ETV Bharat / state

ପାଚିକା ସହାୟିକା ସଂଘର ବିକ୍ଷୋଭ, ଦାବି ପୂରଣ ନ ହେଲେ ଜାରି ରହିବ ଆନ୍ଦୋଳନ

author img

By ETV Bharat Odisha Team

Published : Sep 25, 2023, 9:27 AM IST

Updated : Sep 25, 2023, 9:50 AM IST

ବିଭିନ୍ନ ଦାବି ନେଇ ପାଚିକା ସହାୟିକା ସଂଘ ପକ୍ଷରୁ ଫୁଲବାଣୀରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନ ଜରିଆରେ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

mid day meal cook association protest
mid day meal cook association protest

mid day meal cook association protest

ଫୁଲବାଣୀ: ବିଭିନ୍ନ ଦାବି ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପାଚିକା ସହାୟିକା ସଂଘ । ପାଚିକା ସହାୟିକା ସଂଘ ପକ୍ଷରୁ ଫୁଲବାଣୀରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । 12 ଦଫା ଦାବି ନେଇ ଆନ୍ଦୋଳନ କରିଛନ୍ତି ପାଚିକା ସହାୟିକା ସଂଘ । ଯଥାଶୀଘ୍ର ଦାବିଗୁଡିକ ପୂରଣ ନହେଲେ ଆନ୍ଦୋଳନ ଜାରି ରଖିବା ନେଇ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ତେବେ ସୂଚନା ମୁତାବକ, କିଛି ଦିନ ହେବ ପାଚିକା ସହାୟିକାମାନେ ମାସିକ ଦରମା ପାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଏହା ପାଇବାରୁ ବଞ୍ଚିତ ଅଛନ୍ତି । ଯେଉଁ ପାଚିକା ଓ ସହାୟିକାମାନେ ପୂର୍ବରୁ ୬୦୦ ଓ ୪୦୦ ପାଉଥିଲେ ସେମାନଙ୍କୁ ପାଚିକା କରି ଦରମା ୧୦୦୦ ଟଙ୍କା କରିଥିଲେ । କିନ୍ତୁ ପାଚିକା ମାନଙ୍କର ୨୮ ମାସର ବକେୟା ଟଙ୍କା ନମିଳିବାରୁ ସେମାନେ ହାଇକୋର୍ଟରେ ମାମଲା କରିଥିଲେ । ପାଚିକା ୟୁନିଅନ ମାମଲା ଜିତିବା ଫଳରେ ଓଡ଼ିଶା ସରକାର ଏହାକୁ ଦେବାକୁ ରାଜି ହୋଇଥିଲେ । କିନ୍ତୁ ଆଜି ବି ବହୁ ପାଚିକା ଏଥିରୁ ବାଦ ପଡ଼ିଛନ୍ତି । ସେହିପରି ଆନ୍ଦୋଳନ ଚାପରେ ୨୦୧୮ ଏପ୍ରିଲରୁ ଓଡ଼ିଶା ସରକାର ପାଚିକାମାନଙ୍କ ଦରମା ୨୦୦୦ କୁ ବୃଦ୍ଧି କରିବାକୁ ରାଜି ହୋଇଥିଲେ । ଏ ବାବଦରେ ସରକାର ବ୍ଳକ୍‌ମାନଙ୍କୁ ଚିଠି କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଚାକିରି ନିୟମିତ ଓ ଦରମା ବୃଦ୍ଧି ଦାବି, ଦାବି ପୂରଣ ନହେଲେ ଚୂଲିବନ୍ଦ ଚେତାବନୀ

କିନ୍ତୁ ସରକାର ମାସିକ ୧୪୦୦ ଟଙ୍କା ଦେଇ ଆଉ ୬୦୦ ଟଙ୍କା ବିଷୟରେ ବିଚାର କରୁ ନାହାନ୍ତି । ଏତଦ୍‌‌ ବ୍ୟତୀତ ସ୍କୁଲ ଚାଲିଲା ବେଳେ ପାଚିକା ମାନଙ୍କୁ କୌଣସି ସୁବିଧା ମିଳୁ ନାହିଁ । ତେବେ ୨୮ ମାସର ବକେୟା ପାଇବାକୁ ଥିବା ପାଚିକାମାନଙ୍କ ନାମ ତାଲିକା କରି ଘୋଷଣା କରିବା, ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ୨୦୧୮ ଏପ୍ରିଲଠାରୁ ମାସିକ ୨୦୦୦ ଟଙ୍କା ପ୍ରଦାନ, ପ୍ରତି ମାସ ନିୟମିତ ଦରମା ପ୍ରଦାନ, ମଧ୍ୟାହ୍ନ ଭୋଜନ କାମ ବ୍ୟତୀତ ପାଚିକା ମାନଙ୍କୁ ଅନ୍ୟାନ୍ୟ କାମରେ ନିୟୋଜିତ ନ କରିବା, ପାଚିକା ମାନଙ୍କୁ ବର୍ଷକୁ ଦୁଇ ହଳ ଶାଢ଼ୀ ପ୍ରଦାନ କରିବା, ସ୍କୁଲ ବନ୍ଦ, ମିଶ୍ରଣ, ପିଲା ସଂଖ୍ୟା କମ୍‌‌ ପାଇଁ ବାଦ୍‌‌ ପଡ଼ିଥିବା ପାଚିକାଙ୍କୁ ପୁନଃ ନିଯୁକ୍ତି ଦେବା, ସରକାରଙ୍କ ଘୋଷିତ ୧୪,୩୭୯ ସ୍କୁଲ ବନ୍ଦ ନିଷ୍ପତି ଅବିଳମ୍ବେ ବାତିଲ କରିବା, ୬୦ ବର୍ଷ ପରେ ପେନସନ ଲାଗୁ କରିବା, ବର୍ଷକୁ ୧୦ ମାସ ପରିବର୍ତ୍ତେ ୧୨ ମାସର ପାରିଶ୍ରମିକ ପ୍ରଦାନ, ଦୁର୍ଘଟଣା ଜନିତ ଚିକିତ୍ସା ସହାୟତା, ବିମା, ଛୁଟି ଦେବାର ବ୍ୟବସ୍ଥା ଆଦି ବିଭିନ୍ନ ଦାବି ନେଇ ବିକ୍ଷୋଭ କରିଛନ୍ତି ।

ଇଟିଭି ବାରତ, ଫୁଲବାଣୀ

Last Updated : Sep 25, 2023, 9:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.