ETV Bharat / state

ପୁଣି ମୁଣ୍ଡ ଟେକିଲା ସାରୁଅ ଜମି କେଳେଙ୍କାରୀ, ଜିଲ୍ଲାପାଳଙ୍କୁ ଫେରାଦ ହେଲେ ସ୍ଥାନୀୟବାସିନ୍ଦା

author img

By

Published : Jul 22, 2022, 4:33 PM IST

Updated : Jul 22, 2022, 7:34 PM IST

କିଛି ଦିନର ନୀରବତା ପରେ ପୁଣି ମୁଣ୍ଡ ଟେକିଲା ସାରୁଅ ଜମି ବିବାଦ । ଏ ନେଇ ଲୋକେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ଅଧିକ ପଢନ୍ତୁ

ପୁଣି ମୁଣ୍ଡ ଟେକିଲା ସାରୁଅ ଜମି ବିବାଦ, ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଲୋକେ
ପୁଣି ମୁଣ୍ଡ ଟେକିଲା ସାରୁଅ ଜମି ବିବାଦ, ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଲୋକେ

ଖୋର୍ଦ୍ଧା: କିଛି ଦିନର ନୀରବତା ପରେ ପୁଣି ମୁଣ୍ଡ ଟେକିଛି ସାରୁଅ ଠାରେ ଥିବା ତରଙ୍ଗ ଷ୍ଟୁଡିଓ ଜମି ବିବାଦ(Sarua Land Scam) । ଏ ସମ୍ପର୍କରେ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇ ବିଫଳ ହେବାପରେ ଶତାଧିକ ଲୋକେ ସରପଞ୍ଚଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି । ସାରୁଅ ଶିଳ୍ପାଞ୍ଚଳ ମଧ୍ୟରେ ଘରୋଇ ଷ୍ଟୁଡିଓ ଦୀର୍ଘ ଦିନ ଧରି ଗଢିଉଠିଛି । ତା ଭିତରେ ସ୍ଥାନୀୟ ଲୋକଙ୍କର କିଛି ଜମି ରହିଛି । ଆଉ ସେହି ଜମିକୁ ଯିବା ପାଇଁ ଷ୍ଟୁଡିଓ ରାସ୍ତା ଦେଉନଥିବାରୁ ଉଠିଛି ବିବାଦ ।

ପୁଣି ମୁଣ୍ଡ ଟେକିଲା ସାରୁଅ ଜମି କେଳେଙ୍କାରୀ, ଜିଲ୍ଲାପାଳଙ୍କୁ ଫେରାଦ ହେଲେ ସ୍ଥାନୀୟବାସିନ୍ଦା

ଏ ସମ୍ପର୍କରେ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇ ବିଫଳ ହେବାପରେ ଶତାଧିକ ଲୋକେ ସରପଞ୍ଚଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି । ଏକ ପ୍ରତିନିଧି ଟିମ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଏପଟେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Jul 22, 2022, 7:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.