ETV Bharat / state

Odisha Assembly: ରାସ୍ତାରୁ ହଟିବ 20ଲକ୍ଷରୁ ଅଧିକ ପୁରୁଣା ଗାଡି, କୋଟିଆରେ ହୋଇନି ଆନ୍ଧ୍ର ଅଧିକାରୀଙ୍କ ପ୍ରବେଶ କହିଲେ ମନ୍ତ୍ରୀ

author img

By

Published : Feb 23, 2023, 4:46 PM IST

Updated : Feb 23, 2023, 10:24 PM IST

ପରିବହନ ମନ୍ତ୍ରୀ କହିଛନ୍ତି, "ମୋଟ ଗାଡିରୁ ସର୍ବାଧିକ ୧୨ ଲକ୍ଷ ୯୯ ହଜାର ୩୫୧ ଟି ମଟର ସାଇକେଲ/ସ୍କୁଟର ରହିଛି। ମାର୍ଚ୍ଚ ୧୫ ସୁଦ୍ଧା ଏହି ଗାଡିକୁ ସ୍କ୍ରାପିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।" ମନ୍ତ୍ରୀ ଆହୁରି କହିଛନ୍ତି ରାଜ୍ୟରେ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡିର ଫିଟନେସ ରହିଛି। ଫିଟନେସ ନଥିବା ଗାଡିକୁ ସ୍କ୍ରାପିଂ ପାଇଁ ରାଜ୍ୟ ସରକାର ସ୍କ୍ରାପିଂ ପଲିସି ୨୦୨୨ ପ୍ରଣୟନ କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ରାଜରାସ୍ତାରୁ ହଟିବ ୧୫ ବର୍ଷରୁ ଅଧିକ ପୁରୁଣା ଗାଡି । ସରକାରଙ୍କ ମାଲିକାନା ଏବଂ ବେସରକାରୀ ମାଲିକାନାରେ ଥିବା ଯେଉଁ ଗାଡିକୁ ୧୫ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବ ଓ ଫିଟନେସ ନଥିବ ସେହି ଗାଡି ଗୁଡିକୁ ସ୍କ୍ରାପ କରାଯିବ। ଏଥିପାଇଁ ୨୦ଲକ୍ଷ ୩୯ ହଜାର ୫୦୦ ଗାଡି ଚିହ୍ନଟ ହୋଇଛି । ଆଜି ବିଧାନସଭା ପ୍ରଶ୍ନକାଳରେ ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ।

ମନ୍ତ୍ରୀ କହିଛନ୍ତି ମୋଟ ଗାଡିରୁ ସର୍ବାଧିକ ୧୨ ଲକ୍ଷ ୯୯ ହଜାର ୩୫୧ ଟି ମଟର ସାଇକେଲ/ସ୍କୁଟର ରହିଛି। ମାର୍ଚ୍ଚ ୧୫ ସୁଦ୍ଧା ଏହି ଗାଡିକୁ ସ୍କ୍ରାପ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ମନ୍ତ୍ରୀ ଆହୁରି କହିଛନ୍ତି ରାଜ୍ୟରେ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡିର ଫିଟନେସ ରହିଛି । ଫିଟନେସ ନଥିବା ଗାଡିକୁ ସ୍କ୍ରାପିଂ ପାଇଁ ରାଜ୍ୟ ସରକାର ସ୍କ୍ରାପିଂ ପଲିସି ୨୦୨୨ ପ୍ରଣୟନ କରିଛନ୍ତି ।

ଏହାବି ପଢନ୍ତୁ- Economic Survey 2022-23: ରାଜ୍ୟର ଅଭିବୃଦ୍ଧି ହାର 7.82%

ସେପଟେ କୋଟିଆରେ ଆନ୍ଧ୍ର ଅନୁପ୍ରବେଶ ପ୍ରସଙ୍ଗରେ ଦାୟିତ୍ବହୀନ ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ମନ୍ତ୍ରୀ କହିଛନ୍ତି, "କୋଟିଆରେ ଆନ୍ଧ୍ର ଅନୁପ୍ରବେଶ ନେଇ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ ।" ବିଜେପି ବିଧାୟିକା କୁସୁମ ଟେଟେଙ୍କ ଅଣ ତାରକା ପ୍ରଶ୍ନର ଉତ୍ତର ଦେଇ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି କୋଟିଆରେ ଆନ୍ଧ୍ର ପ୍ରଦେଶ ସରକାର ଦ୍ଵାରା ୨୦୨୧ରୁ ଭତ୍ତା କିମ୍ବା ରାସନ ବଣ୍ଟନ କି ରାସ୍ତା ନିର୍ମାଣ ସମ୍ପର୍କିତ ତଥ୍ୟ ଜିଲ୍ଲା ପ୍ରଶାସନ ପାଖରେ ନାହିଁ । ନିକଟରେ ଆନ୍ଧ୍ର ଉପମୁଖ୍ୟ ମନ୍ତ୍ରୀ କୋଟିଆ ଆସିଥିଲେ । ଖାଲି ଥରେ ନୁହେଁ ବାରମ୍ବାର ଆନ୍ଧ୍ର ପ୍ରଦେଶର ନେତା ମନ୍ତ୍ରୀ ଅଧିକାରୀ କୋଟିଆ ଗସ୍ତ କରୁଛନ୍ତି । ଅଥଚ ରାଜ୍ୟ ସରକାର ଆଜି ବିଧାନସଭାରେ କହିଛନ୍ତି କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ନେଇ କୌଣସି ତଥ୍ୟ ଜିଲ୍ଲା ପ୍ରଶାସନ ପାଖରେ ନାହିଁ । ମନ୍ତ୍ରୀଙ୍କ ଏହି ଉତ୍ତର ପରେ କୋଟିଆ ବିବାଦକୁ ନେଇ ଏବେ ପୁଣି ଥରେ ବଡ ପ୍ରଶ୍ନ ଉଠୁଛି ।

ସୂଚନାଯୋଗ୍ୟଯେ ଗତ 21 ତାରିଖରୁ ଷୋଡଶ ବିଧାନସଭାର ଦ୍ବାଦଶ ତମ ଅଧିବେଶନର ବଜେଟ ସେସନ୍ ଆରମ୍ଭ ହୋଇଛି । ଏହା ମାର୍ଚ୍ଚ 1 ଯାଏଁ ଚାଲିବ । ପରେ ମାର୍ଚ୍ଚ 10 ରୁ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଏପ୍ରିଲ 6 ରେ ଶେଷ ହେବ । ପ୍ରଥମ ଦୁଇ ଦିନ ବିଧାନସଭା ସ୍ବାଭାବିକ ହୋଇନଥିବା ବେଳେ ଆଜି ଗୃହ ସ୍ବାଭାବିକ ହୋଇଛି । ପ୍ରଶ୍ନକାଳ ସହ ଶୁନ୍ୟକାଳ ବିନା ହଟ୍ଟଗୋଳରେ ଚାଲିଥିଲା । ଆସନ୍ତାକାଲି(ଶୁକ୍ରବାର) ଅର୍ଥମନ୍ତ୍ରୀ ବିଧାନସଭାରେ ଚଳିତ ବର୍ଷର ବଜେଟ ଆଗତ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 23, 2023, 10:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.