ETV Bharat / state

ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାଚିକା ସଂଘ, ଦାବି ପୂରଣ ନହେଲେ ଚୂଲିବନ୍ଦ ଚେତାବନୀ

author img

By ETV Bharat Odisha Team

Published : Sep 26, 2023, 4:38 PM IST

ଦୁର୍ଦ୍ଦିନରେ ବିଦ୍ୟାଳୟରେ ରୋଷେଇ କରୁଥିବା ପାଚିକାଙ୍କ ପରିବାର । ଦରମା ବୃଦ୍ଧି ଦାବିରେ ଅନ୍ଦୋଳନକୁ ଓହ୍ଲାଇଲା ପାଚିକା ସଂଘ । ଅଧିକ ପଢ଼ନ୍ତୁ

ଦରମା ବୃଦ୍ଧି ଦାବିରେ ଅନ୍ଦୋଳନକୁ ଓହ୍ଲାଇଲା ପାଚିକା ସଂଘ
ଦରମା ବୃଦ୍ଧି ଦାବିରେ ଅନ୍ଦୋଳନକୁ ଓହ୍ଲାଇଲା ପାଚିକା ସଂଘ

ଦରମା ବୃଦ୍ଧି ଦାବିରେ ଅନ୍ଦୋଳନକୁ ଓହ୍ଲାଇଲା ପାଚିକା ସଂଘ

ଭୁବନେଶ୍ବର: ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ । ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ସହ ବିଶାଳ ସମାବେଶରେ ଗାନ୍ଧୀମାର୍ଗରେ ଏକାଠି ହୋଇଛନ୍ତି ଶତାଧିକ ପାଚିକା ସହାୟିକା ସଂଘ କର୍ମୀ । ବିଭିନ୍ନ ସମୟରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ନିଜର ଦାବି ସମ୍ବନ୍ଧରେ ଅବଗତ ସହ ଦାବି ପତ୍ର ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭଯୋଗ କର ଏକାଠି ହୋଇଛି ପାଚିକା ସହାୟିକା ସଂଘ ।

ଆନ୍ଦୋଳନକାରୀ ପାଚିକା ସହାୟିକା କହିଛନ୍ତି, ‘‘ଆମେମାନେ ଖରା ବର୍ଷ ଖାଇ ପିଲାଙ୍କ ପେଟର ଭୋକ ବୁଝୁଛୁ ହେଲେ ସରକାର ଆମ ପେଟର ଭୋକ ବୁଝୁନାହାନ୍ତି । କେବଳ ୧୪୦୦ ଟଙ୍କାରେ ଆମେ ମାସିକ କାର୍ଯ୍ୟ କରୁଥିବା ବେଳେ ସ୍ୱଳ୍ପ ପଇସାରେ ପରିବାର ପ୍ରତିପୋଷଣ କରିବା ସମ୍ଭବପର ନୁହେଁ । ଫଳରେ ଏତେ କମ୍ ଟଙ୍କାରେ ପରିବାର ପ୍ରତିପୋଷଣ କରିବା ଦୂରର କଥା ନିଜର ମାସିକ ଖର୍ଚ୍ଚ ବାବଦକୁ କମ ପଡିଥିବା ସଂଘ ପକ୍ଷରୁ କୁହାଯାଇଛି । ବଜାରରେ ସରକାର ସବୁ ଦରଦାମ ବୃଦ୍ଧି କରିଦେଲେ କିନ୍ତୁ ପାଚିକା ସହାୟିକାମାନଙ୍କ ଭବିଷ୍ୟତ ଓ ବେତନ କଥା ରାଜ୍ୟ ସରକାର ଚିନ୍ତା ଟିକିଏ କରୁନାହାନ୍ତି । ମାସକୁ ୧୪ଶହ ଟଙ୍କା ପରିବର୍ତ୍ତେ 26 ହଜାର ଟଙ୍କା ଦରମା ବୃଦ୍ଧି କରିବା ପାଇଁ ଆମେ ସରକାରଙ୍କ ନିକଟରେ ଦାବି କରିଛୁ । ନିର୍ବାଚନ ପୂର୍ବରୁ ପାଚିକା ସହାୟିକାଙ୍କ ସଂଘର ଦାବି ରାଜ୍ୟ ସରକାର ଯଦି ନମାନନ୍ତି ତେବେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବ ସଂଘ ।’’

ଏହା ମଧ୍ୟ ପଢନ୍ତୁ..ପାଚିକା ସହାୟିକା ସଂଘର ବିକ୍ଷୋଭ, ଦାବି ପୂରଣ ନ ହେଲେ ଜାରି ରହିବ ଆନ୍ଦୋଳନ

ପାଚିକା ସଂଘର ଦାବି: ପାଚିକା ସହାୟିକା ମନକୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନ୍ୟତା ଦେବା । ମାସିକ ୨୬ ହଜାରେ ଦରମା ପ୍ରଦାନ କରିବା । ମନଇଚ୍ଛା ବା ବେଆଇନ ଛଟେଇ ବନ୍ଦ କରିବା । ଛଟେଇ କର୍ମଚାରୀଙ୍କୁ ଥଇଥାନ କରିବା । ଅବସରକାଳୀନ ବୟସ ୬୫ ବର୍ଷକୁ ବୃଦ୍ଧି କରିବା । ବେତନ ସହିତ ମାତୃକାଳୀନ ଛୁଟି ଦେବା । ମାସକୁ ଦୁଇଖଣ୍ଡ ଶାଢ଼ୀ , ୧୦ ମାସ ବଦଳରେ ୧୨ ମାସର ଦରମା , ଅବସର ପରେ ୧୦ ହଜାର ଟଙ୍କା ପେନସନ ହେବାକୁ ଦାବି କରିଛନ୍ତି । ଏହାସହ ପାଚିକାମାନେ ସେମାନଙ୍କ କାର୍ଯ୍ୟବାଦ ସ୍କୁଲର ଅନ୍ୟ କାର୍ଯ୍ୟରୁ ନିବୃତ ରଖିବା ଭଳି ଦାବିରେ ଆନ୍ଦୋଳନକୁ ଓହ୍ଳାଇଛି ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.