ETV Bharat / state

ଜୟଙ୍କ ସରକାରୀ ବାସଭବନ ଆଗରେ ପୁଣି ବିକ୍ଷୋଭ, ଇସ୍ତଫା ଦାବି କଲା ମହିଳା ସଂଗଠନ

author img

By

Published : Feb 18, 2023, 8:09 PM IST

ମହିଳା ପୋଲିସ ଅଧିକାରୀଙ୍କ ସହ ହାତାହାତି ହେବା ଘଟଣାକୁ ନେଇ ବଢ଼ୁଛି ବିରୋଧି ଦଳ ନେତା ଜୟନାରାଣ ମିଶ୍ରଙ୍କ ଅଡ଼ୁଆ । ଶନିବାର ପ୍ରଗତି ଫାଉଣ୍ଡେସନ ନାମକ ଏକ ମହିଳା ସଂଗଠନ ପକ୍ଷରୁ ଜୟନାରାୟଣଙ୍କ ସରାକାରୀ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ତାଙ୍କର ଇସ୍ତଫା ଦାବି କରାଯାଇଛି । ଅଧିକ ପଢ଼ନ୍ତୁ

ଜୟ ନାରାୟଣଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ
ଜୟ ନାରାୟଣଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ

ଜୟ ନାରାୟଣଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ

ଭୁବନେଶ୍ବର: ସମ୍ବଲପୁରରେ ମହିଳା ପୋଲିସ ଅଧିକାରୀଙ୍କ ସହ ହାତାହାତି ଘଟଣାରେ ଥମୁନି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିବାଦ । ବିଜେଡି ଏନେଇ ବାରମ୍ବାର ବିରୋଧି ଦଳ ନେତା ପଦରୁ ଜୟନାରାଣଙ୍କ ଇସ୍ତଫା ଦାବି କରିବା ସହ ଜୟନାରାୟଣ ମିଶ୍ର ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଛି । ଏହି ବିବାଦରେ ଶୁକ୍ରବାର ତାଙ୍କ ସରକାରୀ ବାସଭବନକୁ କିନ୍ନରମାନେ ଘେରିଥିଲେ । ଆଜି (ଶନିବାର) ପୁଣି ଏକ ସ୍ୱେଚ୍ଛାସେବୀ ସଂଗଠନର ମହିଳାମାନେ ଜୟନାରାୟଣ ମିଶ୍ରଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସରକାରୀ ବାସଭବନ ଆଗରେ ପୁଣି ବିକ୍ଷୋଭ । ଆଜି (ଶନିବାର) ପ୍ରଗତି ଫାଉଣ୍ଡେସନ ପକ୍ଷରୁ ଏହି ବିକ୍ଷୋଭ କରାଯାଇଛି । ସଂଗଠନର ମହିଳାମାନେ ଏକାଠି ହୋଇ ଜୟନାରାୟଣଙ୍କ ବିରୋଧରେ ନାରାବାଜି କରିଥିଲେ । ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ବିରୋଧି ଦଳ ପଦରୁ ଜୟନାରାୟଣଙ୍କ ଇସ୍ତଫା ଦାବି କରିଛନ୍ତି । ଏନେଇ ପ୍ରଗତି ଫାଉଣ୍ଡେସନର ଅଧ୍ୟକ୍ଷା ପ୍ରଗତି ରଥ କହିଛନ୍ତି, "ଜଣେ ବିଧାୟକଙ୍କର ଜଣେ ପୋଲିସ ଅଧିକାରୀଙ୍କୁ ହାତ ଉଠାଇବାର ଅଧିକାର ନାହିଁ । ସେ ଏପରି କରି ଭୁଲ କରିଛନ୍ତି । ରାଜ୍ୟରେ ଯେଉଁଠି ମାଆ ମାନଙ୍କୁ ଅସମ୍ମାନ କରାଯିବ ସେଠାରେ ଆମେ ପହଞ୍ଚି ଏହାର ପ୍ରତିବାଦ କରିବୁ । ଜୟନାରାୟଣ ଇସ୍ତଫା ଦିଅନ୍ତୁ । ଏଭଳି ଭୁଲ କରିଥିବାରୁ ଆସି କ୍ଷମା ପ୍ରାର୍ଥନା କରନ୍ତୁ । ଯେପର୍ଯ୍ୟନ୍ତ ସେ କ୍ଷମା ପ୍ରାର୍ଥନା କରିନାହାନ୍ତି, ଆମେ ଆନ୍ଦୋଳନରୁ ହଟିବୁନାହିଁ ।" ଗତକାଲି କିନ୍ନର ଓ ବିଭିନ୍ନ ମହିଳା ସଂଗଠନ ମଧ୍ୟ ତାଙ୍କ କ୍ବାର୍ଟର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ପ୍ରକାଶ ଥାଉକି, ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ସମ୍ବଲପୁରରେ ବିକ୍ଷୋଭ ବେଳେ ଜଣେ ମହିଳା ପୋଲିସଙ୍କ ସହ ହାତାହାତି ହୋଇଥିଲେ । ଏହାର ଭିଡିଓ ଭାଇରାଲ ହେବା ସହ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଯାହାକୁ ନେଇ ରାଜନୀତି ବଢିବାରେ ଲାଗିଛି । ଉଭୟ ବିଜେପି ଓ ବିଜେଡି ଆନ୍ଦୋଳନକୁ ତୀବ୍ର କରିଚାଲିଛନ୍ତି । ସେପଟେ ବିଜେପି ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜରାସ୍ତାରେ ପ୍ରତିବାଦ କରୁଛି । ବିଜେଡି ଜୟନାରାୟଣ ମିଶ୍ରଙ୍କ ଇସ୍ତଫା ଦାବି କରୁଛି । ଆଗକୁ ନିର୍ବାଚନ ପାଇଁ ଏପରି ଡ୍ରାମା ବିଜେଡି କରୁଛି ବୋଲି କହିଛି ବିଜେପି । ସେହିପରି ବିଜେପି ଯୁବମୋର୍ଚ୍ଚା ମଧ୍ୟ ତୃଣମୂଳସ୍ତରରେ ପ୍ରତିବାଦ ଆରମ୍ଭ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.