ETV Bharat / state

ଘରଠୁ ଦୂରକୁ ଯିବାକୁ ଅମଙ୍ଗ ଛାତ୍ରଛାତ୍ରୀ, ୬୦ ସ୍କୁଲକୁ ଯୁକ୍ତ ଦୁଇକୁ ଉନ୍ନୀତ ପାଇଁ ପ୍ରସ୍ତାବ

author img

By

Published : Jul 4, 2023, 9:41 AM IST

ଯୁକ୍ତ ଦୁଇ ପଢିବାକୁ ଘରଠାରୁ ଦୂରକୁ ଯିବାକୁ ଅମଙ୍ଗ ହେଉଛନ୍ତି ଛାତ୍ରଛାତ୍ରୀ । ତେଣୁ ୧୭ଟି ଜିଲ୍ଲାର ୬୦ରୁ ଊର୍ଦ୍ଧ୍ବ ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ କରିବାକୁ ପ୍ରସ୍ତାବ ଆସିଛି । ଅଧିକ ପଢନ୍ତୁ

ସ୍କୁଲକୁ ଯୁକ୍ତ ଦୁଇକୁ ଉନ୍ନୀତ ପାଇଁ ପ୍ରସ୍ତାବ

ଭୁବନେଶ୍ବର: ଦଶମ ପରେ ଘର ପାଖରେ ଯୁକ୍ତ ଦୁଇ କଲେଜ ନଥିବାରୁ ଅଧିକାଂଶ ପିଲା ଅଧାରୁ ପାଠ ଛାଡ଼ୁଛନ୍ତି । ଦଶମ ଶ୍ରେଣୀରେ ଭଲ ନମ୍ବର ରଖିଥିଲେ ମଧ୍ୟ ଉଚ୍ଚଶିକ୍ଷା ଗ୍ରହଣ କରିପାରୁ ନାହାନ୍ତି ଛାତ୍ରଛାତ୍ରୀ । ବିଶେଷ କରି ଘରଠାରୁ ବହୁ ଦୂରରେ ଥିବା ଯୁକ୍ତ ଦୁଇ କଲେଜକୁ ଯିବାକୁ ଅନେକ ପିଲା ଏବଂ ଅଭିଭାବକମାନେ ଅମଙ୍ଗ ହେଉଛନ୍ତି । ମାଓ ପ୍ରଭାବିତ ଅଞ୍ଚଳରେ ଘରଠାରୁ ୧୫ରୁ ୨୦ କିଲୋମିଟର ଦୂରକୁ ଯାଇ ଯୁକ୍ତ ଦୁଇ ଶ୍ରେଣୀରେ ପାଠପଢ଼ିବା କଷ୍ଟସାଧ୍ୟ ହୋଇପଡୁଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମଧ୍ୟ ସମାନ ସମସ୍ୟା । ତେଣୁ ରାଜ୍ୟର କୋଣ ଅନୁକୋଣରେ ଥିବା ପ୍ରାୟ ୬୦ଟି ବିଦ୍ୟାଳୟକୁ ଯୁକ୍ତ ଦୁଇକୁ ଉନ୍ନୀତ କରିବାକୁ ବିଭିନ୍ନ ଜରିଆରେ ଗଣଶିକ୍ଷା ବିଭାଗ ନିକଟକୁ ପ୍ରସ୍ତାବ ଆସିଛି । ଏନେଇ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ ।

ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୁଖଙ୍କ ଜରିଆରେ ରାଜ୍ୟ ସରକାରଙ୍କ ନିକଟକୁ ଆସିଥିବା ଉକ୍ତ ପ୍ରସ୍ତାବଗୁଡ଼ିକ ଉପରେ ବିଚାର ବିମର୍ଶ ଚାଲିଛି । ଯାଜପୁର, ଝାରସୁଗୁଡ଼ା, ଅନୁଗୋଳ, ଖୋର୍ଦ୍ଧା, ବଲାଙ୍ଗୀର, ଢେଙ୍କାନାଳ, କେନ୍ଦୁଝର, ଜଗତସିଂହପୁର, ଗଞ୍ଜାମ, ବରଗଡ଼, ଗଜପତି, କନ୍ଧମାଳ, ନୟାଗଡ଼, ଦେବଗଡ଼, ନୂଆପଡ଼ା, ନବରଙ୍ଗପୁର ଏବଂ ବାଲେଶ୍ବର ଜିଲ୍ଲାରୁ ଏହି ପ୍ରସ୍ତାବ ମିଳିଛି । ଏହି ୧୭ଟି ଜିଲ୍ଲାରେ ଥିବା ପ୍ରାୟ ୬୦ରୁ ଅଧିକ ଉଚ୍ଚ ବିଦ୍ୟାଳୟକୁ ଯୁକ୍ତ ଦୁଇକୁ ଉନ୍ନୀତ କରିବା ପାଇଁ ଦାବି ହେଉଛି । ଉଚ୍ଚ ବିଦ୍ୟାଳୟଗୁଡ଼ିକର ଫିଜିବିଲିଟି ଯାଞ୍ଚ କରି ବିବରଣୀ ପ୍ରଦାନ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଉପରୋକ୍ତ ସମସ୍ତ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ୮ରୁ ଓଡ଼ିଆ ବିଶ୍ବବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ

ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାରୁ ସର୍ବାଧିକ ୧୮ଟି ବିଦ୍ୟାଳୟକୁ ଉନ୍ନୀତ କରିବାକୁ ପ୍ରସ୍ତାବ ଆସିଥିବା ବେଳେ ନୂଆପଡ଼ା ଜିଲ୍ଲାରୁ ୯ଟି, ଖୋର୍ଦ୍ଧା ଜିଲ୍ଲାରୁ ୬ଟି, କେନ୍ଦୁଝର ଜିଲ୍ଲାରୁ ୫ଟି, ଦେବଗଡ଼, ବଲାଙ୍ଗୀର, କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲାରୁ ୪ଟି, ନୟାଗଡ଼ ଜିଲ୍ଲାରୁ ୨ଟି ଉଚ୍ଚ ବିଦ୍ୟାଳୟରୁ ପ୍ରସ୍ତାବ ଆସିଛି । ଢେଙ୍କାନାଳ ଜିଲ୍ଲାର ୨ଟି, ଝାରସୁଗୁଡ଼ା, ଯାଜପୁର, ଅନୁଗୁଳ, ଜଗତସିଂହପୁର, ଗଞ୍ଜାମ, ବରଗଡ଼, ଗଜପତି, ବାଲେଶ୍ବର ଜିଲ୍ଲାରେ ଗୋଟିଏ ଲେଖାଁଏ ପରି ୬୦ରୁ ଅଧିକ ଉଚ୍ଚ ବିଦ୍ୟାଳୟ ଉନ୍ନୀତ ଅପେକ୍ଷାରେ ରହିଥିବା ଜଣାପଡ଼ିଛି ।

ଚଳିତ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯାଇଛି । ସେଥିମଧ୍ୟରୁ ୧୦୦ଟି ବିଦ୍ୟାଳୟରେ କଳା ଓ ୬ଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ଏହି ବିଦ୍ୟାଳୟଗୁଡ଼ିକରେ ଦୁଇଟି ଲେଖାଏଁ ପର୍ଯ୍ୟାୟରେ ପାଠ ପଢ଼ାଯିବ । ପ୍ରତ୍ୟେକ ସେକ୍ସନରେ ୬୪ ଜଣ ଲେଖାଏଁ ମୋଟ ୧୨୮ ଛାତ୍ରଛାତ୍ରୀ ନାମ ଲେଖାଇବେ । ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକମାନେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବା ପାଇଁ ସ୍ଥିର କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.