ETV Bharat / state

ପିଲାଙ୍କ ମାନସିକ ସନ୍ତୁଳନ ବିଗାଡୁଛି ସ୍ମାର୍ଟ ଫୋନ: ବିଶେଷଜ୍ଞ

author img

By ETV Bharat Odisha Team

Published : Jan 12, 2024, 10:46 PM IST

Smart Phone Affects Mental Health: ସ୍ମାର୍ଟ ଫୋନ ପିଲାଙ୍କ ମାନସିକ ଶାରୀରିକ ଏବଂ ବୌଦ୍ଧିକ ବିକାଶକୁ ପ୍ରଭାବିତ କରୁଥିବା ନେଇ ମତ ରଖିଛନ୍ତି ମନସ୍ତତ୍ତ୍ବବିତ୍ । ଏଣୁ ପିଲାମାନେ ଏହାର ବ୍ୟବହାର କମ୍ କରିବାକୁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

smart phone affects mental health
ମାନସିକ ସନ୍ତୁଳନ ବିଗାଡୁଛି ସ୍ମାର୍ଟ ଫୋନ

ମାନସିକ ସନ୍ତୁଳନ ବିଗାଡୁଛି ସ୍ମାର୍ଟ ଫୋନ

ଭୁବନେଶ୍ବର: ଛୋଟ ପିଲାଙ୍କ ମାନସିକ ସନ୍ତୁଳନ ବିଗାଡୁଛି ସ୍ମାର୍ଟ ଫୋନ । ଏହା ପିଲାଙ୍କ ମାନସିକ ଶାରୀରିକ ଏବଂ ବୌଦ୍ଧିକ ବିକାଶକୁ ପ୍ରଭାବିତ କରୁଥିବା ନେଇ ମତ ରଖିଛନ୍ତି ମନସ୍ତତ୍ତ୍ବବିତ୍ । ଡାକ୍ତର ଅମ୍ରିତ ପାଟ୍ଟଯୋଶୀ କହିଛନ୍ତି, "ମୋବାଇଲ ବିଗାଡୁଛି ପିଲାଙ୍କ ମାନସିକ ସ୍ଥିତି । ସର୍ଟ କଣ୍ଟେଣ୍ଟ ଭିଡ଼ିଓ ଓ ଇନଷ୍ଟାଗ୍ରାମ ଭିଡିଓ ଆଣୁଛି ପିଲାଙ୍କ ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ । ଖାଇବା ଠାରୁ ଶୋଇବା ପର୍ଯ୍ୟନ୍ତ ସବୁବେଳେ ପିଲାମାନେ ମୋବାଇଲର ବ୍ୟବହାର କରୁଛନ୍ତି । ଫଳରେ ଏହା ପିଲାଙ୍କୁ ମାନସିକ ସ୍ତରରେ ପ୍ରଭାବିତ କରୁଛି । ନା ମନ ସ୍ଥିର ରହୁଛି ନା ଧ୍ୟାନ କେନ୍ଦ୍ରୀଭୂତ ହେଉଛି । ବିଶେଷ କରି କୋରୋନା ମହାମାରୀ ପରେ ମୋବଇଲାର ବ୍ୟବହାର ସବୁଠି ବଢିଛି। ମୋବାଇଲର ବହୁଳ ବ୍ୟବହାର କରି ଛୋଟଛୋଟ ପିଲା ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗେମ, ସର୍ଟ କଣ୍ଟେଣ୍ଟ ଭିଡିଓ, ରିଲସ ଆଦି ପିଲାମାନେ ମୋବାଇଲରେ ଦେଖନ୍ତି । ହେଲେ ସମ୍ପୂର୍ଣ୍ଣ ଷ୍ଟୋରୀ ନ ଦେଖୁଣୁ ବାରମ୍ବାର ସ୍କିପ କରିଥାନ୍ତି । ଯାହାଦ୍ୱାରା ପିଲାମାନଙ୍କ ମାନସିକ ସ୍ଥିତି ଓ ଗୋଟିଏ ଜିନିଷ ବା ବିଷୟ ବସ୍ତୁ ଉପରେ ଧ୍ୟାନ ଦେବା ଶକ୍ତି ପିଲା ହରାଇ ବସୁଛନ୍ତି । ନୂଆ କିଛି ଚିନ୍ତା ବା ପରିକଳ୍ପନା କରିବାର କ୍ଷମତା ମଧ୍ୟ ନଷ୍ଟ ହେଉଛି ।"


ସେ ଆହୁରି ମଧ୍ୟ କହିଛନ୍ତି, "ଛୋଟ ପିଲାଙ୍କ ପାଇଁ ଶାରୀରିକ ବ୍ୟାୟାମ ଅତ୍ୟନ୍ତ ଆବଶ୍ୟକ। ଅତ୍ୟଧିକ ମୋବାଇଲ ବ୍ୟବହାର ପରେ ଘରେ ବାପା ମା’ ଏବଂ ସମ୍ପର୍କୀୟମାନଙ୍କ ସହ ଆଚରଣ ଓ ଉଚ୍ଚାରଣରେ ଫରକ ଦେଖାଦେଇଥାଏ । ଯେମିତିକି ପିଲା ଚିଡିଚିଡ଼ା ହେବା, ଜିଦଖୋର ହେବା ଏବଂ ଅନେକ ସମୟରେ ପିଲାମାନେ ଜୀବନ ହାରିବା ପରି ଚରମ ନିଷ୍ପତ୍ତି ନେଉଛନ୍ତି । ଅନେକ ସମୟରେ ପିଲାମାନେ ଖୁସି ନରହିବା ମଧ୍ୟ ଦେଖାଯାଇଥାଏ । ଅତ୍ୟଧିକ ମୋବାଇଲ ବ୍ୟବହାର ଦ୍ଵାରା ପିଲାଙ୍କର ପାଠପଢାରେ ମନ ଲାଗିନଥାଏ । ଆଗାମୀ ଦିନରେ ଏହାକୁ ନେଇ ସାଂଘାତିକ ପରିସ୍ଥିତି ଉପୁଜିପାରେ ।'

ଏହା ମଧ୍ୟ ପଢନ୍ତୁ...ଏକାକୀ ରହୁଥିବା ବ୍ୟକ୍ତିଙ୍କ ପାଇଁ ବରଦାନ ଗୃହପାଳିତ ପଶୁ, ସୁସ୍ଥ ରହେ ମାନସିକ ସ୍ବାସ୍ଥ୍ୟ


ଚକ୍ଷୁ ବିଶେଷଜ୍ଞ ଡାକ୍ତର ଏସ ପାଢ଼ୀ କହିଛନ୍ତି, "ପିଲାଙ୍କୁ ସବୁଠାରୁ କମ ପରିମାଣରେ ମୋବାଇଲ ବ୍ୟବହାର କରିବା ପାଇଁ ଦେବା ଆବଶ୍ୟକ । ଯାହା ଫଳରେ ପିଲାଙ୍କର ଚକ୍ଷୁ ଉପରେ ଅତ୍ୟଧିକ ପ୍ରଭାବ ପଡ଼ିବ ନାହିଁ । ନଚେତ ଅଧିକ ମାତ୍ରାରେ ମୋବାଇଲ ବ୍ୟବହାର କଲେ ପିଲାଙ୍କ ଆଖି ମଧ୍ୟରେ ଥିବା ଲୁହ ସୁଖିଯିବାର ସମ୍ଭାବନା ରହିଥାଏ । ଏପରିକି ଛୋଟ ସମୟରୁ ପିଲାଟିର ଆଖି କେତେ ମାତ୍ରାରେ ସୁସ୍ଥ ରହିଛି ତାହାକୁ ପରିବାର ଲୋକେ ଧ୍ୟାନ ଦିଅନ୍ତି ନାହିଁ। ଫଳସ୍ବରୂପ ପରବର୍ତ୍ତୀ ସମୟରେ ଚକ୍ଷୁ ରୋଗ ଦେଖାଦେଇଥାଏ ।"


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.