ETV Bharat / state

ପାଇକ ପଲିଟିକ୍ସ: ଆରୋପ ପ୍ରତ୍ୟାରୋପ ଭିତରେ କଂଗ୍ରେସର ଅଲଟିମେଟମ୍

author img

By

Published : Jul 9, 2023, 8:39 PM IST

ପାଇକ ବିଦ୍ରୋହକୁ ମାନ୍ୟତା ପ୍ରଦାନ କରାଯାଇ ନଥିବାରୁ ବିଜେଡି ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି। ସେପଟେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଥିବାବେଳେ ଉଭୟଙ୍କ ବିରୋଧରେ ବର୍ଷିଛି କଂଗ୍ରେସ। ଅଧିକ ପଢନ୍ତୁ

ପାଇକ ବିଦ୍ରୋହକୁ ନେଇ ରାଜନୀତି
ପାଇକ ବିଦ୍ରୋହକୁ ନେଇ ରାଜନୀତି
ପାଇକ ବିଦ୍ରୋହକୁ ନେଇ ରାଜନୀତି

ଭୁବନେଶ୍ବର: ପାଇକ ବିଦ୍ରୋହ ପ୍ରସଙ୍ଗକୁ ନେଇ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଦେଖିବାକୁ ମିଳିଛି ଆରୋପ ପ୍ରତ୍ୟାରୋପ ରାଜନୀତି । ଅଗଷ୍ଟ ମାସ 14 ତାରିଖ ସୁଦ୍ଧା କାମ ନହେଲେ 15 ଅଗଷ୍ଟରେ ପ୍ରସ୍ତାବିତ ସ୍ମାରକ ସ୍ଥଳରେ ଗଛ କାଟି କାମ ଆରମ୍ଭ କରିବ ବୋଲି କଂଗ୍ରେସ କହିଛି । ତେବେ ଦେଶର ସର୍ବପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ପାଇକ ବିଦ୍ରୋହକୁ ମାନ୍ୟତା ଦେବା ପ୍ରସଙ୍ଗରେ ଶାସକ ବିରୋଧୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ସ୍ମାରକୀ ସ୍ଥଳ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅନୁଦାନ ଦେଇଥିବା ସତ୍ତ୍ୱେ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବା ନେଇ ବିଜେପି ଅଭିଯୋଗ କରିଥିବାବେଳେ ମାନ୍ୟତା ନ ପାଇବା ପଛରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ବିରୋଧୀ କଂଗ୍ରେସ ।

ତେବେ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ପାଇଁ ରାଜ୍ୟ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଛି । 2017 ଜୁଲାଇ 18 ତାରିଖରେ ଏହି ସଂକଳ୍ପକୁ ପାରିତ କରିଥିଲେ ରାଜ୍ୟ ସରକାର । ପାଇକ ବିଦ୍ରୋହର 200 ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏହାରି ଭିତରେ 6 ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାଇକ ବିଦ୍ରୋହକୁ ମାନ୍ୟତା ପ୍ରଦାନ କରାଯାଇ ନଥିବାରୁ ବିଜେଡି ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି । କେନ୍ଦ୍ରରେ ଓଡ଼ିଶାରୁ 2 କେନ୍ଦ୍ରମନ୍ତ୍ରୀ ଓ 8 ଜଣ ସାଂସଦ ପ୍ରତିନିଧିତ୍ୱ କରିଥିବା ସତ୍ତ୍ୱେ ଏହି ପ୍ରସଙ୍ଗରେ ରାଜ୍ୟକୁ ଅଣଦେଖା କରାଯିବା ଦୁର୍ଭାଗ୍ୟଜନକ ବୋଲି ବିଜେଡି ଅଭିଯୋଗ କରିଛି । ସେପଟେ ଅଭିଯୋଗକୁ ଖଣ୍ଡନ କରିବା ସହ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି।

ଅଧିକ ପଢନ୍ତୁ....ବିଜେଡିର ରାଜନୈତିକ ଗୁମାସ୍ତା ଏବଂ ସରକାରୀ ସାଆନ୍ତଙ୍କ ପ୍ରଶ୍ନ କରିବାର ଅଧିକାର ନାହିଁ: ବିଜେପି

ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ଦାୟୀ କରିଛନ୍ତି ବିଜେପି ବିଧାୟକ ଲଳିତେନ୍ଦୁ ମହାପାତ୍ର । ସ୍ମାରକସ୍ଥଳୀ ନିର୍ମାଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ଦଳ । ବିଜେପି ବିଧାୟକ ଲଳିତେନ୍ଦୁ ମହାପାତ୍ର କହିଛନ୍ତି, "ବିଜେଡିର ଗୁମାସ୍ତା ଓ ନିଜକୁ ସାଆନ୍ତ ଭାବୁଥିବା ଲୋକମାନେ ପାଇକ ସ୍ମାରକୀ କାମକୁ ଦିଗହରା କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି । ବକ୍ସି ଜଗବନ୍ଧୁଙ୍କ ପରିବାରର ସଦସ୍ୟ ହିସାବରେ ବିଜେଡ଼ିର ଆଭିମୁଖ୍ୟକୁ ମୁଁ ନିନ୍ଦା କରୁଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ପାଇକ ସ୍ମାରକୀ ପାଇଁ କେନ୍ଦ୍ର ସଂସ୍କୃତି ବିଭାଗ ୫୦ ଏକର ଜମି ମାଗିଥିବାବେଳେ ରାଜ୍ୟ ସରକାର ମାତ୍ର ୯.୫ ଏକର ଜମି ଦେବା କେତେଦୂର ଯୁକ୍ତିଯୁକ୍ତ ?" ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ ନକରି ରାଜ୍ୟ ସରକାର ସ୍ମାରକୀ ନିର୍ମାଣ ପାଇଁ ସହଯୋଗୀ ହେବାକୁ ବିଜେପି ଆହ୍ୱାନ ଦେଇଛି । ଏହାସହ ଆଗାମୀ ବିଧାନସଭା ଅଧିବେଶନରେ ବିଜେଡିର ଷଡ଼ଯନ୍ତ୍ରକୁ ପ୍ରସଙ୍ଗ କରାଯିବ । ବିଜେଡିର ଗୁମାସ୍ତା ଓ ନିଜକୁ ସାଆନ୍ତ ଭାବୁଥିବା ଲୋକମାନେ ପ୍ରସ୍ତାବିତ ପାଇକ ବିଦ୍ରୋହ ସ୍ମାରକୀ କାମକୁ ଦିଗହରା କରିବା ପାଇଁ ଷଡଯନ୍ତ୍ର କରୁଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବକ୍ସି ଜଗବନ୍ଧୁଙ୍କ ଦାୟଦ ତଥା ବ୍ରହ୍ମଗିରି ବିଧାୟକ ଓ ରାଜ୍ୟ ଉପସଭାପତି ଲଳିତେନ୍ଦୁ ମହାପାତ୍ର । ସେପଟେ ଅଗଷ୍ଟ 15କୁ ଅଲଟିମେଟମ୍ ଦେଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ । ଏହି ସମୟ ମଧ୍ୟରେ ସ୍ମାରକୀ ସ୍ଥଳ ନିର୍ମାଣ କରାନଗଲେ ଓଡ଼ିଆ ଜାତିର ଅସ୍ମିତା ଓ ଗୌରବ ରକ୍ଷା ପାଇଁ ଅଣ୍ଟା ଭିଡିବ ବୋଲି କହିଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.