ETV Bharat / state

ବିଜେଡିର ରାଜନୈତିକ ଗୁମାସ୍ତା ଏବଂ ସରକାରୀ ସାଆନ୍ତଙ୍କ ପ୍ରଶ୍ନ କରିବାର ଅଧିକାର ନାହିଁ: ବିଜେପି

author img

By

Published : Jul 9, 2023, 7:35 PM IST

ପାଇକ ବିଦ୍ରୋହ ସ୍ମାରକୀ ପ୍ରସଙ୍ଗରେ ରାଜ୍ୟ ବିଜେପି ପକ୍ଷରୁ ପ୍ରେସମିଟ୍ କରାଯାଇଛି । ପାଇକ ବିଦ୍ରୋହର ସ୍ମାରକୀ ନ କରିବା ପାଇଁ ବିଜେଡି ଚକ୍ରାନ୍ତ କରୁଥିବା କହି ବର୍ଷିଛି ବିଜେପି । ଅଧିକ ପଢନ୍ତୁ

ପାଇକ ବିଦ୍ରୋହ ସ୍ମାରକୀ ନେଇ ରାଜନୀତି
ପାଇକ ବିଦ୍ରୋହ ସ୍ମାରକୀ ନେଇ ରାଜନୀତି
ପାଇକ ବିଦ୍ରୋହ ସ୍ମାରକୀ ନେଇ ରାଜନୀତି

ଭୁବନେଶ୍ବର: ପାଇକ ବିଦ୍ରୋହ ସ୍ମାରକୀ ନେଇ ରାଜନୀତି ଜୋର ଧରିଛି। ପ୍ରେସମିଟ୍ କରି ବିଜେଡିର ଆଭିମୁଖ୍ୟକୁ ନିନ୍ଦା କରିଛି ବିଜେପି। ରାଜ୍ୟ ବିଜେପିର ଉପସଭାପତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି, "ବିଜେଡିର ରାଜନୈତିକ ଗୁମାସ୍ତା ଏବଂ ସରକାରୀ ସାଆନ୍ତଙ୍କ ପ୍ରଶ୍ନ କରିବାର ଅଧିକାର ନାହିଁ । ପାଇକ ବିଦ୍ରୋହର ସ୍ମାରକୀ ନକରିବା ପାଇଁ ଚକ୍ରାନ୍ତ କରୁଛନ୍ତି। ପାଇକ ବିଦ୍ରୋହ ସ୍ମାରକୀ ନେଇ ବିଜେଡିର ଆଭିମୁଖ୍ୟକୁ ନିନ୍ଦା କରିଛି ବିଜେପି । ପାଇକ ବିଦ୍ରୋହର ସ୍ମାରକୀ ନକରିବା ପାଇଁ ବିଜେଡି ଚକ୍ରାନ୍ତ କରୁଥିବା କହି ବର୍ଷିଛି ବିଜେପି ।

ରାଜ୍ୟ ବିଜେପିର ଉପ ସଭାପତି ଲଳିତେନ୍ଦୁ ବିଦ୍ୟାଧର କହିଛନ୍ତି, "2017 ଜାନୁଆରୀ 18 ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । 2017ରୁ 2023 ହୋଇଗଲାଣି, 6 ବର୍ଷ ବିତିଯାଇଥିବାବେଳେ ଜମି ହସ୍ତାନ୍ତର ହୋଇପାରିଲା ନାହିଁ । କେନ୍ଦ୍ର ସଂସ୍କୃତି ବିଭାଗ 50 ଏକର ଜମି ମାଗି ଥିବାବେଳେ, 9.5 ଏକର ଜମି ଦେଇଛନ୍ତି ରାଜ୍ୟ ସରକାର । ଏପରିକି ରାଜ୍ୟ ପକ୍ଷରୁ ଦିଆଯାଇଥିବା ଜମିର କ୍ଳିଅରାନ୍ସ ଦିଆଯାଇନାହିଁ । ଗଛ କଟା ଗଲା ନାହିଁ, ଇଲେକ୍ଟ୍ରି ପୋଲ୍‌ ସ୍ଥାନାନ୍ତର ହୋଇନାହିଁ । ଏପଟେ 779 ଗଛର ସ୍ଥାନାନ୍ତରଣ ଲାଗି IOCLଠାରୁ 55 ଲକ୍ଷ ଟଙ୍କା ନେଇଛନ୍ତି ରାଜ୍ୟ ସରକାର ।"

ଏହା ମଧ୍ୟ ପଢନ୍ତୁ... ପାଣ୍ଡିଆନଙ୍କ ଗସ୍ତକୁ ନେଇ ତାଳେଚେର ବିଧାୟକଙ୍କୁ ବିଜେପିର ଟାର୍ଗେଟ

ଏହାସହ "ରାଜ୍ୟ ସରକାର କେନ୍ଦ୍ର ସଂସ୍କୃତି ବିଭାଗକୁ ଜମି ହସ୍ତାନ୍ତର କରୁ ନଥିବାରୁ କାମ ଆଗେଇ ପାରୁନାହିଁ" ବୋଲି କହିଛନ୍ତି ଲଳିତେନ୍ଦୁ ବିଦ୍ୟାଧର ।" ଯେତେ ଶୀଘ୍ର ଜମିକୁ ବନ ବିଭାଗ ହସ୍ତାନ୍ତର କରିବେ କାମ ଶୀଘ୍ର ଆରମ୍ଭ ହେବ । ପାଇକ ସ୍ମାରକୀ କରିବା ପାଇଁ ବିଜେଡିର ଆଗ୍ରହ ନାହିଁ । ସେମାନଙ୍କୁ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ" କହି ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ତେବେ ଆଗାମୀ ଅଧିବେଶନରେ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବାକୁ ବିଜେପି ଚେତାବନୀ ଦେଇଛି ।

ଦେଶର ତତ୍କାଳୀନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀ, ରାମନାଥ କୋବିନ୍ଦ ଏବଂ ବର୍ତ୍ତମାନର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଶାର ପାଇକ ବିଦ୍ରୋହ ବାବଦରେ ବହୁତ କିଛି କଥା କହିଥିବା ପ୍ରେସ୍‌ମିଟରେ କହିଛନ୍ତି ଲଳିତେନ୍ଦୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ପାଇକ ସଂଗ୍ରାମୀଙ୍କ ଦାୟଦଙ୍କୁ ଭେଟିବା ସହ ସମ୍ବର୍ଦ୍ଧିତ କରିବା ସହ ପାଇକ ବିଦ୍ରୋହର ସ୍ମାରକୀ ପାଇଁ ଅର୍ଥର ବ୍ୟୟବରାଦ କରିଥିବା ନେଇ ମଧ୍ୟ ସେ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ NCERT ପାଠ୍ୟକ୍ରମରେ ପାଇକ ବିଦ୍ରୋହ ବିଷୟକୁ ସାମିଲ କରାଯାଇଛି ବୋଲି କହିବା ସହ ଏଥିପାଇଁ ଓଡ଼ିଶା ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ବିଜେପି ଉପସଭାପତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.