ETV Bharat / state

ସଡ଼କ ସୁରକ୍ଷା ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା, ସଚେତନତା ବାର୍ତ୍ତାଦେବ କମ୍ୟୁନିଟି ରେଡିଓ ଆସୋସିଏସନ

author img

By ETV Bharat Odisha Team

Published : Nov 19, 2023, 7:19 AM IST

ସଡ଼କ ସୁରକ୍ଷା ସଚେତନା ବାର୍ତ୍ତାଦେବ କମ୍ୟୁନିଟି ରେଡ଼ିଓ । ଭୁବନେଶ୍ୱରରେ ଆୟୋଜିତ ହେଲା ରାଜ୍ୟସ୍ତରୀୟ କର୍ମଶାଳା । ଲୋକଙ୍କୁ ଗୀତ ଓ ଜିଙ୍ଗଲ୍ସ ମାଧ୍ୟମରେ ସଚେତନତା କରାଯିବ । ଅଧିକ ପଢ଼ନ୍ତୁ

ସଡକ ସୁରକ୍ଷା ପାଇଁ ରାଜ୍ୟସ୍ତରୀୟ କର୍ମଶାଳା, ସଚେତନା ବାର୍ତ୍ତାଦେବ କମ୍ୟୁନିଟି ରେଡ଼ିଓ
ସଡକ ସୁରକ୍ଷା ପାଇଁ ରାଜ୍ୟସ୍ତରୀୟ କର୍ମଶାଳା, ସଚେତନା ବାର୍ତ୍ତାଦେବ କମ୍ୟୁନିଟି ରେଡ଼ିଓ

ସଡକ ସୁରକ୍ଷା ପାଇଁ ରାଜ୍ୟସ୍ତରୀୟ କର୍ମଶାଳା, ସଚେତନା ବାର୍ତ୍ତାଦେବ କମ୍ୟୁନିଟି ରେଡ଼ିଓ

ଭୁବନେଶ୍ୱର: ଓଡିଶା କମ୍ୟୁନିଟି ରେଡ଼ିଓ ଆସୋସିଏସନ ପକ୍ଷରୁ ରାଜ୍ୟସ୍ତରୀୟ ସଡକ ସୁରକ୍ଷା ଅଭିଯାନ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇ ହୋଇଯାଇଛି । ଭୁବନେଶ୍ୱରର ରେଡ କ୍ରସର କମ୍ୟୁନିଟି ହଲରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଏହି ଅବସରରେ ସଡକ ସୁରକ୍ଷା ପାଇଁ ସଚେତନ ସଙ୍ଗୀତ ଓ ପୋଷ୍ଟର ଉନ୍ମୋଚିତ କରାଯାଇଛି ।ଆସନ୍ତା କାଲି (ରବିବାର) ବିଶ୍ୱ ସ୍ମୃତି ଦିବସ ହେଇଥିବା ବେଳେ ସଡ଼କ ସୁରକ୍ଷାର ବାର୍ତ୍ତା ଦେବାକୁ ଆଗେଇ ଆସିଛି ଓଡ଼ିଶା କମ୍ୟୁନିଟି ରେଡିଓ ଆସୋସିଏସନ ।

ଏହି ଅବସରରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଟ୍ରାନ୍ସପୋର୍ଟ କମିଶନର ଅମିତାଭ ଠାକୁର ଯୋଗ ଦେଇ ସଡ଼କ ସୁରକ୍ଷା ସମ୍ପର୍କରେ ରେଡିଓ କମ୍ୟୁନିଟିର ପଦକ୍ଷେପକୁ ସ୍ୱାଗତ କରିଥିଲେ । ଗାଡ଼ି ଚଲାଇବା ବେଳେ ସଚେତନ ହୋଇ ସତର୍କତାର ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଖାଲି ସେତିକି ନୁହେଁ ସଡ଼କ ଦୁର୍ଘଟଣାକୁ କିଭଳି ରୋକା ଯାଇପାରିବ ସେନେଇ ଆହୁରି ଅଧିକରୁ ଅଧିକ କାର୍ଯ୍ୟକ୍ରମ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ୫ଟି ସଂଗୀତ ଓ ଜିଙ୍ଗଲସର ଲୋକର୍ପଣ ହୋଇଥିବା ବେଳେ ଏହା ଦୁର୍ଗମ ଓ ଉପାନ୍ତ ଅଞ୍ଚଳରେ ସଡ଼କ ସୁରକ୍ଷାର ବାର୍ତା ଦେବ ଓଡ଼ିଶା କମ୍ୟୁନିଟି ରେଡ଼ିଓ ଆସୋସିଏସନ । କାରଣ ଓଡ଼ିଶାରେ ଆଜି ମଧ୍ୟ ଅନେକ ବିଛିନ୍ନାଞ୍ଚଳ ରହିଛି । ଯେଉଁଠି ଟିଭି ମିଡ଼ିଆ ପହଞ୍ଚି ପାରୁନାହାନ୍ତି । ଯେଉଁଥିପାଇଁ ସଚେତନତା ଅଭାବରୁ ମୂଲ୍ୟବାନ ଜୀବନ ଚାଲିଯାଉଛି । ସେହି ଅଞ୍ଚଳର ରେଡ଼ିଓ ବା କମୁନଟି ରେଡ଼ିଓ ସେଣ୍ଟରଗୁଡିକ ସଚେତନତା କରିବ । ଲୋକଙ୍କୁ ଗୀତ ଓ ଜିଙ୍ଗଲ୍ସ ମାଧ୍ୟମରେ ସଚେତନତା କରାଇବା ସହ ଦୁର୍ଘଟଣା ଏଡ଼ାଇବା ପାଇଁ ବିଭିନ୍ନ ଜ୍ଞାନ ବିତରଣ କରିପାରିବ ବୋଲି ଆଶା ରଖିଛି ଆସୋସିଏସନ । ଏହି କାର୍ଯ୍ୟକ୍ରମରେ୧୦ରୁ ଊର୍ଦ୍ଧ୍ଵ କମ୍ୟୁନିଟି ରେଡ଼ିଓ ସେଣ୍ଟରର କର୍ମକର୍ତାଙ୍କ ସହ ସମେତ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ...ଟିପର ଧକ୍କାରେ ବାଇକ ଆରୋହୀ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ


ବର୍ତ୍ତମାନ ରାଜ୍ୟରେ ପ୍ରତି ୧୦୦ ଦୁର୍ଘଟଣାରେ ୪୮ ଜଣଙ୍କ ମୃତ୍ୟୁ ହେଉଛି । ଯାହା ଜାତୀୟ ହାର ଅନୁସାରେ ୩୬ ପ୍ରତିଶତ ଅଧିକ ରହୁଛି । ଏହି କ୍ରମରେ ୨୦୨୨ ମସିହାରେ ୧୧, ୬୬୩ ସଡ଼କ ଦୁର୍ଘଟଣାରେ ୫,୪୬୭ ଜଣଙ୍କର ଜୀବନ ଯାଇଛି । ରାଜ୍ୟର ଏହି ଗମ୍ଭୀର ସ୍ଥିତିକୁ ନଜରରେ ରଖି କମ୍ୟୁନିଟି ରେଡିଓ ଆସୋସିଏସନ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.