ETV Bharat / state

ପାଣ୍ଡିଆନଙ୍କ ଗସ୍ତକୁ ନେଇ ତାଳେଚେର ବିଧାୟକଙ୍କୁ ବିଜେପିର ଟାର୍ଗେଟ

author img

By

Published : Jul 9, 2023, 3:27 PM IST

ତାଳଚେର ବିଧାୟକ ବାବୁଙ୍କ ପାଇଁ ଚଉକି ପକାଉଛନ୍ତି । ରାଜ୍ୟରେ ଶାସନ କିଏ ଚଳାଉଛି ତାହା ସ୍ପଷ୍ଟ ହେଉଥିବା କହିଲେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ । ଅଧିକ ପଢନ୍ତୁ

bjp targets talcher mla over vk padian visit

ତାଳେଚେର ବିଧାୟକଙ୍କୁ ବିଜେପିର ଟାର୍ଗେଟ

ଅନୁଗୋଳ: 5T ସଚିବ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ରାଜନୀତି ସରଗରମ ରହିଛି । ବିରୋଧୀ ରାଜ୍ୟ ସରକାରଙ୍କୁ ଘନଘନ ଟାର୍ଗେଟ କରୁଛନ୍ତି । ରାଜ୍ୟରେ ଶାସନ କିଏ ଚଳାଉଛି ବୋଲି ସରକାରଙ୍କୁ ପ୍ରଶ୍ନ ବାଣରେ ଘେରୁଛନ୍ତି ବିରୋଧୀ । ଏହାରି ମଧ୍ୟରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ଟାର୍ଗେଟ କରିଛି ବିଜେପି । ତାଳଚେର ବିଧାୟକ ବାବୁଙ୍କ ପାଇଁ ଚଉକି ପକାଇବା ସହ ମଞ୍ଚ ବାନ୍ଧୁଛନ୍ତି । ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ରାଜ୍ୟରେ ଶାସନ କିଏ ଚଳାଉଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ । ତେଣୁ ବିଧାୟକ ତାଳଚେରବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ।

ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କାଳନ୍ଦୀ ସାମଲ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କର ଏକ ଅଡିଓକୁ ଶୁଣାଇଥିଲେ । ଯେଉଁଥିରେ 5T ସଚିବଙ୍କ ତାଳଚେର ଗସ୍ତ ଉପରେ ବିଧାୟକ କଥା ହେଉଥିଲେ । ପୌର ପାଳିକାର କାଉନ୍ସିଲ ହଲ୍‌ରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ, ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଜଣେ ସଚିବଙ୍କ ପାଇଁ କିଭଳି ପ୍ରସ୍ତୁତି କରିଥିଲେ ସେ ବିଷୟରେ ସେ ପ୍ରକାଶ କରିଥିଲେ । ଏଥିସହ ମହିଳାଙ୍କୁ ଠିକ ସମୟରେ ଆସିବାକୁ ତାଗିଦ କରିବା ସହ ସୁନାବେଶରେ ବିଳମ୍ବରେ ଆସିବାକୁ କହି ତାତ୍ସଲ୍ୟ କରିଥିଲେ । ଯାହା ମହିଳାଙ୍କ ପ୍ରତି ଅପମାନ ବୋଲି କହିଛନ୍ତି କାଳନ୍ଦୀ ସାମଲ ।

ଏହା ମଧ୍ୟ ପଢନ୍ତୁ-ସଂଗଠନରେ ଥଇଥାନ ହେଲେ ଭାସ୍କର, ପୁଣି ମିଳିଲା ଉପସଭାପତି ପଦ

ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ କଟାକ୍ଷ କରି କହିଛନ୍ତି, "ମହିଳାମାନଙ୍କୁ ବିଧାୟକ କହିଥିଲେ ଯେ ପାଣ୍ଡିଆନ ବାବୁ ଆସିବେ, ଆପଣମାନେ ପୁଷ୍ପବୃଷ୍ଟି କରିବେ । ପୁଷ୍ପ ବୃଷ୍ଟି କଲେ ତାଳଚେରକୁ ଟଙ୍କା ମିଳିବ ।" ଆଉ ମଧ୍ୟ ବିଧାୟକ କହିଥିଲେ ଯେ, ରାଧା ପାଇଁ ଦୋଳି । ଅର୍ଥାତ ସଚିବ ରାଧା ଆଉ ଆମେ ଦୋଳି ଖେଳାଇବୁ । ବିଧାୟକଙ୍କ ଅଧିକାରୀ ଓ ପାର୍ଟିର ମୁଖ୍ୟ ହେଲେ ପାଣ୍ଡିଆନ ସାର । ତାଙ୍କର ପାଣ୍ଡିଆନ ବାବୁ ମୁଖ୍ୟ ମୁଖ୍ୟମନ୍ତ୍ରୀ ନୁହଁ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯେଉଁ ପ୍ରଶ୍ନ କରିଥିଲେ କି ରାଜ୍ୟରେ ଶାସନ କିଏ ଚଳାଉଛି ତାହା ଏହା ପ୍ରମାଣିତ କରିଛି । ତାଳଚେରର ବିଧାୟକ ବାବୁଙ୍କ ପାଇଁ ମଞ୍ଚ ବାନ୍ଧୁଛନ୍ତି ଓ ଚଉକି ପକାଉଛି । ତାଳଚେରବାସୀ ମୂଲ୍ୟବାନ ଭୋଟ ଦେଇ ତାଙ୍କୁ ବିଧାୟକ କରିଥିଲେ । କିନ୍ତୁ ସେ ବିଧାୟକଙ୍କ ପାଇଁ ଚଉକି ପକାଉଛନ୍ତି । ଏପରି କରି ସେ ତାଳଚେରକୁ ନିନ୍ଦିତ କରୁଛନ୍ତି । ତେଣୁ ବିଧାୟକ କ୍ଷମା ମାଗନ୍ତୁ ।

ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା ସାମ୍ବାଦିକ ସମ୍ମିଳନୀ । ପ୍ରାକ୍ତନ ନଗରପାଳ ତଥା ଜିଲ୍ଲା ଉପ ସଭାପତି ଜ୍ୟୋତ୍ସ୍ନା ଦଳେଇ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ବରିଷ୍ଠ ନେତା ଯଯାତି ପଟ୍ଟନାୟକ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.