ETV Bharat / state

ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରିବାରର ହତ୍ୟା ଅଭିଯୋଗ

author img

By ETV Bharat Odisha Team

Published : Nov 13, 2023, 10:05 PM IST

ଖୋର୍ଦ୍ଧା ଉପକଣ୍ଠ ଜଟଣୀ ନିକଟ ଏକ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପରିବାର ଆଣିଲା ହତ୍ୟା ଅଭିଯୋଗ । ଅଧିକ ପଢନ୍ତୁ

death case in Jatani
death case in Jatani

ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧା

ଖୋର୍ଦ୍ଧା: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲ ଭିତରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ଖୋର୍ଦ୍ଧା ଉପକଣ୍ଠ ଜଟଣୀ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ରୀ ଜଣକ ITର ଦ୍ବିତୀୟ ବର୍ଷର ଛାତ୍ରୀ ଥିବା ଥିବା ବେଳେ ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ସନ୍ଦୀପ ମହାନ୍ତିଙ୍କ ଝିଅ ସାରା ସମ୍ପୂର୍ଣ୍ଣା ମହାନ୍ତି ଜଟଣୀ ନିକଟ ଟାଇଟ ଇଞ୍ଜିନିୟରିଂ କଲେଜର ଆଇଟି ବିଭାଗରେ ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ । ତେବେ ଆଜି ସେ କୌଣସି କାରଣରୁ କଲେଜ ହଷ୍ଟେଲ ଭିତରେ ଜୀବନ ହାରିଥିବା ଅନୁମାନ କରାଯାଉଛି । ହଷ୍ଟେଲ ଭିତରେ ଏକ ରଶିରେ ଝୁଲୁଥିବା ବେଳେ ତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ଅକ୍ସିଜେନ ଓ ଇସିଜି ହେବାପରେ ତାଙ୍କର ମୃତ୍ୟୁ ହୋଇଥିବା ଟାଇଟ କଲେଜ ଅଧକ୍ଷ ଡ଼ ଅଜିତ କୁମାର ଖଟୁଆ କହିଛନ୍ତି ।

ଏହା ବି ପଢନ୍ତୁ- ଫ୍ରେସର ପାର୍ଟିରେ କରିଥାନ୍ତେ ଆଙ୍କରିଂ, ହଷ୍ଟେଲରୁ ମିଳିଲା ଡାକ୍ତରୀ ଛାତ୍ରୀଙ୍କ ମୃତଦେହ

ସେପଟେ ମୋ ଝିଅ ଆତ୍ମହତ୍ୟା କରିନାହିଁ ବରଂ ତା ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଛି ଏବଂ ଝିଅକୁ ମାରି ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରୀଙ୍କ ବାପା ସନ୍ଦୀପ ମହାନ୍ତି । ତେବେ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଜଟଣୀ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ ମେଡିକାଲରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ମୃତ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ଜଟଣୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ଥାଉ କି ଗତ ମାସ ଅକ୍ଟୋବର ୬ ତାରିଖରେ ଘରୋଇ ମେଡିକାଲ କଲେଜ ହଷ୍ଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଜଣେ ଛାତ୍ରୀଙ୍କ ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଏନେଇ ତଦନ୍ତ ଆରମ୍ଭ କରୁଛି ପୋଲିସ । ମୃତ ଛାତ୍ରୀ ହେଲେ ବୋନି ଦାସ । ତାଙ୍କ ଘର ପଶ୍ଚିମବଙ୍ଗର ହୁଗୁଳି ହୋଡିପାଲ ଅଞ୍ଚଳରେ । ରାଜଧାନୀର ଏକ ଘରୋଇ ମେଡିକାଲ କଲେଜର ବିଡିଏସର ୨ୟ ବର୍ଷରେ ଅଧ୍ୟୟନ କରୁଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.