ETV Bharat / state

12 ଦଫା ଦାବିରେ ବ୍ଲକ ଘେରିଲା ଏସୟୁସିଆଇ

author img

By ETV Bharat Odisha Team

Published : Oct 1, 2023, 10:42 AM IST

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଘେରାଉ କଲା ଏସୟୁସିଆଇ କମ୍ୟୁନିଷ୍ଟ ପାର୍ଟି । 12 ଦଫା ଦାବି ନେଇ ଶନିବାର ଦିନ ବ୍ଲକ ଘେରାଉ କରିବା ସହ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛି ଏସୟୁସିଆଇ କମ୍ୟୁନିଷ୍ଟ ପାର୍ଟି । ଅଧିକ ପଢ଼ନ୍ତୁ

12 ଦଫା ଦାବିରେ ବ୍ଲକ ଘେରିଲା ଏସୟୁସିଆଇ
12 ଦଫା ଦାବିରେ ବ୍ଲକ ଘେରିଲା ଏସୟୁସିଆଇ

12 ଦଫା ଦାବିରେ ବ୍ଲକ ଘେରିଲା ଏସୟୁସିଆଇ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଘେରାଉ କଲା ଏସୟୁସିଆଇ କମ୍ୟୁନିଷ୍ଟ ପାର୍ଟି । 12 ଦଫା ଦାବି ନେଇ ଶନିବାର ଦିନ ବ୍ଲକ ଘେରାଉ କରିବା ସହ ବିଡିଓଙ୍କୁ ଦାବି ପତ୍ର ପ୍ରଦାନ କରିଛି ଏସୟୁସିଆଇ କମ୍ୟୁନିଷ୍ଟ ପାର୍ଟି । ତେବେ ବେଗୁନିଆ ପୋଷ୍ଟ ଅଫିସ ଛକରୁ ଜିଲ୍ଲା ସମ୍ପାଦକ ଅଶୋକ ସାହୁଙ୍କ ନେତୃତ୍ୱରେ ବାହାରି ବଜାର ପରିକ୍ରମା କରି ବ୍ଲକ ଘେରାଉ କରାଯାଇଛି ।

ରାଜରାସ୍ତାକୁ ଓହ୍ଲାଇଲା ଏସୟୁସିଆଇ କମ୍ୟୁନିଷ୍ଟ ପାର୍ଟି । 12 ଦଫା ଦାବି ନେଇ ଶନିବାର ଦିନ ଖୋଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ବ୍ଲକ ଘେରାଉ କରିଛି ଦଳ । ତେବେ ବେଗୁନିଆ ପୋଷ୍ଟ ଅଫିସ ଛକରୁ ଜିଲ୍ଲା ସମ୍ପାଦକ ଅଶୋକ ସାହୁଙ୍କ ନେତୃତ୍ୱରେ ବାହାରି ବଜାର ପରିକ୍ରମା କରି ବ୍ଲକ ଘେରାଉ କରାଯାଇଥିଲା । ଏହି ସମୟରେ ସରକାରଙ୍କ ବିରୋଧରେ ଗର୍ଜିଥିଲେ ବିକ୍ଷୋଭକାରୀ । ସ୍ୱାଧୀନତାର 76 ବର୍ଷ ପରେ ବି ସାଧାରଣ ମଣିଷର ଜୀବନରେ କୌଣସି ପରିବର୍ତ୍ତନ ହୋଇନଥିବା ସେ ଅଭିଯୋଗ ଆଣିଥିଲେ । କେବଳ ଦେଶର ଏ ଦେଶର ପୁଞ୍ଜିପତି ଓ ବ୍ୟବସାୟୀମାନଙ୍କ ଜୀବନରେ ବହୁ ପରିବର୍ତ୍ତନ ଘଟିଛି ବୋଲି ସେମାନେ କହିଥିଲେ ।

ଶିକ୍ଷା, ସ୍ବାସ୍ଥ୍ୟ, ରେଳବିଭାଗ ଓ ଇଲେକ୍ଟ୍ରିସିଟି ଆଦି ଘରୋଇକରଣ ହେବା ଫଳରେ ସାଧାରଣ ମଣିଷ ସାମାନ୍ୟତମ ସୁବିଧାରୁ ବଞ୍ଚିତ ହେଉଛି । ଘରୋଇ କମ୍ପାନୀମାନେ କୋଟିକୋଟି ଟଙ୍କା ଲୁଟି ନେଉଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ସରକାର ଭୂମିହୀନମାନଙ୍କୁ ପଟ୍ଟା ଦେବା ପାଇଁ ଖବର ପ୍ରଚାର କରୁଛନ୍ତି । କିନ୍ତୁ ପ୍ରକୃତରେ ସେମାନଙ୍କୁ ପଟ୍ଟା ଯୋଗାଇ ଦିଆଯାଉନାହିଁ । ଗାଁ ଗାଁରେ ମଦ ଦୋକାନ ଖୋଲି ଯୁବକମାନଙ୍କ ମେରୁଦଣ୍ଡକୁ ଭାଙ୍ଗି ଦିଆଯାଉଛି । ସେହିପରି ଘରେ ଘରେ ବିଶୃଙ୍ଖଳା ସୃଷ୍ଟି ହେଉଛି କହି ସରକାରଙ୍କ ଉପରେ ଗର୍ଜିଥିଲା ଏସୟୁସିଆଇ କମ୍ୟୁନିଷ୍ଟ ପାର୍ଟି ।

ଏହାମଧ୍ୟ ପଢନ୍ତୁ.. ସଙ୍କଟରେ କୌଳିକ ବୃତ୍ତି, ବିିଭିନ୍ନ ଦାବି ନେଇ କୁମ୍ଭାର ମହାସଂଘର ଆନ୍ଦୋଳନ

ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ, ନୂତନ ଜାତୀୟ ଶିକ୍ଷା ନୀତି 2020 ଆସିବା ଫଳରେ ଶିକ୍ଷା ସଂପୂର୍ଣ୍ଣ ଧ୍ୱଂସ ମୁଖରେ ପଡ଼ିଛି । କୃଷି କ୍ଷେତ୍ରରେ ବ୍ୟବହାର ହେଉଥିବା ସାର ଔଷଧ ନିମ୍ନମାନର ହେବା ଦ୍ବାରା ଚାଷୀ ବହୁ ଅସୁବିଧାରେ ପଡ଼ୁଛି । ଏହିସବୁ ସମସ୍ୟାର ସମାଧାନ ପାଇଁ ବେଗୁନିଆ ବ୍ଲକ ଘେରାଉ କରିବା ସହ ବିଡିଓଙ୍କୁ 12 ଦଫା ସମ୍ୱଳିତ ଏକ ଦାବି ପତ୍ର ପ୍ରଦାନ କରିଥିଲା ।

ତେବେ ବିଦ୍ୟୁତ ବିଭାଗରେ ପ୍ରାଇଭେଟ୍ ଟାଟା କମ୍ପାନୀର ଦାଦାଗିରି ବନ୍ଦ କରିବା ସହ 200 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଯୋଗାଇ ଦେବା, ଖୋର୍ଦ୍ଧାରେ ମେଡିକାଲ କଲେଜ ପ୍ରତିଷ୍ଠା, ଖୋର୍ଦ୍ଧା ଇଣ୍ଡଷ୍ଟ୍ରି ଗୁଡ଼ିକରେ ଶ୍ରମିକ ଶୋଷଣ ବନ୍ଦ କରିବା, ଯୁବକମାନଙ୍କୁ କାମ ଯୋଗାଇଦେବା, ନିର୍ମାଣ ଶ୍ରମିକ ପିଲାଙ୍କୁ ପାଠପଢା, ବିବାହ, ମୃତ୍ୟୁକାଳୀନ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବା, ଚାଷୀ ମାନଙ୍କୁ ଉନ୍ନତମାନର ସାର ଓ କୀଟନାଶକ ଔଷଧ ଯୋଗାଇଦେବା, ଖୋର୍ଦ୍ଧା ଜିଲ୍ଲାକୁ ଜଳସେଚନ କରିବା, ଗାଁ ଗାଁରେ ମଦ ଦୋକାନ ଖୋଲିବା ବନ୍ଦ କରିବା ଭଳି 12ଟି ଦାବି କରିଛନ୍ତି ଏସୟୁସିଆଇ କମ୍ୟୁନିଷ୍ଟ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.