ETV Bharat / state

ଜୟନାରାୟଣ ମିଶ୍ରଙ୍କୁ ଭେଟିଲେ ତିର୍ତ୍ତୋଲ ବିଧାୟକଙ୍କ ବାନ୍ଧବୀ ସୋମାଲିକା

author img

By

Published : Feb 19, 2023, 2:29 PM IST

ବିରୋଧୀଦଳ ନେତା ଜୟନାରାଣ ମିଶ୍ରଙ୍କୁ ଭେଟିଲେ ସୋମାଲିକା ଦାଶ । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ସହ ସୋମାଲିକାଙ୍କର ବିବାହ ବିବାଦ ଚାଲିଛି । ଅଧିକ ପଢନ୍ତୁ

ବିରୋଧୀଦଳ ନେତା ଜୟନାରାଣ ମିଶ୍ରଙ୍କୁ ଭେଟିଲେ ସୋମାଲିକା
ବିରୋଧୀଦଳ ନେତା ଜୟନାରାଣ ମିଶ୍ରଙ୍କୁ ଭେଟିଲେ ସୋମାଲିକା

ବିରୋଧୀ ଦଳ ନେତା ଜୟନାରାଣ ମିଶ୍ରଙ୍କୁ ଭେଟିଲେ ସୋମାଲିକା

ଭୁବନେଶ୍ବର: ବିଧାୟକ ବିଜୟ ଶଙ୍କର ଦାସ ଓ ସୋମାଲିକାଙ୍କ ବିବାହ ବିବାଦ ଲାଗି ରହିଛି । ପ୍ରମାଣ ଦେବା ପରେ ବି ସୋମାଲିକାଙ୍କ ନ୍ୟାୟ ମିଳୁନାହିଁ । ଏନେଇ ଆଜି ବିରୋଧୀ ଦଳ ନେତାଙ୍କୁ ଭେଟିଛନ୍ତି ସୋମାଲିକା ଦାସ । ବିଧାୟକ ବିଜୟ ଶଙ୍କର ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ସେଥିପାଇଁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି ସୋମାଲିକା ।

ବିରୋଧୀ ଦଳ ନେତା ଜୟନାରାୟଣଙ୍କୁ ଭେଟିବା ପରେ ପ୍ରତିକ୍ରିୟାରେ ସୋମାଲିକା ଦାଶ କହିଛନ୍ତି, ''ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବା ପାଇଁ ଜୟନାରାୟଣ କହିଛନ୍ତି । 19 ଦିନ ହେବ ସବୁ ପ୍ରମାଣ ଦେବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ମାମାଲର କୌଣସି ଉନ୍ନତି ନାହିଁ । ପୋଲିସଙ୍କ ଉପରେ ମଧ୍ୟ ଚାପ ରହିଛି । ସବୁ କଥାର ପ୍ରମାଣ ଦେବା ପରେ ମାମଲା ରୁଜୁ ହେବାକୁ 9 ମାସ ସମୟ ଲାଗିଛି । ଖୁଲମା ଖୁଲା ଦୋଷୀ ବାହାରେ ବୁଲୁଛନ୍ତି । ବିଧାୟକ ଥିବାରୁ ବିଜୟ ଶଙ୍କରଙ୍କୁ ଘୋଡା ଯାଉଛି ।'' ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବା ନେଇ ବିରୋଧୀ ଦଳ ନେତା ପ୍ରତିଶ୍ରୁତି ଦେଇଥିବା କଥା କହିଛନ୍ତି ସୋମାଲିକା ।

ଏହା ବି ପଢନ୍ତୁ...ସବୁ ଓଡ଼ିଆଙ୍କୁ ଅପମାନିତ କରିଛନ୍ତି ନିର୍ମଳା ସୀତାରମଣ: ଜୟଦେବ ଜେନା

ପ୍ରକାଶ ଥାଉ କି, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମ ବ୍ୟାପାରକୁ ନେଇ ଜଗତସିଂହପୁର ଜିଲ୍ଲା ସମେତ ରାଜ୍ୟ ରାଜନୀତି ସରଗରମ ହୋଇଛି । ନିକଟରେ ତିର୍ତ୍ତୋଲ ମହିଳା କଂଗ୍ରେସ ପକ୍ଷରୁ ବିଧାୟକ ବିଜୟ ଶଙ୍କରଙ୍କ ଗିରଫ ଦାବିରେ ଏସପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ସେହିପରି ବିଜେପି ପକ୍ଷରୁ ବିରାଟ ଶୋଭାଯାତ୍ରା କରାଯାଇ ଜିଲ୍ଲା ପୋଲିସ ମୁଖ୍ୟାଳୟ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଏସପି ରାହୁଲ ପିଆର୍‌ଙ୍କୁ ପ୍ରଦାନ କରାଯାଇଥିଲା । ଅନ୍ୟପଟେ ବିଜୟଙ୍କ ବାନ୍ଧବୀ ସୋମାଲିକା ଏତଲା ଦେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯଦି ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଳାଇବେ ସୋମାଲିକା କହିଥିଲେ । ଗତ ଫେବୃଆରୀ 6 ତାରିଖରେ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକାଙ୍କ ବୟାନ ରେକର୍ଡ କରିଥିଲା । 8 ଘଣ୍ଟା ଜେରା ସହ ମେଡିକାଲ ପରୀକ୍ଷା ମଧ୍ୟ ହୋଇଥିଲା । ନିକଟରେ ବିଜୟ ଶଙ୍କରଙ୍କ ଅନ୍ୟ ଜଣେ ଯୁବତୀଙ୍କ ସହ ଫଟୋ ଭାଇରାଲ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.