ETV Bharat / state

BSKYରେ ଠକାମି ବା ଜାଲିଆତି କଲେ ହେବ କଡା କାର୍ଯ୍ୟାନୁଷ୍ଠାନ: ସ୍ୱାସ୍ଥ୍ୟ ସଚିବ

author img

By

Published : Jan 11, 2023, 8:29 PM IST

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡର ଠକାମିର ସମ୍ଭାବନା ଉପରେ କଡ଼ା ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଲିନୀ ପଣ୍ଡିତ । ଅଧିକ ପଢନ୍ତୁ

health secretary
health secretary

ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡର ଅପବ୍ୟବହାର ଘଟଣା । ଏହି ସାମ୍ନାକୁ ଆସିବା ପରେ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟାନ୍ବୟନ ନାମରେ କୌଣସି ପ୍ରକାର ଜାଲିଆତିକୁ ବରଦାସ୍ତ କରାଯିବ ନାହିଁ । ଠକାମିର ସମ୍ଭାବନା ଉପରେ କଡ଼ା ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଲିନୀ ପଣ୍ଡିତ । ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କାର୍ଯ୍ୟରତ BSKY ଟିମଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଠକାମି ବିରୁଦ୍ଧରେ କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ୍ ଆଇନ ଏବଂ BSKY ପ୍ରବର୍ତ୍ତନ ବ୍ୟବସ୍ଥା ଅନୁସାରେ ହେବ କାର୍ଯ୍ୟାନୁଷ୍ଠାନ । ଠକ ମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଶାସନ ସଚିବ ଶାଲିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, ରାଜ୍ୟବାସୀଙ୍କୁ ସାର୍ବଜନୀନ ଗୁଣାତ୍ମକ ଚିକିତ୍ସା ଯୋଗାଇବା ପାଇଁ ରାଜ୍ୟ ସରକାର ବଦ୍ଧପରିକର । ଏଥିପାଇଁ ଉପଯୁକ୍ତ ଆର୍ଥିକ ଓ ପ୍ରଶାସନ ବ୍ୟବସ୍ଥା ସହ BSKY ଯୋଜନା ଚାଲୁ ରହିଛି । ଲୋକଙ୍କ ସ୍ବାସ୍ଥ୍ୟ ସେବା ପାଇଁ କରାଯାଇଥିବା ସୁବିଧାର ଅପବ୍ୟବହାର ବା BSKY ନାମରେ ଠକେଇକୁ କୈାଣସି ସ୍ଥିତିରେ ବରଦାସ୍ତ କରାଯିବ ନାହିଁ । ଦୃଢ ଓ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

କାର୍ଡ ବିଷୟରେ କୌଣସି ସନ୍ଦେହ ବା ପ୍ରଶ୍ନ ଥିଲେ ସିଧାସଳଖ ଟୋଲ ଫ୍ରି ନମ୍ବର ବା ଜିଲ୍ଲା ସଂଯୋଜକଙ୍କ ସହ ଯୋଗାଯୋଗ କରିବାକୁ ସ୍ବାସ୍ଥ୍ୟ ସଚିବ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲା ସଂଯୋଜକମାନେ ସାଧାରଣତଃ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କର୍ତ୍ତବ୍ୟରତ ଥାଆନ୍ତି । ସ୍ବାସ୍ଥ୍ୟମିତ୍ରମାନେ ସାଧାରଣତଃ BSKY ତାଲିକାଭୁକ୍ତ ଘରୋଇ ହସ୍ପିଟାଲ ମାନଙ୍କରେ BSKY କାଉଣ୍ଟରରେ ଉପସ୍ଥିତ ରହି ସେବା ଯୋଗାଇ ଥାଆନ୍ତି । ଯେଉଁ ପରିବାରଙ୍କର BSKY ସ୍ମାର୍ଟକାର୍ଡ଼ ଅଛି ବା ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ସେମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ପାଇଁ ଯୋଗ୍ୟ । କାର୍ଡ଼ ସମ୍ବନ୍ଧିତ କୌଣସି ସନ୍ଦେହ ବିଶୟ ୧୫୫୩୬୯ ଟୋଲ-ଫ୍ରୀ ନମ୍ବରକୁ ସିଧାସଳଖ ଜଣାଇଲେ ତାହାର ସଠିକ ସମାଧାନ ଦେବ ।

ଲୋକମାନେ ଦେୟମୁକ୍ତ ଚିକିତ୍ସା ପାଇଁ ପସନ୍ଦ ଅନୁସାରେ ତାଲିକାଭୁକ୍ତ ହସ୍ପିଟାଲକୁ ଯିବା ପୂର୍ବରୁ ମଧ୍ୟ ୧୦୪ ନମ୍ବର ମାଧ୍ୟମରେ ପ୍ରାକ୍- ଯୋଗଯୋଗ କରି ବୁଝିପାରିବେ । ନ ହେଲେ ଜରୁରୀ ସ୍ଥିତିରେ ସିଧା ସଳଖ ହସ୍ପିଟାଲରେ ପହଞ୍ଚି ସ୍ବାସ୍ଥ୍ୟମିତ୍ରଙ୍କ ସହାୟତା ନେଇପାରିବେ । BSKY ବାବଦରେ ନିଜର ଅଭିଯୋଗ ବା ପ୍ରଶ୍ନ ୧୪୫୪୫ କୁ ଜଣାଇ ପାରିବେ । ଏହାଛଡ଼ା, ଟ୍ବିଟର ଆକାଉଣ୍ଟ @bskyodisha ବା ଫେସବୁକ୍ ଆକାଉଣ୍ଟ bskyodisha ମାଧ୍ୟମରେ ବି କାର୍ଡ଼ଧାରୀମାନେ ନିଜର ଅଭିଯୋଗ ଓ ମତାମତ ଜଣାଇ ପାରିବେ । ଏହି ସବୁ ନାଗରିକ-କୈନ୍ଦ୍ରୀକ ଯୋଗାଯୋଗ ପଏଣ୍ଟ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ସ୍ୱାସ୍ଥ୍ୟ ସଚିବ BSKY ଟିମକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.