ETV Bharat / state

ଶିକ୍ଷକଙ୍କ ଘରେ ଫୁଟିଲା ବିରଳ ବ୍ରହ୍ମକମଳ ଫୁଲ

author img

By

Published : Aug 29, 2020, 10:10 PM IST

ଖୋର୍ଦ୍ଧା ଶିକ୍ଷକଙ୍କ ବାଡ଼ିରେ ଫୁଟିଲା ବିରଳ ବ୍ରହ୍ମକମଳ ଫୁଲ । ବିଶ୍ବାସ ରହିଛି ସ୍ଵର୍ଗରେ ଫୁଟିଥାଏ ବ୍ରହ୍ମକମଳ ଫୁଲ । ଯାହା ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ । ଅଧିକ ପଢନ୍ତୁ...

ଶିକ୍ଷକଙ୍କ ଘରେ ଫୁଟିଲା ବିରଳ ବ୍ରହ୍ମକମଳ ଫୁଲ
ଶିକ୍ଷକଙ୍କ ଘରେ ଫୁଟିଲା ବିରଳ ବ୍ରହ୍ମକମଳ ଫୁଲ

ଖୋର୍ଦ୍ଧା: ଶିକ୍ଷକଙ୍କ ଘରେ ଫୁଟିଲା ବିରଳ ବ୍ରହ୍ମକମଳ ଫୁଲ । ବିଶ୍ବାସ ରହିଛି ସ୍ଵର୍ଗରେ ଫୁଟିଥାଏ ବ୍ରହ୍ମକମଳ ଫୁଲ । ଯାହା ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ । ମୁଖ୍ୟତଃ ବ୍ରହ୍ମକମଳ ପୁଷ୍ପ ସୌଭାଗ୍ୟ ଆଉ ସମୃଦ୍ଧିର ପ୍ରତୀକ ହୋଇଥାଏ । ଖୋର୍ଦ୍ଧା ସହରର କଲ୍ୟାଣ ନଗରରେ ବାସ କରୁଥିବା କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ପ୍ରକାଶ ଚନ୍ଦ୍ର ଦାସଙ୍କ ଉଦ୍ୟାନରେ ଶନିବାର ଏହି ଦୁର୍ଲଭ ଫୁଲ ବ୍ରହ୍ମକମଳ ଫୁଟିଛି । ଫୁଲ ଫୁଟିବା ପରେ ବ୍ରହ୍ମକମଳ ଫୁଲ ଏବଂ ଗଛକୁ ପୂଜାର୍ଚ୍ଚନା କରାଯାଇଛି ।

ଶିକ୍ଷକଙ୍କ ଘରେ ଫୁଟିଲା ବିରଳ ବ୍ରହ୍ମକମଳ ଫୁଲ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.