ETV Bharat / state

କୂଅରେ ଖସିପଡିଲା ବାରହା, ଉଦ୍ଧାର କଲା ବନବିଭାଗ

author img

By

Published : Dec 1, 2020, 2:58 PM IST

ଖୋର୍ଦ୍ଧା ବ୍ଲକ ହଳଦୀପଦା ଗାଁର ଏକ କୂଅରେ ପଡିଥିବା ବାରହାକୁ ବନବିଭାଗ ଉଦ୍ଧାର କରିଛି । ଅଧିକ ପଢନ୍ତୁ...

The forest department rescued boar from well in Khurda
କୂଅରେ ପଡିଥିବା ବାରହାକୁ ଉଦ୍ଧାର କଲା ବନବିଭାଗ

ଖୋର୍ଦ୍ଧା: ମଙ୍ଗଳବାର ଖୋର୍ଦ୍ଧା ବ୍ଲକ‌ ହଳଦୀପଦା ଗ୍ରାମର ଏକ କୂଅରୁ ବାରହାକୁ ବନବିଭାଗ ଉଦ୍ଧାର କରିଛି । ତେବେ ଖାଦ୍ୟ ଅନ୍ବେଷଣରେ ଆସି ବାରହାଟି କୂଅରେ ଖସି ପଡିଥିବା ସନ୍ଦେହ କରାଯାଇଛି ।

କୂଅରେ ପଡିଥିବା ବାରହାକୁ ଉଦ୍ଧାର କଲା ବନବିଭାଗ

ଗତ କିଛି ଦିନ ହେବ ଖୋର୍ଦ୍ଧା ଓ ଏହାର ଆଖପାଖ ଅଞ୍ଚଳରେ ବାରହା ଆତଙ୍କ ଦେଖିବାକୁ ମିଳିଥିଲା । ବାରହାମାନେ ଖାଦ୍ୟ ଅନ୍ବେଷଣରେ ଆସି ବ୍ୟାପକ ଫସଲ ନଷ୍ଟ କରୁଥିଲେ । ତେବେ ସୋମବାର ବିଳମ୍ବିତ ରାତ୍ରିରେ ହଳଦୀପଦା ଗ୍ରାମର ବିରଞ୍ଚି ନାରାୟଣ ରାଉତରାୟଙ୍କ ଘର ପଛ ପାର୍ଶ୍ବରେ ଥିବା ଏକ କୂଅରେ ପଡିଯାଇଥିଲା ।

ଏ ସଂପର୍କରେ ଖବର ପାଇ ସ୍ଥାନୀୟ ବନବିଭାଗ ଓ ଦମକଳ ବାହିନୀ ପହଞ୍ଚି ବାରାହାକୁ ଉଦ୍ଧାର କରିବା ସହିତ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି । ତେବେ ବାରହାଟି ଖାଦ୍ୟ ଅନ୍ବେଷଣରେ ଆସିଥିବା ସମୟରେ ଅନ୍ଧାର ଯୋଗୁଁ କୂଅରେ ପଡିଯାଇଥିବା ବନବିଭାଗ ସନ୍ଦେହ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ୍ର ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.