ETV Bharat / state

Hockey World Cup: ସିସିଟିଭି କଣ୍ଟ୍ରୋଲ ରୁମରେ ସହର ଚିତ୍ର, ଜାଣନ୍ତୁ କେମିତି ପୋଲିସ ରଖିଛି ନଜର

author img

By

Published : Jan 10, 2023, 3:59 PM IST

ହକି ବିଶ୍ବକପ ନେଇ ସଜାଗ ହୋଇଛି ପୋଲିସ । ସହରରେ ଯେପରି ସମସ୍ତ ନିୟମ କଡ଼ାକଡ଼ି ପାଳନ କରାଯିବ ତାହା ଉପରେ ପୋଲିସ ନଜର ରଖିଛି (Police monitoring traffic rules ahead of Hockey World cup ) । ସିସିଟିଭି କଣ୍ଟ୍ରୋଲ ରୁମରେ ସମଗ୍ର ସହର ଉପରେ ନଜର ରଖିଛି ପୋଲିସ । ଅଧିକ ପଢନ୍ତୁ

Police monitoring traffic rules
Police monitoring traffic rules

ସିସିଟିଭି କଣ୍ଟ୍ରୋଲ ରୁମରେ ସହର ଚିତ୍ର

ଭୁବନେଶ୍ବର: ହକି ବିଶ୍ବକପ (FIH Men's Hockey World Cup)କୁ ନେଇ ଜିରୋ ଟଲେରାନ୍ସ ପଲିସି । ଟ୍ରାଫିକ ନିୟମକୁ କଡ଼ାକଡ଼ି କରିଛି ପୋଲିସ । ଏନେଇ ସିସିଟିଭି ଓ ଫୋର୍ସ ଜରିଆରେ ରଖାଯାଇଛି ନଜର। ବିଶ୍ବକପ ବେଳେ ଯେପରି ବେଆଇନ ପାର୍କିଂ, ରଙ୍ଗସାଇଡ ଏଣ୍ଟ୍ରି ଭଳି ଟ୍ରାଫିକ ନିୟମ ଉଲ୍ଲଘଂନ କଲେ ଗଣିବେ ତଣ୍ଡ । ଟ୍ରାଫିକ ନିୟମ ଯେପରି କଡ଼ାକଡ଼ି ପାଳନ କରାଯିବ ସେ ନେଇ ସହରର ଚାରିଆଡ଼େ ପୋଲିସ ଆଲର୍ଟରେ ରହିଛି (Police monitoring traffic rules ahead of Hockey World cup ) ।

କଣ୍ଟ୍ରୋଲ ରୁମରୁ ମଧ୍ୟ ସହରକୁ ଦେଖୁଛନ୍ତି ପୋଲିସ କର୍ମଚାରୀ । ଏନେଇ ସହରର ପ୍ରତ୍ୟେକଟି ଗତିବିଧି ଉପରେ ନଜର ରଖାଯାଇଛି । ଟ୍ରାଫିକ ନିୟମ ଉଲ୍ଲଙ୍ଘନ ସମେତ ଟ୍ରାଫିକ ନିୟନ୍ତ୍ରଣ, ଜରୁରୀକାଳୀନ ସ୍ଥିତି ଓ ଗହଳକୁ ନିୟନ୍ତ୍ରଣ କରିବା, ଅପରାଧିକ ଗତିବିଧି ଉପରେ ମଧ୍ୟ ନଜର ରଖିଛି ପୋଲିସ । ଏଥିପାଇଁ ପୋଲିସ କଣ୍ଟ୍ରୋଲ ରୁମରୁ ଏସବୁ ମନିଟରିଂ କରୁଛନ୍ତି ଜଣେ ଅତିରିକ୍ତ ଡିସିପି ରାଙ୍କର ଅଫିସର। ନିୟମ କଡ଼ାକଡ଼ି ପାଳନ ଉପରେ ବେଶ ଗୁରୁତ୍ବ ଦିଆଯାଉଛି ।

ଏହା ବି ପଢନ୍ତୁ- ଜାନୁଆରୀ ୨୬ରୁ ହାଥ୍‌ ସେ ହାଥ୍‌ ଯୋଡୋ କାର୍ଯ୍ୟକ୍ରମ, ବୁଥସ୍ତରରୁ ସଂଗଠନ ସୁଦୃଢ଼ କରିବ କଂଗ୍ରେସ

ସେପଟେ ମିଳିଥିବା ତଥ୍ୟ ଅନୁସାରେ ସହରର ୧୪୭ଟି ଲୋକେସନରେ ୫୨୮ଟି ଆକ୍ଟିଭ କ୍ୟାମେରା ରହିଛି ଯାହା କଣ୍ଟ୍ରୋଲ ରୁମରୁ ନଜର ରଖାଯାଉଛି । ସେହିପରି ସହରର ସମ୍ବେଦନଶୀଳ ସ୍ଥାନର ୩୩ଟି ଲୋକେସନରେ ୨୨୭ଟି ଅଟୋ ମେଟିକ ରେକନାଇଜ ନମ୍ବର ପ୍ଲେଟ କ୍ୟାମେରା ଲାଗିଛି ଯାହା ଜରିଆରେ ଯଦି ନିୟମ ଭାଙ୍ଗୁଛନ୍ତି ସ୍ବୟଂଚାଳିତ ଭାବେ ସେଠାରୁ ସିଧାସଳଖ ଗାଡି ନମ୍ବରରେ ଫାଇନ ଇସ୍ୟୁ ହୋଇ ଚାଲାଣ ଆସୁଛି ।

ହକି ବିଶ୍ବକପ କିପରି ରାଜ୍ୟରେ ସୁରୁଖୁରୁରେ ଶେଷ ହେବ ସେ ନେଇ ପୋଲିସ ଉଦ୍ୟମ କରୁଛି । ପୋଲିସ ପାଇଁ ହକି ମହାକୁମ୍ଭ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ରାଜ୍ୟର ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ହକି ବିଶ୍ବକପର ସମସ୍ତ ମ୍ୟାଚ ଖେଳାଯିବ । ଏଥିରେ ମୋଟ ୧୬ଟି ଟିମ ଅଂଶଗ୍ରହଣ କରିଛନ୍ତି । ଆସନ୍ତା ୧୩ ତାରିଖରୁ ଲଢେଇ ଆରମ୍ଭ ହେବାକୁ ଥିବା ବେଳେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଟିମ ପହଞ୍ଚୁଛନ୍ତି । ଏହାସହିତ ଟ୍ବିନସିଟି ସମେତ ରାଉରକେଲା ସହରକୁ ସଜ୍ଜିତ କରାଯାଉଛି ।ହକି ବିଶ୍ବକପକୁ ନେଇ ସାରା ରାଜ୍ୟବାସୀ ଉତ୍ସାହିତ ଥିବା ବେଳେ ସମସ୍ତ ନିୟମ ପାଳନ କରିବାକୁ ପୋଲିସ ଜନ ସାଧାରଣଙ୍କୁ ଅନୁରୋଧ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.