ETV Bharat / state

Special Burn Center: ଆସନ୍ତା 7ରେ ଏମ୍ସରେ ଆରମ୍ଭ ହେବ ସ୍ଵତନ୍ତ୍ର ବର୍ଣ୍ଣ ସେଣ୍ଟର

ଜାନୁୟାରୀ ୭ରେ ଚତୁର୍ଥ ସମାବର୍ତ୍ତନ ଉତ୍ସବ ପାଳନ କରିବ ଏମ୍ସ ଭୁବନେଶ୍ବର । ଏଥିସହ ଏମ୍ସ କ୍ୟାମ୍ପସ ପରିସରରେ ନୂତନ ଭାବରେ ଆରମ୍ଭ ହୋଇଥିବା ସ୍ଵତନ୍ତ୍ର ବର୍ଣ୍ଣ ସେଣ୍ଟରର ଉଦଘାଟନ କରାଯିବ । ଅଧିକ ପଢନ୍ତୁ

aiims Bhubaneswar
aiims Bhubaneswar

Published : January 4, 2023 at 5:03 PM IST

Choose ETV Bharat
aiims Bhubaneswar

ଭୁବନେଶ୍ବର: ଏମ୍ସରେ ଆରମ୍ଭ ହେବାକୁ ଯାଉଛି ସ୍ବତନ୍ତ୍ର ବର୍ଣ୍ଣ ସେଣ୍ଟର । ଜାନୁୟାରୀ ୭ରେ ଚତୁର୍ଥ ସମାବର୍ତ୍ତନ ଉତ୍ସବ ପାଳନ କରିବ ଏମ୍ସ ଭୁବନେଶ୍ବର। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରବୀଣ ପାୱାର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ୨୮୩ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବା ସହ ସେମାନଙ୍କ ମଧ୍ୟରୁ ୪୦ ଜଣଙ୍କୁ ଗୋଲ୍ଡ ମେଡାଲ ମଧ୍ୟ ପ୍ରଦାନ କରାଯିବ।

ଏଥିସହ ଏମ୍ସ କ୍ୟାମ୍ପସ ପରିସରରେ ନୂତନ ଭାବରେ ଆରମ୍ଭ ହୋଇଥିବା ସ୍ଵତନ୍ତ୍ର ବର୍ଣ୍ଣ ସେଣ୍ଟରର ଉଦଘାଟନ କରାଯିବ। ୩୬ ଶଯ୍ୟା ବିଶିଷ୍ଟ ଏହି ବର୍ଣ୍ଣ ସେଣ୍ଟରରେ ଦୁଇଟି ମଡୁଲାର ଓଟି ସହ ଆଇସିୟୁ ରହିବ। ଏଥିରେ ପ୍ଲାଷ୍ଟିକ ସର୍ଜରୀ ୟୁନିଟ ମଧ୍ୟ କାମ କରିବ । ଏହାସହ ଏ ଅବସରରେ ୧୫୦ ବେଡ ବିଶିଷ୍ଟ କ୍ରିଟିକାଲ କେୟାର ହସ୍ପିଟାଲର ଶିଳାନ୍ୟାସ ହେବ। ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ କ୍ରିଟିକାଲ କେୟାର ହସ୍ପିଟାଲ।

ଅନ୍ୟପଟେ ଏମ୍ସ ହସ୍ପିଟାଲକୁ ପ୍ରତିଦିନ ୧୦ ହଜାରରୁ ୧୨ ହଜାର ରୋଗୀ ଆସୁଛନ୍ତି । ସେମାନଙ୍କ ସୁବିଧା ପାଇଁ କାଉଣ୍ଟର ଗୁଡ଼ିକର ବିକେନ୍ଦ୍ରୀକରଣ କରଯାଇଛି । ରୋଗୀଙ୍କ ସୁବିଧା ନିମନ୍ତେ ଭୁବନେଶ୍ଵର ଏମ୍ସ ରେ ହେବ ପେପରଲେସ ରୋଗୀ ସେବା । ଏଥିପାଇଁ କାର୍ଯ୍ୟକାରୀ ହୋଇଛି ଇ-ହସ୍ପିଟାଲ ବ୍ୟବସ୍ଥା । ପ୍ରାରମ୍ଭିକ ଭାବେ ଏଣ୍ଡୋକ୍ରାଇନୋଲୋଜି, ମେଡିସିନ ଓ ପେଡିଆଟ୍ରିକ ସର୍ଜରୀ ବିଭାଗରେ ଇ-ହସ୍ପିଟାଲ ବ୍ୟବସ୍ଥା ଲାଗୁ ହୋଇଛି । ଏହା ଅଧୀନରେ ଏଭିଡେନ୍ସ ବେସଡ ମେଡିସିନ ପ୍ରାକଟିସକୁ ଗୁରୁତ୍ଵ ଦିଆଯାଉଛି ।

ସେହିପରି ଏଥିଲାଗି ରୋଗୀଙ୍କ ପଞ୍ଜିକରଣ ଠାରୁ ଆରମ୍ଭ କରି ଟେଷ୍ଟ ଓ ପ୍ରେସ୍କ୍ରିପସନ୍ ଯାଏଁ ସବୁ କିଛି ପେପରଲେସ ହେବ । ଖୁବଶୀଘ୍ର ଅନ୍ୟ ସମସ୍ତ ବିଭାଗରେ ଏହି ବ୍ୟବସ୍ଥା ଲାଗୁ ହେବ ଓ ଭିଡ଼ ନିୟନ୍ତ୍ରଣ ହୋଇ ପାରିବ । ଚଳିତ ବର୍ଷ ଏମ୍ସ ଭୁବନେଶ୍ଵରରେ ଆରମ୍ଭ ହେବ କର୍ନିଆ, ଲିଭର, କାର୍ଡିଆକ ଓ ଲଙ୍ଗସ ଟ୍ରାନ୍ସପ୍ଲାଣ୍ଟ ବ୍ୟବସ୍ଥା । ଏଥିପାଇଁ ମଡୁଲାର ଓଟି, ଆଇସିୟୁ ବ୍ୟବସ୍ଥା କରାଯାଉଛି । ଗତ ଦୁଇ ମାସ ଭିତରେ ୪ଟି ସଫଳ କିଡନୀ ଟ୍ରାନ୍ସପ୍ଲାଣ୍ଟ ପରେ ଏମ୍ସ ଭୁବନେଶ୍ଵର ଏହି ନିଷ୍ପତ୍ତି ନେଇଛି ।

ଏହା ମଧ୍ୟ ପଢନ୍ତୁ-Hockey World Cup: ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ଵରରେ ପହଞ୍ଚିଲା ନେଦରଲାଣ୍ଡସ

ଏନେଇ ଏମ୍ସର ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ବାସ କହିଛନ୍ତି, "ବର୍ଣ୍ଣ ସେଣ୍ଟରରେ ପ୍ଲାଷ୍ଟିକ ସର୍ଜରୀ ରହିବ। ଏଥିସହ ସେଥିରେ ୩୬ ଶଯ୍ୟା ବିଶିଷ୍ଟ ଏହି ବର୍ଣ୍ଣ ସେଣ୍ଟରରେ ଦୁଇଟି ମଡୁଲାର ଓଟି ସହ ଆଇସିୟୁ ରହିବ। ଏହି ବର୍ଣ୍ଣ ସେଣ୍ଟର ପାଇଁ ଅଲଗା ବିଲ୍ଡିଂ ରହିଛି ଯାହା ଲୋକମାନେ ଜାଣିବାରେ କୌଣସି ଅସୁବିଧା ହେବ ନାହିଁ । ଏହାସହ ୧୫୦ ବେଡ ବିଶିଷ୍ଟ କ୍ରିଟିକାଲ କେୟାର ହସ୍ପିଟାଲର ଶିଳାନ୍ୟାସ ହେବ । ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ କ୍ରିଟିକାଲ କେୟାର ହସ୍ପିଟାଲ । ଏନେଇ ବେଷ୍ଟ ହସ୍ପିଟାଲ ରୁ ଟ୍ରେନଂ ନେଉଛନ୍ତି ମେଡିକାଲ ଟିମ୍ ।"

ଇଟିଭି ଭାରତ, ଭୁବନେଶ୍ୱର