ETV Bharat / state

ଖୋଲିବ ବି ପାଓ୍ୱାର କରିଡର ଲିଙ୍କ୍‌ ? ବିଧାୟକଙ୍କ ଭାଇ ଆକାଉଣ୍ଟରୁ ଅର୍ଚ୍ଚନା ଆକାଉଣ୍ଟକୁ ଯାଇଛି ଟଙ୍କା

author img

By

Published : Nov 24, 2022, 9:10 PM IST

ଅର୍ଚ୍ଚନା ମାମଲାରେ ଇଡିର ଛାନଭିନ୍‌କୁ ନେଇ ଏବେ ସରଗରମ ରହିଛି ରାଜ୍ୟ ରାଜନୀତି । ଲେଡି ବ୍ଲାକମେଲରଙ୍କ ଅର୍ଥ ହେରଫେର ମାମଲାରେ ଆଜି ଇଡି ନିକଟରେ ହାଜର ହୋଇଥିଲେ ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ । ଅଧିକ ପଢ଼ନ୍ତୁ

Etv Bharatthird floor link may revealed after BJD MLA brother appear before ED in Archana money laundering case
ଖୋଲିବ ବି ପାଓ୍ବାର କରିଡର ଲିଙ୍କ୍‌ ? ବିଧାୟକଙ୍କ ଭାଇ ଆକାଉଣ୍ଟରୁ ଅର୍ଚ୍ଚନା ଆକାଉଣ୍ଟକୁ ଯାଇଛି ଟଙ୍କା

ଭୁବନେଶ୍ବର: ଗୋଟିଏ ପଟେ ବିଧାନସଭାର ଶୀତକାଳୀନ ଅଧିବେସନ ଆଉ ଗୋଟେ ପଟେ ଅର୍ଚ୍ଚନା ମାମଲାରେ ଇଡିର ତନାଘନା ନେଇ ଗରମ ରାଜନୈତିକ ପାଣିପାଗ । କାରଣ ଆଜି ଇଡି ଅଫିସରେ ହାଜର ହୋଇଥିଲେ ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ । ଅଭିଯୋଗ ଅନୁସାରେ ଗଙ୍ଗାଧର ଓ ଅର୍ଚ୍ଚନାଙ୍କ ମଧ୍ୟରେ ଆର୍ଥିକ କାରବାର ହୋଇଛି । ପାଖାପାଖି 33 ଲକ୍ଷ ଟଙ୍କାର କାରବାର ହୋଇଛି । ଏହାକୁ ନେଇ ଶାସକ ଦଳକୁ ବିରୋଧୀ ଟାର୍ଗେଟ୍‌ କରିଛନ୍ତି । ସେପଟେ ସମସ୍ତ ଅଭିଯୋଗର ଜବାବ ରଖିଛି ବିଜେଡି ।

ଖୋଲିବ ବି ପାଓ୍ବାର କରିଡର ଲିଙ୍କ୍‌ ? ବିଧାୟକଙ୍କ ଭାଇ ଆକାଉଣ୍ଟରୁ ଅର୍ଚ୍ଚନା ଆକାଉଣ୍ଟକୁ ଯାଇଛି ଟଙ୍କା

ବିଜନେସ୍‌ ଆକାଉଣ୍ଟରୁ ଟଙ୍କା ନେଣଦେଣ

ଗଙ୍ଗାଧରଙ୍କ ବିଜନେସ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଯାଇଛି ଏହି ଟଙ୍କା । ଗଙ୍ଗାଧର ହେଉଛନ୍ତି ଜଣେ ଗାଡି ବ୍ୟବସାୟୀ । ଲ୍ୟାଣ୍ଡ ରୋଭର ଗାଡି ବିକ୍ରି କରନ୍ତି ଗଙ୍ଗାଧର । ପ୍ରଶ୍ନ ଉଠୁଛି ଏତେ ଗୁଡିଏ ଟଙ୍କା ଅର୍ଚ୍ଚନାଙ୍କ ଆକାଉଣ୍ଟକୁ କାହିଁକି ଦେଲେ ଗଙ୍ଗାଧର ? କଣ ହୋଇପାରେ ଏହା ପଛ କାରଣ ? ପାଓ୍ବାର କରିଡରର ମିଡିଲ ମ୍ୟାନ ସାଜିଥିଲେ କି ଗଙ୍ଗାଧର ? ବଡ ବଡ଼ ନେତା ମନ୍ତ୍ରୀଙ୍କ ସହିତ ଅର୍ଚ୍ଚନାଙ୍କ ସମ୍ପର୍କ ବଢେଇବାକୁ ଗଙ୍ଗାଧର ମାଧ୍ୟମ ନୁହେଁ ତ ?

ପାୱାର କରିଡର ଲିଙ୍କ୍‌ !

ଗଙ୍ଗାଧର ହେଉଛନ୍ତି ବିଜେଡି ବିଧାୟକଙ୍କ ଭାଇ । ପାଓ୍ବାର କରିଡର ସହିତ ତାଙ୍କର ଲିଙ୍କ୍‌ ରହିଛି । ଏହାର ଫାଇଦା ଉଠାଉଥିଲା କି ଅର୍ଚ୍ଚନା ? ଇଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ 33 ଲକ୍ଷ ଟଙ୍କାରେ ଫୋର୍ଡ ଗାଡି କିଣାଯାଇଥିବା ଇଡିକୁ ସୁରାକ୍‌ ମିଳିଛି । ସିଧାସଳଖ ଅର୍ଚ୍ଚନାଙ୍କ ଆକାଉଂଟକୁ 33 ଲକ୍ଷ ଟଙ୍କା ପଠାଇବା ପଛର ଅସଲ ରହସ୍ୟ କଣ ?

ବିରୋଧୀଙ୍କ ଟାର୍ଗେଟ୍‌ରେ ବିଜେଡି

ଇଡି ରାଡାରରେ ବଡ଼ବଡ଼ୁଆ ଆସିବା ପରେ ବିଜେଡିକୁ ଟାର୍ଗେଟ୍‌ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେ କହିଛନ୍ତି, "ଯାହା ଶୁଣିବାକୁ ମିଳୁଛି ଅର୍ଚ୍ଚନା ନାଗ ସହ ପ୍ରାୟ 65 ନେତାମନ୍ତ୍ରୀ ସାମିଲ ଅଛନ୍ତି । ଇଡି ତଦନ୍ତରୁ ଏବେ ସମସ୍ତଙ୍କ କଳା କାରନାମା ସାମ୍ନାକୁ ଆସିବ । ଏବେ ବିଜେଡି ବିଧାୟକଙ୍କ ସମ୍ପର୍କୀୟଙ୍କୁ ଇଡି ସମନ କରିଛି । ବିଜେପି ପୂର୍ବରୁ ସିବିଆଇ ତଦନ୍ତ ଦାବି କରୁଥିଲା । ସେ ଯେ କୌଣସି ଦଳର ହୁଅନ୍ତୁ ନା କାହିଁକି ସବୁ ତଥ୍ୟ ପଦାକୁ ଆସିବା ଉଚିତ ।"

ତଦନ୍ତକୁ ନେଇ କଂଗ୍ରେସର କଟାକ୍ଷ

ବର୍ତ୍ତମାନ ଅନେକଙ୍କୁ ଇଡି ସମନ କରି ଜେରା କରୁଛି । ଏହି କ୍ରମରେ ଆଜି ବିଜେଡି ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ ହାଜର ହୋଇଛନ୍ତି । ଏହାକୁନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ସେପଟେ ଆଗକୁ ନିର୍ବାଚନ ଥିବାରୁ ଏହି ନାଗ ନାଗୁଣି କଥା ଉଠୁଛି । ନିର୍ବାଚନ ଶେଷ ହେବାପରେ ଚିଟ୍‌ଫଣ୍ଡ ଭଳି ଏହି ପ୍ରସଙ୍ଗ ବି ଚର୍ଚ୍ଚାରେ ରହିବନି । ଏବେ ନିର୍ବାଚନ ଥିବାରୁ ସରକାରଙ୍କ ମନରେ ଡର ରହିଛି । ନିର୍ବାଚନ ଶେଷ ହେବାପରେ ସବୁକିଛି ଚିଟ୍‌ ଫଣ୍ଡ୍‌ ପ୍ରସଙ୍ଗ ଭଳି ସବୁ ଥମିଯିବ । ଇଡି ସିବିଆଇ ଛାଡ଼ି ପଳାଇବେ ।"

ଜବାବ ରଖିଲା ବିଜେଡି

ବିରୋଧୀଙ୍କ ଘନଘନ ଟାର୍ଗେଟ୍‌ ଜବାବ ଚିରାଚରିତ ଢଙ୍ଗରେ ରଖିଛି ବିଜେଡି । ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, "ଅର୍ଚ୍ଚନା ନାଗ ପ୍ରସଙ୍ଗ ଆଲୋଚନା ପାଇଁ ସଠିକ ଫୋରମରେ ଆସନ୍ତୁ । ସରକାର ଭୟ କରୁନାହାନ୍ତି । ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । କାହାର ସମ୍ପୃକ୍ତି ଅଛି କାହାର ନାହିଁ ଇଡି ତଦନ୍ତ ସରିଲେ ଦଣ୍ଡ ପାଇବେ । ବିରୋଧୀ ଉପନିର୍ବାଚନ ସମୟରେ ଏହାକୁ ବ୍ୟବହାର କରୁଛନ୍ତି । ବିଧାନସଭା ସମୟରେ ସେମାନେ ଏଭଳି ପ୍ରସଙ୍ଗ ବାରମ୍ବାର ଉଠାଉଛନ୍ତି । ଇଡି ତଦନ୍ତ କରୁଛି, ତଦନ୍ତ ସରିଲେ ସତ ସାମ୍ନାକୁ ଆସିବ । ବିରୋଧୀ ନେତାଙ୍କର ଅଧିକ ସମ୍ପୃକ୍ତି ରହିଛି ।"

ଏବେ ଦେଖିବାର କଥା ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ ଇଡି ଅଫିସକୁ ଆସିବା ପରେ ପାଓ୍ବାର କରିଡରର ଆଉ କେଉଁ କେଉଁ ଲିଙ୍କ୍‌ ସାମନାକୁ ଆସୁଛି । ଆଉ କିଏ ଇଡି ରାଡାରକୁ ଆସୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.