ETV Bharat / state

ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା: ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ, ମୃତ୍ୟୁସଂଖ୍ୟା 3କୁ ବୃଦ୍ଧି

author img

By ETV Bharat Odisha Team

Published : Jan 6, 2024, 8:35 AM IST

Updated : Jan 6, 2024, 4:10 PM IST

Private hospital blast tragedy: ରାଜଧାନୀ ଭୁବନେଶ୍ବରରେ ଘରୋଇ ହସ୍ପିଟାଲରେ ବିସ୍ଫୋରଣ ଘଟଣା । ଆହତ ଦିଲ୍ଲୀପ ସାମନ୍ତରାୟଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ଘୋଷଣା କଲା ହସ୍ପିଟାଲ । ଅଧିକ ପଢନ୍ତୁ

ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା
ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା

ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ଆଉ ଏକ ଦୁଃଖଦ ଖବର ମିଳିଛି । ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି ଦାବି କରୁଥିବା ବ୍ୟକ୍ତିଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହିତ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା 3ରେ ପହଞ୍ଚିିଛି । ତେବେ ଡିସେମ୍ୱର 31 ତାରିଖରେ ଦିଲ୍ଲୀପ ସାମନ୍ତରାୟଙ୍କୁ ହସ୍ପିଟାଲ ପକ୍ଷରୁ ମୃତ ଘୋଷଣା କରାଯାଇଥିବା ବେଳେ ତାଙ୍କ ଜୀବିତ ଖବର ସାମ୍ନାକୁ ଆସିଥିଲା । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମୃତଦେହ ଚିହ୍ନଟରେ ତ୍ରୁଟି ଘଟଣାକୁ ନେଇ ଗତକାଲି(ଶୁକ୍ରବାର) ଦିନ ତମାମ ଚର୍ଚ୍ଚା ଜୋର ଧରିଥିଲା ।

ଏହାମଧ୍ୟ ପଢନ୍ତୁ.. ମୃତଦେହ ହସ୍ତାନ୍ତରରେ ହସ୍ପିଟାଲର ସାଂଘାତିକ ତ୍ରୁଟି, ମୃତ ଘୋଷଣା ବ୍ୟକ୍ତି ଏବେ ଜୀବିତ

ଗତ ୨୯ ତାରିଖରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଏସି କମ୍ପ୍ରେସର ଫାଟି ବିସ୍ଫୋରଣରେ ହୋଇଥିବା ବେଳେ ଏଥିରେ 4 ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଗତ ୩୧ ତାରିଖରେ ଡେଲାଙ୍ଗ ଥାନା ଅନ୍ତର୍ଗତ ବଅଙ୍ଗ ଗ୍ରାମର ଦିଲ୍ଲୀପ ସାମନ୍ତରାୟଙ୍କୁ ମୃତ ଘୋଷଣା କରିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଏପରିକି ସେହି ଅନୁସାରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଏହାପରେ ପରିବାର ଲୋକ ମୃତଦେହକୁ ସଂସ୍କାର କରିଥିଲେ ।

ଏସବୁ ଭିତରେ ଦିଲ୍ଲୀପଙ୍କ ସ୍ତ୍ରୀ ସୌମ୍ୟାଶ୍ରୀ ଜେନା ସ୍ବାମୀଙ୍କ ମୃତ୍ୟୁକୁ ସହ୍ୟ କରିନପାରି ଗତ ୧ ତାରିଖରେ ବାପଘରେ ନିଜ ଜୀବନ ହାରିଥିଲେ । ହେଲେ ଏହାର 4 ଦିନ ପରେ ଦିଲ୍ଲୀପ ଜୀବିତ ଥିବା ନେଇ ହସ୍ପିଟାଲ ପକ୍ଷରୁ ଘୋଷଣା କରାଯାଇଥିଲା । ଜ୍ୟୋତି ରଞ୍ଜନଙ୍କ ସ୍ଥାନରେ ଦିଲ୍ଲୀପଙ୍କୁ ମୃତ ଘୋଷଣା କରାଯାଇଥିବା ଚର୍ଚ୍ଚା ହୋଇଥିଲା । ଯାହାକୁ ନେଇ ସବୁଠି ଆଲୋଡନ ସୃଷ୍ଟି ହୋଇଥିଲା ।

ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଦୁଇ ପରିବାର ଏବେ ଛାରଖାର ହୋଇଯାଇଥିବା ବେଳେ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଦିଲ୍ଲୀପଙ୍କ ପରିବାର ଲୋକେ । ଏଥିସହ ତାଙ୍କୁ ସୁରକ୍ଷା ଯୋଗାଇବା ସହ ଦିଲ୍ଲୀପଙ୍କୁ ତୁରନ୍ତ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ପରିବାର ପକ୍ଷରୁ ଦାବି କରାଯାଇଥିଲା ।

ହେଲେ ଆଜି(ଶନିବାର) ସକାଳ ସମୟରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ତାଙ୍କ ଜୀବିତ ଖବର ପ୍ରଘଟ ହେବା ପରେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବଲା । ହେଲେ ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 6, 2024, 4:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.