ETV Bharat / state

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ମାଧ୍ୟମିକ ଶିକ୍ଷକ ସଂଘ

author img

By

Published : Dec 23, 2022, 1:28 PM IST

ଦୁଇ ଦଫା ଦାବି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ନୂତନ ପେନସନ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ । ଅଧିକ ପଢନ୍ତୁ

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ମାଧ୍ୟମିକ ଶିକ୍ଷକ ସଂଘ
ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ମାଧ୍ୟମିକ ଶିକ୍ଷକ ସଂଘ

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ

ଭୁବନେଶ୍ବର: ଦୁଇ ଦଫା ଦାବି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ମାଧ୍ୟମିକ ଶିକ୍ଷକ ସଂଘ । ନୂତନ ପେନସନ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ଆଜି ସକାଳେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି(NPS secondary school teachers protest in Bhubaneswar) । ସେ ଅଭିଯୋଗ କରିଛନ୍ତି ଯେ, ଦୀର୍ଘ ଦିନ ଧରି ସେମାନେ ଲୋୟର ପିଏମଜିରେ ଧାରଣା ଦେଇଥିଲେ । କିନ୍ତୁ ଦାବି ପୂରଣ ଦିଗରେ ଏବେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ । ବାରମ୍ବାର ସରକାରଙ୍କ ନିକଟରେ ଦାବି କରାଯାଉଥିଲେ ମଧ୍ୟ କିଛି ସୁଫଳ ମିଳୁନି । ତେଣୁ ଏନେଇ ବିଭିନ୍ନ ଜିଲ୍ଲାରୁ ଆସିଥିବା ମାଧ୍ୟମିକ ଶିକ୍ଷକମାନେ ଆଜି ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି ।

ଏହି ଆନ୍ଦୋଳନରତ ମାଧ୍ୟମିକ ଶିକ୍ଷକ ଦାବି କରିଛନ୍ତି ଯେ, ''୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ୬ ବର୍ଷର ଚୁକ୍ତି ଅବଧିକୁ ମୂଳ ଚାକିରି ସହ ଯୋଡା ଯାଉ ଓ ଏହାସହିତ ୬ଟି ନାସନାଲ ଇନକ୍ରିମେଣ୍ଟ ପ୍ରଦାନ କରାଯାଉ । ୨୦୧୬ରୁ ୨୦୨୨ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରାଯାଉ ।''

ଏହାମଧ୍ୟ ପଢନ୍ତୁ: ବାଲେଶ୍ବର ବିଜେଡି ଜିଲ୍ଲା ସଭାପତିଙ୍କ ମହାନତା, ଆହତଙ୍କୁ ନେଲେ ମେଡିକାଲ

ଯଦି ଦାବି ଗୁଡ଼ିକ ସରକାର ନ ଶୁଣିବେ ତେବେ ଆଗାମୀ ଦିନରେ କଲମ ଛାଡ କରିବେ ବୋଲି ସଂଘ ଚେତାବନୀ ଦେଇଛି । ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ''ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ବୈଠକ ବସିଛି । ଏହି ପ୍ରସଙ୍ଗରେ ଆଲୋଚନା କରାଯିବ ।'' ସୂଚନା ଅନୁଯାୟୀ, ଲୋୟର ପିଏମଜିରେ ୧୧ ଦିନ ଧରି ଧାରଣା ବସିଥିଲେ ନୂତନ ପେନସନ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ । ଏହା ମଧ୍ୟରେ ପୂର୍ବରୁ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ସହ ମଧ୍ୟ ସଂଘ ଆଲୋଚନା କରିଛି । କିନ୍ତୁ କୌଣସି ଲାଭ ହୋଇନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.