ETV Bharat / state

ବିଜେଡିର ମିଶ୍ରଣ ପର୍ବ: ବିଜେପି ଶୂନ୍ୟ ହେଲା ଦଳର ଉପସଭାପତି ପ୍ରଭାତୀ ପରିଡାଙ୍କ ପଞ୍ଚାୟତ

author img

By

Published : Jul 27, 2023, 7:53 AM IST

Updated : Jul 28, 2023, 9:00 AM IST

ସାଧାରଣ ନିର୍ବାଚନା ପୂର୍ବରୁ ଆରମ୍ଭ ହେଲା ମିଶ୍ରଣ ପର୍ବ । ବିଜେପି ଛାଡି ବିଜେଡିରେ ମିଶିଲେ ଶତାଧିକ କର୍ମକର୍ତ୍ତା । ଅଧିକ ପଢନ୍ତୁ

ସାଧାରଣ ନିର୍ବାଚନା ପୂର୍ବରୁ ଆରମ୍ଭ ହେଲା ମିଶ୍ରଣ ପର୍ବ
ସାଧାରଣ ନିର୍ବାଚନା ପୂର୍ବରୁ ଆରମ୍ଭ ହେଲା ମିଶ୍ରଣ ପର୍ବ

ସାଧାରଣ ନିର୍ବାଚନା ପୂର୍ବରୁ ଆରମ୍ଭ ହେଲା ମିଶ୍ରଣ ପର୍ବ

ଭୁବନେଶ୍ବର: ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ । ବିଜେଡିରେ ମିଶିଲେ କେରୁଣ୍ଡିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ନାୟକ ଓ ପୂର୍ବତନ ନାଏବ ସରପଞ୍ଚ ନୃସିଂହ ଚନ୍ଦ୍ର ମହାରଣା । ଉଭୟଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶତାଧିକ ବିଜେପି କର୍ମୀ ବିଜେଡିରେ ମିଶିଥିବା କଥା କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହାଦ୍ୱାରା ନିମାପଡାରେ ବିଜେଡି ସଂଗଠନ ଓ ବିକାଶଧାରା ଆହୁରି ତ୍ୱରାନ୍ୱିତ ହେବ ବୋଲି ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଓ ବିଧାୟକ ସମୀର ରଞ୍ଜନ ଦାଶ କହିଛନ୍ତି ।

ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ନିମାପଡାର କେରୁଣ୍ଡିଆ ପଞ୍ଚାୟତ ହେଉଛି ବିଜେପି ଉପସଭାପତି ପ୍ରଭାତୀ ପରିଡାଙ୍କ ପଞ୍ଚାୟତ । ରାମଚନ୍ଦ୍ର ଓ ନୃସିଂହଙ୍କ ନେତୃତ୍ୱରେ ପଞ୍ଚାୟତର ସମସ୍ତ ବିଜେପି ନେତୃତ୍ୱ ଗତକାଲି(ବୁଧବାର) ଆନୁଷ୍ଠାନିକ ଭାବେ ବିଜେପି ଛାଡ଼ିଛନ୍ତି । ଫଳରେ ବିଜେପି ଉପସଭାପତି ପ୍ରଭାତୀଙ୍କ ନିଜ ପଞ୍ଚାୟତ ବିଜେପି ଶୂନ୍ୟ ହୋଇଛି । ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡ଼ି ସାଧାରଣ ସମ୍ପାଦକ ପ୍ରତାପ ଜେନା, ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ବିଜୁ ଜନତା ଦଳର ମୁଖପାତ୍ର ଡ. ପ୍ରିୟବ୍ରତ ମାଝୀ ଉପସ୍ଥିତ ରହି ସମସ୍ତ ବିଜେପି କର୍ମୀଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ।

ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ତଥା ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ପ୍ରତାପ ଆହ୍ୱାନ ଦେଇଛନ୍ତି । ବିଜେଡ଼ି ସାଧାରଣ ସମ୍ପାଦକ ପ୍ରତାପ ଜେନା କହିଛନ୍ତି,‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକରେ ଅନୁପ୍ରାଣିତ ହୋଇ ଶତାଧିକ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ନିମାପଡାରେ ବିଜେଡି ଆହୁରୀ ମଜବୁତ ହେବ ।’’

ବିଜୁ ଜନତା ଦଳରେ ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ମଜବୁତ ହେବ ବୋଲି ବିଧାୟକ ସମୀର ରଞ୍ଜନ ଦାଶ କହିଛନ୍ତି । ତେବେ ବିଜେପିରେ ନେତୃତ୍ୱ ଠିକ ନାହିଁ ବୋଲି ଦଳ ଛାଡ଼ିଥିବା କହିଛନ୍ତି ରାମଚନ୍ଦ୍ର ନାୟକ । ମିଶ୍ରଣ ପର୍ବରେ ଗୁଣନିଧି ସ୍ୱାଇଁ, ବୁଦ୍ଧନାଥ ସ୍ୱାଇଁ, ଲିଙ୍ଗରାଜ ସାହୁ, କାଳନ୍ଦୀ ମଲ୍ଲିକ, ଗଙ୍ଗାଧର ମହାରଣା, ନିରଞ୍ଜନ ମହାପାତ୍ର ବିଜେଡ଼ିରେ ସାମିଲ ହୋଇଛନ୍ତି । ତେରୁଣ୍ଡିଆ ଗ୍ରାମପଞ୍ଚାୟତର ସରପଞ୍ଚ ଚିତ୍ତ ନାୟକ, ଚିନ୍ତନ ପ୍ରଧାନ, ଅଜୟ କୁମାର ସ୍ୱାଇଁ, ଅକ୍ଷୟ ବେହେରା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 28, 2023, 9:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.