ETV Bharat / state

ଲକ୍‌ଡାଉନ୍‌: ଇଟିଭି ଭାରତରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ

author img

By

Published : Mar 24, 2020, 9:38 PM IST

ଇଟିଭି ଭାରତରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । କଣ୍ଟାବାଡ଼ରେ ସାପ୍ତାହିକ ହାଟ ଥିବା ବେଳେ ପ୍ରଶାସନ ପହଞ୍ଚି ବ୍ୟବସାୟୀ ମାନଙ୍କୁ ଦୂରତା ଅବଲମ୍ବନ କରି ବ୍ୟବସାୟ କରିବାକୁ ଦେଲା ନିର୍ଦ୍ଦେଶ । ଅଧିକ ପଢନ୍ତୁ....

The administration reached out and instructed the traders to do business at a distance in khordha
ଇଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ

ଖୋର୍ଦ୍ଧା: ଇଟିଭି ଭାରତରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । କୋରୋନା ପାଇଁ ସାରା ରାଜ୍ୟକୁ ଲକଡାଉନ ଘୋଷଣା କରିଛନ୍ତି ସରକାର । ଏହି କଟକଣାରେ ଗାଁ ଠାରୁ ସହରରେ ସବୁଠି ଲାଗୁ କରାଯାଇଛି । କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ପରିବା ହାଟରେ କଟକଣା ସତ୍ତ୍ବେ ଶହ ଶହ ଲୋକମାନେ ମେଳ ହେଉଥିବା ଖବର ଇଟିଭି ଭାରତରେ ପ୍ରସାରଣ ପରେ ଚେଇଁ ଉଠିଛି ପ୍ରଶାସନ ।

ଇଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ

କଣ୍ଟାବାଡ଼ରେ ମଙ୍ଗଳବାର ସାପ୍ତାହିକ ହାଟ ଥିବା ବେଳେ ପ୍ରଶାସନ ପହଞ୍ଚି ବ୍ୟବସାୟୀ ମାନଙ୍କୁ ଦୂରତା ଅବଲମ୍ବନ କରି ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦେଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.