ETV Bharat / state

ପଶ୍ଚିମବଙ୍ଗରେ ଡ଼ାକ୍ତରଙ୍କୁ ଆକ୍ରମଣ ଘଟଣାକୁ ଏବିଭିପିର ବିରୋଧ

author img

By

Published : Jun 14, 2019, 11:56 PM IST

ଭୁବନେଶ୍ବର ଏବିଭିପି ପକ୍ଷରୁ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆକ୍ରମଣକୁ ଦୃଢ଼ ଭାବରେ ବିରୋଧ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଭୁବନେଶ୍ବର: ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ସାରା ଦେଶରେ ଡାକ୍ତରଙ୍କ ଆନ୍ଦୋଳନ ଦୃଢ଼ ହେବାରେ ଲାଗିଛି। ଏହି ଘଟଣାରେ ବିରୋଧରେ ବିଭିନ୍ନ ସଙ୍ଗଠନ ସ୍ବର ଉତ୍ତୋଳନ କରିଛନ୍ତି । ଆଜି ସନ୍ଧ୍ୟାରେ ଏବିଭିପି ପକ୍ଷରୁ ଏହି ଆକ୍ରମଣକୁ ଦୃଢ଼ ଭାବରେ ବିରୋଧ କରାଯାଇଛି । ଏହି ଘଟଣାକୁ ନିନ୍ଦା କରାଯିବା ସହ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କଲିକତାରେ ଡ଼ାକ୍ତରଙ୍କୁ ମାଡ଼ ମରାଯାଇଥିବା ବେଳେ ସେ ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତେବେ ଯେଉଁମାନେ ଏଭଳି ଘଟଣା ଘଟାଇଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ଏବିଭିପିର ସଂଯୋଜକ ସଞ୍ଜୟ ମଲ୍ଲିକ କହିଛନ୍ତି । ଡାକ୍ତର ଗୌତମ ପଣ୍ଡା କହିଛନ୍ତି ଯେ ଆମେ ଡାକ୍ତରଖାନାରେ ଡାକ୍ତରମାନଙ୍କର ସୁରକ୍ଷା ଚାହୁଁଛୁ । ସେ ଆହୁରି ମଧ୍ୟ କହିଛନ୍ତି, ସାରା ଭାରତରେ ଡାକ୍ତରମାନେ ଯେଉଁ ଘଟଣାକୁ କେନ୍ଦ୍ର କରି ଧାରଣାରେ ବସିଛନ୍ତି ସେମାନଙ୍କର ଗୋଟେ ମାତ୍ର ଦାବି କିଭଳି ଭାବରେ ଡାକ୍ତରଙ୍କ ସୁରକ୍ଷା କରାଯିବ ଏବଂ ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯିବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ


ଡ଼ାକ୍ତରଙ୍କୁ ଆକ୍ରମଣ ଘଟଣାରେ ଏବିଭିପି ର ବିରୋଧ।

ଡ଼ାକ୍ତରଙ୍କୁ ମାଡ଼ ମାରିବା ଘଟଣା ରେ ସାରା ଦେଶରେ ଡାକ୍ତରଙ୍କ ଆନ୍ଦୋଳନ ଦୃଢ଼ ହେବାରେ ଲାଗିଛି। ଏହି ଘଟଣାକୁ ନେଇ ଭୁବନେଶ୍ୱର ର ବିଭିନ୍ନ ସଙ୍ଗଠନ ଆନ୍ଦୋଳନ କରୁଥିବା ବେଳେ ଆଜି ସନ୍ଧ୍ୟା ରେ ଏବିଭିପି ସଙ୍ଗଠନ ପକ୍ଷରୁ ଦୃଢ଼ ଭାବରେ ବିରୋଧ କରିବା ସହ ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ କୁଶପୁତ୍ତଳିକା ଦାହ କରିଥି


 କଲିକତାରେ ଯେଉଁ ଭଳି ଭାବରେ ଡାକ୍ତର ଙ୍କ ଉପରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣ ଘଟଣା ପରେ ସମସ୍ତ ମେଡିକାଲ୍ ଛତ୍ରଛାତ୍ରି ଭୟଭୀତ ହୋଇଛନ୍ତି। ତେଣୁ ଏଭଳି ସ୍ଥିତି ରେ ପୁରା ସମାଜ ଡାକ୍ତରଙ୍କ ସହ ରୁହନ୍ତୁ ଓ କଲିକତା ହିଂସା ଅଭିଯୁକ୍ତ କୁ ଦଣ୍ଡ ଦିଆଯାଉ। 
ଏଭଳି ବିକ୍ଷୋଭ କାରଣରୁ ଅନେକ ରୋଗୀ ସୁବିଧାରେ ସମୁଖୀନ ହୋଇପାରନ୍ତି କିନ୍ତୁ ଡାକ୍ତରଙ୍କ ସୁରକ୍ଷା ପ୍ରାଥମିକତା ଦିଆଯାଉ। କଲିକତାରେ ସରକାରୀ ଏନ ଆର୍ ଏସ ମେଡିକାଲ୍ କଲେଜର ସୁନିୟୋଜିତ ଭାବରେ ହୋଇଥିବା ଆକ୍ରମଣ ଦୃଭଗ୍ୟଜନକ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏହାକୁ ନିନ୍ଦା କରିଛି। ଏବଂ କଲିକତା ରେ ଯେଉଁ ଭଳି ଭାବରେ ଡ଼ାକ୍ତରଙ୍କୁ ମାଡ଼ ମାରି ଆଇସିଉ ରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତେବେ ଯେଉଁମାନେ ଏଭଳି ଘଟଣା ଘଟାଇଛନ୍ତି ସେହି ଅଭିଯୁକ୍ତ ମାନଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ଏବିଭିପି ର ସଂଯୋଜକ ସଞ୍ଜୟ ମାଲିକ କହିଛନ୍ତି।
ଡାକ୍ତର ଗୌତମ ପଣ୍ଡା କହିଛନ୍ତି ଯେ  
ଆମେ ଡାକ୍ତରଖାନରେ ଡାକ୍ତର ମାନଙ୍କର ସୁରକ୍ଷା ଚାହୁଁଛୁ।  ସାରା ଭାରତରେ ଡାକ୍ତର ମାନେ ଯେଉଁ ଘଟଣା କୁ କେନ୍ଦ୍ର କରି ଧାରଣା ରେ  ବସିଛନ୍ତି ସେମାନଙ୍କର ଗୋଟେ ମାତ୍ର ଦାବି ରହିଛି। କିଭଳି ଭାବରେ ଡାକ୍ତର ଙ୍କ ସୁରକ୍ଷା କରାଯିବ ଏବଂ ଅଭିଯୁକ୍ତ ଙ୍କୁ ଦଣ୍ଡ ଦିଆଯିବ। 

Byte send mojo
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.