ETV Bharat / state

ବାତ୍ୟା ୟସ ପାଇଁ ଖୋର୍ଦ୍ଧାରେ ପ୍ରସ୍ତୁତ ବାତ୍ୟା ଆଶ୍ରୟସ୍ଥଳୀ

author img

By

Published : May 25, 2021, 2:21 PM IST

ସମୁଦ୍ର ଭିତରୁ ବଳ ଗୋଟାଇ ସ୍ଥଳଭାଗ ଆଡକୁ ମାଡ଼ିଆସୁଛି ସାମୁଦ୍ରିକ ଝଡ଼ ୟସ । କିନ୍ତୁ ଗତକାଲି ରାତିରୁ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଅନୁଭୂତ ହେଲାଣି । ଅଧିକ ପଢନ୍ତୁ...

ବାତ୍ୟା ୟାସ ପାଇଁ ଖୋର୍ଦ୍ଧାରେ ପ୍ରସ୍ତୁତ ବାତ୍ୟା ଆଶ୍ରୟସ୍ଥଳୀ
ବାତ୍ୟା ୟାସ ପାଇଁ ଖୋର୍ଦ୍ଧାରେ ପ୍ରସ୍ତୁତ ବାତ୍ୟା ଆଶ୍ରୟସ୍ଥଳୀ

ଖୋର୍ଦ୍ଧା: ସମୁଦ୍ର ଭିତରୁ ବଳ ଗୋଟାଇ ସ୍ଥଳଭାଗ ଆଡକୁ ମାଡ଼ିଆସୁଛି ସାମୁଦ୍ରିକ ଝଡ଼ ୟାସ । ଏହି ବାତ୍ୟା ଆସନ୍ତାକାଲି ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । କିନ୍ତୁ ଗତକାଲି ରାତିରୁ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଅନୁଭୂତ ହେଲାଣି ।

ବାତ୍ୟା ୟାସ ପାଇଁ ଖୋର୍ଦ୍ଧାରେ ପ୍ରସ୍ତୁତ ବାତ୍ୟା ଆଶ୍ରୟସ୍ଥଳୀ

ସେପଟେ ବାତ୍ୟା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଜିଲା ପ୍ରଶାସନ ପକ୍ଷରୁ ଘନ ଘନ ବୈଠକ କରାଯାଇ ଜିଲାରେ ଥିବା 50ଟି ବାତ୍ୟା ଆଶ୍ରୟ ସ୍ଥଳୀ ସହ ଅତିରିକ୍ତ 790ଟି ସ୍କୁଲ ଗୃହ ଏପରି ମୋଟ 840 ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ଅଛି ।

ସେହିପରି ଆଶ୍ରୟ ସ୍ଥଳୀ ଗୁଡିକରେ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା ରହିଛି । କଚ୍ଚା ଘରେ ବସବାସ କରୁଥିବା ଲୋକଙ୍କୁ ଆଜି ଅପରାହ୍ନ ସୁଦ୍ଧା ଆଶ୍ରୟସ୍ଥଳୀକୁ ଆଣି ସମସ୍ତ ବ୍ୟବସ୍ଥା କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । ସେହିପରି ପ୍ରତି ବ୍ଲକକୁ ଦୁଇଟି ଲେଖାଏଁ ପାନୀୟ ଜଳ ଟ୍ୟାଙ୍କର ଓ ପରିମଳ ବିଭାଗ ପକ୍ଷରୁ ଯୋଗାଣ ହୋଇଛି ।



ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.