ETV Bharat / state

ସରପଞ୍ଚ ସମିତିସଭ୍ୟଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଲା କଂଗ୍ରେସ

author img

By ETV Bharat Odisha Team

Published : Oct 9, 2023, 8:05 PM IST

ବିଜୟ ପଟ୍ଟନାୟକ ଆନ୍ଦୋଳନରତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ଭେଟି ସେମାନଙ୍କ ଦାବି ଶୁଣି ଆଲୋଚନା କରିବା ସହ ଆଶ୍ବାସନା ଦେଇ କହିଛନ୍ତି କି, " ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ" ରାଜ୍ୟ ସରକାର ଅଣଦେଖା କରୁଛନ୍ତି । ବିଜେଡି ସରକାରଙ୍କର ସମ୍ବିଧାନ କିମ୍ବା ବିଧାନସଭା ପ୍ରତି ସମ୍ମାନ ନାହିଁ କି ପଞ୍ଚାୟତ ପ୍ରତି ସମ୍ମାନ ନାହିଁ । ଅଧିକ ପଢନ୍ତୁ

ସରପଞ୍ଚ  ସମିତିସଭ୍ୟଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଲା କଂଗ୍ରେସ
ସରପଞ୍ଚ ସମିତିସଭ୍ୟଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଲା କଂଗ୍ରେସ

ସରପଞ୍ଚ ସମିତିସଭ୍ୟଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟ ସରକାର ସରପଞ୍ଚ ଓ ସମିତି ସଭ୍ୟଙ୍କ କ୍ଷମତାକୁ ବ୍ୟାପକ ଭାବେ ସଙ୍କୁଚିତ କରିଛନ୍ତି । ପଞ୍ଚାୟତର ପ୍ରତ୍ୟେକ ଉନ୍ନୟନ ମୂଳକ କାମ ପାଇଁ 5T ସଚିବ, କଲେକ୍ଟର, ଏସପି କିମ୍ବା ବିଡିଓଙ୍କ କ୍ଷମତାର ବ୍ୟବହାର କରାଯାଉଛି । ଉପଯୁକ୍ତ ଦରମା ଓ ଅନ୍ୟାନ୍ୟ ସୁବିଧାତ ମିଳିବା ଦୂରର କଥା ବ୍ଲକରେ ଥିବା ବିଡିଓ ଏବଂ ସରକାରୀ ବ୍ୟବସ୍ଥା ସେମାନଙ୍କ ଅଧିକାର ଓ କ୍ଷମତାରେ ବାଧା ସୃଷ୍ଟି କରୁଛନ୍ତି । ଆନ୍ଦୋଳନରତ ସରପଞ୍ଚ ଓ ସମିତି ସଭ୍ୟଙ୍କ ଆନ୍ଦୋଳନକୁ ନୈତିକ ସମର୍ଥନ ଜଣାଇ ଏହା କହିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ।

ବିଜୟ ପଟ୍ଟନାୟକ ଆନ୍ଦୋଳନରତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ଭେଟି ସେମାନଙ୍କ ଦାବି ଶୁଣି ଆଲୋଚନା କରିବା ସହ ଆଶ୍ବାସନା ଦେଇ କହିଛନ୍ତି କି, " ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ" ରାଜ୍ୟ ସରକାର ଅଣଦେଖା କରୁଛନ୍ତି । ବିଜେଡି ସରକାରଙ୍କର ସମ୍ବିଧାନ କିମ୍ବା ବିଧାନସଭା ପ୍ରତି ସମ୍ମାନ ନାହିଁ କି ପଞ୍ଚାୟତ ପ୍ରତି ସମ୍ମାନ ନାହିଁ । ରାଜ୍ୟରେ ଥିବା ବିଜେଡି ସରକାର ଭାବୁଛନ୍ତି କିଛି ସରକାରୀ ଅଫିସରଙ୍କୁ ନେଇ ସେ ସରକାର ଚଳାଇ ଦେବେ। 5T ସଚିବ, କଲେକ୍ଟର,ଏସପି କିମ୍ବା ବିଡିଓ ଏହିମାନଙ୍କୁ ନେଇ ଶାସନ ଚଳାଇବେ ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫର୍ମୁଲା । ଏହି ସରକାରଙ୍କ ସମସ୍ତ ନୀତି ସମ୍ବିଧାନ ବିରୋଧୀ।

ଏହାବି ପଢନ୍ତୁ- ବଲାଙ୍ଗୀରରେ ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘର ଆନ୍ଦୋଳନ

କଂଗ୍ରେସ ଶାସନ ସମୟରେ ୭୩ତମ ସମ୍ବିଧାନ ସଂଶୋଧନ କରାଯାଇ ସାରା ଦେଶରେ ପଞ୍ଚାୟତ ଅନୁଷ୍ଠାନମାନଙ୍କୁ ସ୍ବୟଂଶାସିତ ଅନୁଷ୍ଠାନ ରୂପେ କାର୍ଯ୍ୟ କରିବା ପାଇଁ ଯଥେଷ୍ଟ କ୍ଷମତା ଓ ଦାୟିତ୍ବ ମିଳିପାରିଥିଲା । ଅର୍ଥ ବା ପାଣ୍ଠି, କାର୍ଯ୍ୟ ଏବଂ କର୍ମକର୍ତ୍ତା (Funds, Functions and Functionaries) ମାଧ୍ୟମରେ କ୍ଷମତାକୁ ବିକେନ୍ଦ୍ରୀକରଣ କରାଯାଇଥିଲା । ହେଲେ ଦୀର୍ଘ ଦିନର ବିଜେଡି ସରକାରରେ କ୍ଷମତା ବିକେନ୍ଦ୍ରୀକରଣ (decentralization)ହେବା ବଦଳରେ କ୍ଷମତା କେନ୍ଦ୍ରୀକରଣ(centralized) ହେବାକୁ ଯାଉଛି । ନିର୍ବାଚିତ ପ୍ରତିନିଧି ମାନଙ୍କର ଗୁରୁତ୍ଵ ରହୁନାହିଁ । ସରକାରୀ ଅଫିସର କେବଳ ଯେ ସରକାରଙ୍କୁ ନିୟନ୍ତ୍ରିତ କରୁଛନ୍ତି ତାହା ନୁହେଁ ସେମାନେ ରାଜନୈତିକ ଦଳକୁ ବି ମଧ୍ୟ ନିୟନ୍ତ୍ରଣ କଲେଣି । ଏହା ଗଣତନ୍ତ୍ର ପାଇଁ ଘୋର ବିପଦ । ଓଡିଶାରେ ଏକ ବିଷମ ବ୍ୟବସ୍ଥା ଚାଳିଛି ଏହି ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ହେବ ବୋଲି ବିଜୟ ପଟ୍ଟନାୟକ କହିଛନ୍ତି ।

ସୂଚନାୟୋଗ୍ୟଯେ ଦୀର୍ଘ 3 ମାସ ଧରି ସରପଞ୍ଚ ମହାସଂଘ ବ୍ଲକ ପରେ ଜିଲ୍ଲା ଏବେ ରାଜ୍ୟସ୍ତରରେ 15 ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିଛି । ରାଜ୍ୟର 6798 ସରପଞ୍ଚ ରାଜରାସ୍ତାରେ ବସିଛନ୍ତି । ଏନେଇ ସରପଞ୍ଚ ମହାସଙ୍ଘ ସମ୍ପାଦକ କହିଛନ୍ତି ଗଣତନ୍ତ୍ରର ଵିଧି ବ୍ୟବସ୍ଥାକୁ ସଙ୍କୁଚିତ କରାଯାଇଛି । ଗଣତନ୍ତ୍ରରେ ଲୋକପ୍ରତିନିଧି ମାନଙ୍କର ଯେଉଁ ଅଧିକାର ଅଛି ତାକୁ ଅଣଦେଖା କରୁଛନ୍ତି ସରକାର। ସରପଞ୍ଚ ମାନେ ଲୋକମାନଙ୍କ ସମସ୍ୟା ବୁଝିବା କଥା । 73 ତମ ସମ୍ବିଧାନ ବିଦ୍ଧି ବ୍ୟବସ୍ଥା ଭିତରେ ସରପଞ୍ଚ ମାନଙ୍କ କ୍ଷମତା କୁ ଫେରାଇ ଦିଆଯାଉ । ସାଧାରଣ ଲୋକଙ୍କ ମୌଳିକ ସମସ୍ୟାକୁ ଦୂର କରିବା ପାଇଁ କାର୍ଯ୍ୟ କରିବାକୁ ଦିଆଯାଉ । ପଲ୍ଲିସଭା, ଗ୍ରାମସଭାକୁ ଗୁରୁତ୍ବ ଦିଆଯାଉ। ସ୍ବାସ୍ଥ୍ୟ ବୀମା ପ୍ରଦାନ କରାଯାଉ। ଆମ ଓଡ଼ିଶା ନବୀନ ଓଡିଶା ଯୋଜନା ରେ ଆସିଥିବା ଅର୍ଥକୁ ଗ୍ରାମସଭା ଦ୍ବାରା ପାରିତ କରାଯାଇ ପଞ୍ଚାୟତ ଦ୍ବାରା ତଦାରଖ କରାଯାଉ। ଏଭଳି ପ୍ରମୁଖ ଦାବି ନେଇ ଧାରଣାରେ ବସିଛନ୍ତି ସରପଞ୍ଚ ମାନେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.