ETV Bharat / state

ପ୍ରଶଂସା ସାଉଁଟୁଛି ମୋ ସ୍କୁଲ ଅଭିଯାନ, ମଡେଲ ଉପରେ ଅନ୍ୟ ରାଜ୍ୟର ନଜର

author img

By

Published : May 3, 2023, 10:45 AM IST

ପ୍ରଶଂସା ସାଉଁଟୁଛି ‘ମୋ ସ୍କୁଲ’ ଅଭିଯାନ । ବୋଡୋଲ୍ୟାଣ୍ଡ ଟେରିଟୋରିଆଲ ରିଜିଅନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ବୋରୋଙ୍କ ସହ ଏକ ଟିମ ମୋ କଲେଜ ଓ 5 ଟି ସ୍କୁଲର ରୂପାନ୍ତରିକରଣକୁ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ମୋ ସ୍କୁଲ ଅଭିଯାନ
mo college abhiyan

ଭୁବନେଶ୍ବର: ଜାତୀୟସ୍ତରରେ ପ୍ରଶଂସା ସାଉଁଟୁଛି ଓଡିଶାର ‘ମୋ ସ୍କୁଲ’ ଅଭିଯାନ । ବିଭିନ୍ନ ରାଜ୍ୟର ଅଧିକାରୀ ଓଡିଶା ଗସ୍ତ କରି ଏହି ଯୋଜନାକୁ ଅନୁଧ୍ୟାନ କରୁଛନ୍ତି । ନିଜ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରୂପରେଖ ପ୍ରସ୍ତୁତ କରୁଛନ୍ତି । ପୂର୍ବରୁ ଆସାମ, ବିହାର, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟର ପ୍ରତିନିଧି ଓଡିଶା ଗସ୍ତ କରି ମୋ ସ୍କୁଲ ମଡେଲକୁ ଅନୁସରଣ କରିଛନ୍ତି । ଏପଟେ ବୋଡୋଲ୍ୟାଣ୍ଡ ଟେରିଟୋରିଆଲ ରିଜିଅନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ବୋରୋଙ୍କ ସହ ଏକ ଟିମ ଓଡିଶା ଗସ୍ତରେ ରହିଛି । ଯାହା 3 ଦିନ ଧରି ଓଡିଶାର ଅନେକ ସ୍ଥାନରେ ଥିବା ମୋ ସ୍କୁଲ ଓ 5ଟି ସ୍କୁଲର ରୂପାନ୍ତରିକରଣକୁ ପରିଦର୍ଶନ କରିବା ସହ ଅନୁଧ୍ୟାନ କରିଛନ୍ତି ।

ଓଡ଼ିଶା ମଡେଲ ଉପରେ ଅନ୍ୟ ରାଜ୍ୟର ନଜର
ଓଡ଼ିଶା ମଡେଲ ଉପରେ ଅନ୍ୟ ରାଜ୍ୟର ନଜର

ବୋଡୋଲ୍ୟାଣ୍ଡ ଟେରିଟୋରିଆଲ ଆଞ୍ଚଳିକ କ୍ଷେତ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ବୋରୋ କହିଛନ୍ତି ଯେ, ''ରାଜ୍ୟ ସରକାରଙ୍କ ଏହି ଉଦ୍ୟମ ଶିକ୍ଷାନୁଷ୍ଠାନ ପ୍ରତି ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ିବାର ଏକ ଅଭିନବ ପ୍ରୟାସ । ନିଜ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀ ମାନେ ମିଶି କରି ନିଜ ଶିକ୍ଷାନୁଷ୍ଠା ଗୁଡ଼ିକର ଭିତ୍ତିଭୂମିକୁ ସଜାଡ଼ିବା ପାଇଁ ଆର୍ଥିକ ସହାୟତା ରାଶି ପ୍ରଦାନ କରୁଛନ୍ତି । ତେବେ ଏହି ମଡେଲ ବେଶ ଅନୁପ୍ରାଣିତ କରିଛି ।''

ଓଡ଼ିଶା ମଡେଲ ଉପରେ ଅନ୍ୟ ରାଜ୍ୟର ନଜର
ଓଡ଼ିଶା ମଡେଲ ଉପରେ ଅନ୍ୟ ରାଜ୍ୟର ନଜର

ଅନ୍ୟପଟେ ଏହି ଅବସରରେ ଯାଜପୁର ଜିଲ୍ଲା ଦାନଗଦି ସ୍ଥିତ ବୁଢ଼ାରାଜା ସରକାରୀ ବିଦ୍ୟାପୀଠ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ କାର୍ଯ୍ୟକ୍ରମର ପ୍ରଭାବ ସମ୍ବନ୍ଧରେ ଆଲୋଚନା କରିଛନ୍ତି । ସ୍ମାର୍ଟ କ୍ଲାସ୍‌ରୁମ୍‌, ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାବ୍‌ ଆଦି ଅନୁଧ୍ୟାନ କରି ୫-‘ଟି’ ହାଇସ୍କୁଲ ରୂପାନ୍ତରୀକରଣରେ ହୋଇଥିବା ଡିଜିଟାଲ ରୂପାନ୍ତୀକରଣକୁ ପ୍ରଶଂସା କରିଛନ୍ତି ।

ଏହା ବି ପଢନ୍ତୁ...ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ମାମଲା, ମେ’ ୮ରେ ଶ୍ରଦ୍ଧାଞ୍ଜଳିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ

ସୂଚନା ଅନୁଯାୟୀ, ମୋ ସ୍କୁଲ ଅଭିଯାନରେ ୩୦ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇଛନ୍ତି । ଏନେଇ ସେମାନେ ୩୦୦ କୋଟିରୁ ଅଧିକ ଆର୍ଥିକ ଅନୁଦାନ ଦେଇ ଶିକ୍ଷାନୁଷ୍ଠାନର ଉନ୍ନତି କ୍ଷେତ୍ରରେ ବିକାଶ କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ଦୁଇଗୁଣା ଅର୍ଥ ରାଶି ମିଶାଇ ପ୍ରାୟ ୫୦ ହଜାର ସ୍କୁଲରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଓଡିଶାର ଏହି ଅଭିନବ ମଡେଲକୁ ସର୍ବଭାରତୀୟ ସ୍ତରରେ ଅନୁକରଣୀୟ ହୋଇଛି । ଏହି ମଡେଲ ଅନ୍ୟ ରାଜ୍ୟଙ୍କ ନଜରରେ ରହିଛି । ମୋ ସ୍କୁଲ ଅଭିଯାନ ଏକ ବ୍ୟାପକ ଚିନ୍ତାଧାରା ହୋଇଛି । ମୋ ସ୍କୁଲ ପରି ମୋ କଲେଜ ଅଭିଯାନ ମଧ୍ୟ ରହିଛି । ନିକଟରେ ସ୍କିଲକାର୍ଟ ସହ ମୋ କଲେଜ ଏମଓୟୁ ସ୍ବାକ୍ଷରିତ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.