ETV Bharat / state

Dhamnagar ByPoll: ବିଜେପିର ଦୃଢୋକ୍ତି, ଭଲ ବ୍ୟବଧାନରେ ଜିତିବୁ କହିଲେ ପୃଥ୍ବୀରାଜ

author img

By

Published : Nov 5, 2022, 9:46 PM IST

ଧାମନଗର ଉପନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ବିଜେପିର ଦୃଢ଼ୋକ୍ତି । ବିଜେଡି ଠାରୁ ଭଲ ବ୍ୟବଧାନରେ ଜିତିବୁ କହିଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢ଼ନ୍ତୁ

ଧାମନଗର ଉପନିର୍ବାଚନ ନେଇ ବିଜେପିର ଦୃଢୋକ୍ତି, ଭଲ ବ୍ୟବଧାନରେ ଜିତିବୁ କହିଲେ ପୃଥ୍ବୀରାଜ
ଧାମନଗର ଉପନିର୍ବାଚନ ନେଇ ବିଜେପିର ଦୃଢୋକ୍ତି, ଭଲ ବ୍ୟବଧାନରେ ଜିତିବୁ କହିଲେ ପୃଥ୍ବୀରାଜ

ଭୁବନେଶ୍ବର: ଆସନ୍ତାକାଲି ଭୋଟ ଗଣତି ପରେ ଧାମନଗର ଉପନିର୍ବାଚନର ଫଳାଫଳ ଘୋଷଣା କରାଯିବ । ଫଳାଫଳ ନେଇ ବିଭିନ୍ନ ରାଜନୈତିକ ଦଳରେ ଆରମ୍ଭ ହେଲାଣି ଅଙ୍କକଷା । ଉଭୟ ବିଜେପି ଓ ବିଜେଡି ଧାମନଗରରେ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଥିବା ବେଳେ କଂଗ୍ରେସ କିନ୍ତୁ ତୃତୀୟରେ ରହିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ତେବେ ଭଲ ବ୍ୟବଧାନରେ ବିଜେପି ଜିତିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ଧାମନଗର ଉପନିର୍ବାଚନ ନେଇ ବିଜେପିର ଦୃଢୋକ୍ତି, ଭଲ ବ୍ୟବଧାନରେ ଜିତିବୁ କହିଲେ ପୃଥ୍ବୀରାଜ

ଧାମନଗର ଉପନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ସରିବା ପରେ ସମସ୍ତଙ୍କ ନଜର ରହିଛି ଫଳାଫଳ ଉପରେ । ଆସନ୍ତା କାଲି ଭୋଟ ଗଣତି ପରେ ଫଳାଫଳ ଘୋଷଣା କରାଯିବ । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂସ୍କୃତି ଭବନ ପରିସରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ତଥା ଫଳାଫଳ ଘୋଷଣା ନେଇ ବ୍ୟବସ୍ଥା କରାଯାଇଛି । ତେବେ ଏହା ପୂର୍ବରୁ ଧାମନଗରରେ ବିଜେପି ଜିତିବ ବୋଲି ଆକଳନ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । କେତେ ବ୍ୟବଧାନ ରହିବ ତାହା ଜରୁରୀ ନୁହେଁ, କିନ୍ତୁ ଭଲ ବ୍ୟବଧାନରେ ଜିତିବୁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Padmapur ByPoll: ତାରିଖ ଘୋଷଣାପରେ ବିଜେପି, କଂଗ୍ରେସର ପ୍ରତିକ୍ରିୟା

ଧାମନଗର ଉପନିର୍ବାଚନ ପାଇଁ ଗୁରୁବାର ସରିଛି ମତଦାନ ପ୍ରକ୍ରିୟା । ସରକାରୀ ଭାବେ ଏହି ଉପନିର୍ବାଚନରେ ୬୮.୯୮ ପ୍ରତିଶତ ମତଦାନ ହୋଇଛି । ଆସନ୍ତା ୬ ତାରିଖରେ ଭୋଟ ଗଣତି ପରେ ସେହିଦିନ ଫଳାଫଳ ପ୍ରକାଶ ପାଇବ । ତେବେ ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଫଳାଫଳ ନେଇ ଆକଳନ କରିଛନ୍ତି । ବିଜେଡି 25 ହଜାରରୁ ଊର୍ଦ୍ଧ୍ବ ଭୋଟରେ ଜିତିବ ବୋଲି ଆକଳନ କରିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । କଂଗ୍ରେସ କିନ୍ତୁ ଏହି ଉପନିର୍ବାଚନ ହାରିଯିବ ବୋଲି ଆକଳନ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ତେବେ ଭଲ ବ୍ୟବଧାନରେ ବିଜେପି ଜିତିବ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.