାରଣ ନିର୍ବାଚନରେ ଦଳର ରଣନୀତି କଣ ହେବ? କେଉଁ ଆଧାରରେ ଦଳ ନିର୍ବାଚନ ଲଢିବ ତମାମ ପ୍ରସଙ୍ଗରେ ଦଳୀୟ ନେତାଙ୍କ ସହ ଶାହ ଆଲୋଚନା କରିବେ । ଦଳୀୟ ବୈଠକ ଶେଷ ହେବାପରେ ସେହି ଦିନ ସଂଧ୍ୟାରେ ନୂଆଦିଲ୍ଲୀ ଫେରିଯିବେ ।

ସୂଚନାଯୋଗ୍ୟଯେ, ଶେଷ ଥରି ପାଇଁ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ ଗତବର୍ଷ ଅଗଷ୍ଟ ୮ ତାରିଖରେ ଓଡିଶା ଆସିଥିଲେ। ଆସନ୍ତାବର୍ଷ ଦେଶରେ ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନ ଥିବାରୁ ଅମିତ ଶାହଙ୍କ ଏହି ଗସ୍ତ ବେଶ ଗୁରୁ୍ତ୍ବପୂର୍ଣ୍ଣ ବିବେଚନା କରାଯାଉଛି । କାରଣ ରାଜ୍ୟ ନେତାଙ୍କ ବୟାନ ଅନୁସାରେ ଆଗାମୀ ଦିନରେ କେନ୍ଦ୍ରୀୟ ନେତା ଓ କେନ୍ଦ୍ରମନ୍ତ୍ରୀଙ୍କ ଘନଘନ ଗସ୍ତ ଓଡିଶାକୁ ହେବ । ଏହାସହ ନିଜେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଓଡିଶା ଗସ୍ତରେ ଆସିବେ । ଅମିତ ଶାହ ଓଡିଶା ଆସି ଏକ ପ୍ରକାର ନିର୍ବାଚନୀ ବିଗୁଲ ବଜାଇବେ । ଶାହଙ୍କ ଗସ୍ତ ପରେ ବିଜେପି ପୁରା ଦମରେ ଲଢିବ ବୋଲି ଚର୍ଚ୍ଚା ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.