ETV Bharat / state

SHG ଗ୍ରୁପ୍‌କୁ ଦୁର୍ନୀତିଗ୍ରସ୍ତ କରିଦେଲେଣି ରାଜ୍ୟ ସରକାର: ବିରୋଧୀ ଦଳନେତା

author img

By

Published : Mar 11, 2023, 9:29 PM IST

ଜୟ କହିଛନ୍ତି ଯେ ଏସଏଚଜି ଗ୍ରୁପ ଟଙ୍କା ନେଇ ସୁଧ କାରବାର କରୁଛନ୍ତି । ସରକାରୀ କର୍ମଚାରୀଙ୍କ ସ୍ତରରେ ଯେଉଁ ଦୁର୍ନୀତି ଥିଲା ତାକୁ ତଳ ସ୍ତରକୁ ନେଇ ଏସଏଚଜି ଗ୍ରୁପ୍ ଦ୍ୱାରା ଦୁର୍ନୀତି କରୁଛନ୍ତି । ଯାହା ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ସତ୍ୟାସତ୍ୟ ରହିଛି । ସରକାର ଏସଏଚଜି ଗ୍ରୁପ ଗୁଡିକୁ ଦୁର୍ନୀତିଗ୍ରସ୍ତ କରିସାରିଲେଣି । ଅଧିକ ପଢନ୍ତୁ

ଏସଏଚଜି ଗ୍ରୁପ ଗୁଡିକୁ ଦୁର୍ନୀତିଗ୍ରସ୍ତ କରିଦେଲେଣି ରାଜ୍ୟ ସରକାର: ବିରୋଧୀ ଦଳନେତା
ଏସଏଚଜି ଗ୍ରୁପ ଗୁଡିକୁ ଦୁର୍ନୀତିଗ୍ରସ୍ତ କରିଦେଲେଣି ରାଜ୍ୟ ସରକାର: ବିରୋଧୀ ଦଳନେତା

ଏସଏଚଜି ଗ୍ରୁପ ଗୁଡିକୁ ଦୁର୍ନୀତିଗ୍ରସ୍ତ କରିଦେଲେଣି ରାଜ୍ୟ ସରକାର: ବିରୋଧୀ ଦଳନେତା

ଭୁବନେଶ୍ବର: ଏସଏଚଜି ଗ୍ରୁପ ଟଙ୍କା ନେଇ ସୁଧ କାରବାର କରୁଛନ୍ତି । ସରକାରୀ କର୍ମଚାରୀଙ୍କ ସ୍ତରରେ ଯେଉଁ ଦୁର୍ନୀତି ଥିଲା ତାକୁ ତଳ ସ୍ତରକୁ ନେଇ ଏସଏଚଜି ଗ୍ରୁପ୍ ଦ୍ୱାରା ଦୁର୍ନୀତି କରୁଛନ୍ତି । ଯାହା ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ସତ୍ୟାସତ୍ୟ ରହିଛି । ଆଜି ଏମିତି କହି ପୁଣି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର ।

ଜୟ କହିଛନ୍ତି, ‘‘ଏସଏଚଜି ଗ୍ରୁପ ଟଙ୍କା ନେଇ ସୁଧ କାରବାର କରୁଛନ୍ତି । ସରକାରୀ କର୍ମଚାରୀଙ୍କ ସ୍ତରରେ ଯେଉଁ ଦୁର୍ନୀତି ଥିଲା ତାକୁ ତଳ ସ୍ତରକୁ ନେଇ ଏସଏଚଜି ଗ୍ରୁପ୍ ଦ୍ୱାରା ଦୁର୍ନୀତି କରୁଛନ୍ତି । ଯାହା ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ସତ୍ୟାସତ୍ୟ ରହିଛି । ସରକାର ଏସଏଚଜି ଗ୍ରୁପ ଗୁଡିକୁ ଦୁର୍ନୀତିଗ୍ରସ୍ତ କରିସାରିଲେଣି ।’’

ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଜୟ କହିଛନ୍ତି, ବିଧାନସଭା ଚାଲିଛି ହେଲେ ଗୃହର ନେତା ଗୃହକୁ ସମ୍ମାନ ଦେଉନାହାଁନ୍ତି। ଗୃହ ଚାଲୁଥିବା ବେଳେ ବମ୍ବେ,ରାଉରକେଲା ଯିବାକୁ ତାଙ୍କୁ ସମୟ ହେଉଛି । କିନ୍ତୁ ଗୃହକୁ ସମ୍ମାନ ଦେଇ ଗୃହରେ ରହିବା ସେ କେତେବେଳେ ବି ଉଚିତ ଭାବୁ ନାହାନ୍ତି । ଗୃହର ନେତା ଯଦି ଗୃହକୁ ସମ୍ମାନ ଦେବେନାହିଁ ତେବେ ଗଣତନ୍ତ୍ର କେମିତି ତିଷ୍ଠିବ ବୋଲି ପ୍ରଶ୍ନ କରିଛନ୍ତି ।

ଜୟ ଆହୁରି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ହେଉ ବା ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଦାୟିତ୍ୱ ହେଉ କୌଣସି ଦାୟିତ୍ୱକୁ ଠିକ ଭାବେ ନିର୍ବାହ କରୁନାହାନ୍ତି । ରାଜ୍ୟ ସରକାର ଆଉ କେନ୍ଦ୍ରୀୟ ଅବହେଳା କଥା କହୁନାହିଁ । କେନ୍ଦ୍ର ଯେତିକି ଟଙ୍କା ଦେଉଛି ତାକୁ ଖର୍ଚ୍ଚ କରିପାରୁନାହାନ୍ତି , ପଇସା ଫେରିଯାଉଛି । କେନ୍ଦ୍ର ଅବହେଳା କଥା କହି ପାରୁନାହାଁନ୍ତି ତ ସେଥିପାଇଁ ଗ୍ୟାସ କଥା କହୁଛନ୍ତି । ଗ୍ୟାସ କଥା ଯଦି କହୁଛନ୍ତି ତେବେ ଟ୍ୟାକ୍ସ କମାଇ ଦିଅନ୍ତୁ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନିଜକୁ ସୁହାଇଲା ଭଳି କଥା ସବୁବେଳେ କୁହନ୍ତି । କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ନୀତି କେବେ ଅବଲମ୍ବନ କରନ୍ତି ନାହିଁ । ଗତ ତିନିବର୍ଷ ମଧ୍ୟରେ ବ୍ୟବହାର ନହୋଇ କେତେ ଟଙ୍କା ଫେରସ୍ତ ହୋଇଛି । ରାଜ୍ୟ ସରକାର ଖର୍ଚ୍ଚ କରିପାରୁନାହାନ୍ତି । ଡ୍ରପ ଆଉଟ ଛାତ୍ରଛାତ୍ରୀ, ମାତୃ ମୃତ୍ୟୁହାର, ଶିଶୁ ମୃତ୍ୟୁହାର ସବୁଠୁ ଅଧିକ ରାଜ୍ୟରେ । ତାହେଲେ ଓଡିଶା କେଉଁ ଦିଗରେ ବିକଶିତ ହେଲା ? ଏହାକୁ ନେଇ ବିରୋଧୀ ପ୍ରଶ୍ନ କରିବା ସ୍ଵାଭାବିକ । ଆମେ ଆମ କାମ କରୁଛୁ । ଯଦି ନରମ ଆଭିମୁଖ୍ୟ ଦେଖାଉଛୁ, ତାହେଲେ ଆମେ କଣ ମାଡ଼ ଆଉ କେସ ଖାଆନ୍ତୁ କି ? ବୋଲି ଜୟ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.