ETV Bharat / state

ଏବେ ବି ରାଜ୍ୟରେ ଆଦିବାସୀ ବଞ୍ଚିତ ଅବହେଳିତ: ଛତିଶଗଡ ରାଜ୍ୟପାଳ

author img

By ETV Bharat Odisha Team

Published : Nov 23, 2023, 6:21 PM IST

ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ, ୧୯୮୦ ମସିହା ପୂର୍ବରୁ ସବୁ ଆଦିବାସୀ ଗାଁ ରାଜସ୍ବ ଗାଁରେ ପରିଣତ ହୋଇଥିଲା । ମୁଁ ମନ୍ତ୍ରୀ ଥିବା ବେଳେ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲି । ଅଧିକ ପଢନ୍ତୁ

ଏବେ ବି ରାଜ୍ୟରେ ଆଦିବାସୀ ବଞ୍ଚିତ ଅବହେଳିତ: ଛତିଶଗଡ ରାଜ୍ୟପାଳ
ଏବେ ବି ରାଜ୍ୟରେ ଆଦିବାସୀ ବଞ୍ଚିତ ଅବହେଳିତ: ଛତିଶଗଡ ରାଜ୍ୟପାଳ

ଏବେ ବି ରାଜ୍ୟରେ ଆଦିବାସୀ ବଞ୍ଚିତ ଅବହେଳିତ: ଛତିଶଗଡ ରାଜ୍ୟପାଳ

ଭୁବନେଶ୍ବର: ଆଦିବାସୀ ଜମି କିଣାବିକା ନେଇ କ୍ୟାବିନେଟ ନିଷ୍ପତ୍ତି ଉପରେ ଉଦବେଗ ପ୍ରକାଶ କଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଆଦିବାସୀ ମାନଙ୍କ ପାଇଁ ଏବେ ଯେଉଁ ସଂଶୋଧନ ଆସିଛି ସେ ନେଇ ମୁଁ ମନ୍ତବ୍ୟ ଦେଇ ପାରିବି ନାହଁ କିନ୍ତୁ ଏବେ ରାଜ୍ୟରେ ଆଦିବାସୀ ବଞ୍ଚିତ ଆଉ ଅବହେଳିତ ବୋଲି କହିଛନ୍ତି ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ।

ବିଶ୍ଵ ମାନବାଧିକାର ସୁରକ୍ଷା ସଂଗଠନର ଜାତୀୟ ସମାବେଶରେ ଯୋଗ ଦେଇ ଛତିଶଗଡ ରାଜ୍ୟପାଳ କହିଛନ୍ତି ‘‘ ଆଦିବାସୀ ଜମି କିଣାବିକା ନେଇ କ୍ୟାବିନେଟ ନିଷ୍ପତ୍ତି ଉପରେ ଉଦବେଗ ପ୍ରକାଶ କଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଆଦିବାସୀଙ୍କ ପାଇଁ ଏବେ ଯେଉଁ ସଂଶୋଧନ ଆସିଛି ସେ ନେଇ ମୁଁ ମନ୍ତବ୍ୟ ଦେଇ ପାରିବି ନାହଁ କିନ୍ତୁ ଏବେ ରାଜ୍ୟରେ ଆଦିବାସୀ ବଞ୍ଚିତ ଆଉ ଅବହେଳିତ।’’

ସେହିପରି ରାଜ୍ୟପାଳ ବିଶ୍ବଭୂଷଣ କହିଛନ୍ତି ଏବେ ରାଜ୍ୟରେ ଆଦିବାସୀ ବଞ୍ଚିତ ଆଉ ଅବହେଳିତ । ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ, ୧୯୮୦ ମସିହା ପୂର୍ବରୁ ସବୁ ଆଦିବାସୀ ଗାଁ ରାଜସ୍ବ ଗାଁରେ ପରିଣତ ହୋଇଥିଲା । ମୁଁ ମନ୍ତ୍ରୀ ଥିବା ବେଳେ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲି । ଆଦିବାସୀ ଅଞ୍ଚଳରେ ରାଜନୈତିକ, ପ୍ରଶାସନିକ ଅଧିକାରୀ, ପ୍ରତିପତ୍ତିଶାଳୀ ଲୋକ ଆଦିବାସୀ ଜମି ହଡ଼ପ କରିଥିଲେ। ମୁଁ ଖବର ପାଇଲି ଜବରଦସ୍ତି ବନ୍ଧୁକ ଦେଖାଇ ହଡ଼ପ ହୋଇଛି । ମୁଁ ଭାବିଲି ଆଇନରେ ସଂଶୋଧନ ଆବଶ୍ୟକତା ରହିଛି । ମୁଁ ପରିବର୍ତ୍ତନରେ ଆଣି ୨୦୦୦ ମସିହାରେ ଆଇନରେ ସଂଶୋଧନ କଲି । ୧୯୫୬ରୁ ୨୦୦୨ ଯାଏଁ ଯିଏ ଯିଏ ଯେ କୌଣସି ପ୍ରକାର ଆଦିବାସୀ ଜମି ଅକ୍ତିଆରକୁ ନେଇଛନ୍ତି ସେମାନେ ଉପଜିଲ୍ଲାପାଳଙ୍କ ପାଖରେ ବିବରଣୀ ଦେବେ । ୨ ବର୍ଷରେ ବିବରଣୀ ନଦେଲେ ମୂଳ ମାଲିକ ପାଖକୁ ଫେରିଯିବ ଆଦିବାସୀ ଜମି । ଚଞ୍ଚକତା କଲେ କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଗଲା । ୨ ବର୍ଷ ଜେଲ ଏବଂ ୫ ହଜାର ଜରିମାନା । ଜମିରୁ ବେଦଖଲ ହୋଇ ଆଉଥରେ ଚେଷ୍ଟା କଲେ ୩ ବର୍ଷ ଜେଲ ୧୦ ହଜାର ଫାଇନ । ବୈପବ୍ଲିକ ଆଇନ ଆସିଥିଲା ।

ଅଧିକ ପଢନ୍ତୁ- ତୁରନ୍ତ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲନ୍ତୁ: ବିଶ୍ବଭୂଷଣ ହରିଚନ୍ଦନ

ସେପଟେ ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗକୁ ନେଇ ବଢୁଛି ବିବାଦ । ଉଭୟ ବିଜେପି ଏବଂ କଂଗ୍ରେସ ଏହାକୁ ନେଇ ବିଧାନସଭାରେ ପ୍ରସଙ୍ଗ କରିଛନ୍ତି । ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ବିଧାନସଭାରେ ଦାବି କରୁଛନ୍ତି । ବିଧାନସଭା ଅଚଳ ହେବା ସତ୍ତ୍ବେ ଆଜି ବିଜେପି ବିଧାୟକ ମାନେ ବିଧାନସଭାରୁ ରାଜଭବନ ପଦଯାତ୍ରା କରି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ଅନ୍ୟପଟେ ସରକାରୀ ଦଳ ସଦସ୍ୟ ମାନେ ବିରୋଧୀ ଉପରେ ପାଲଟା ଆକ୍ରମଣ କରି ବିରୋଧୀ ତୁଚ୍ଛା ରାଜନୀତି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.