ETV Bharat / state

କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତାରେ ବିରୋଧୀ ମେଣ୍ଟ

author img

By ETV Bharat Odisha Team

Published : Dec 23, 2023, 7:13 AM IST

Protests by opposition parties: ସଂସଦର ସୁରକ୍ଷା ପାଇଁ ରାଜରାସ୍ତାରେ ବିରୋଧୀ ମେଣ୍ଟ । ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପଦର୍ଶନ । ଆଗକୁ ପଢ଼ନ୍ତୁ,

ରାଜରାସ୍ତାରେ ବିରୋଧୀ ମେଣ୍ଟ
ରାଜରାସ୍ତାରେ ବିରୋଧୀ ମେଣ୍ଟ

ରାଜରାସ୍ତାରେ ବିରୋଧୀ ମେଣ୍ଟ

ଭୁବନେଶ୍ବର: ସଂସଦର ସୁରକ୍ଷା ପାଇଁ ରାଜରାସ୍ତାରେ ବିରୋଧୀ ମେଣ୍ଟ । ସଂସଦକୁ ସୁରକ୍ଷା ଦେବା ପରିବର୍ତ୍ତେ ବିରୋଧୀ ଦଳର ସାଂସଦ ମାନଙ୍କୁ ପବିତ୍ର ଗୃହରୁ ନିଲମ୍ବନ କରିବା ନେଇ ପ୍ରତିବାଦ । ବିରୋଧୀ ମେଣ୍ଟ ଇଣ୍ଡିଆର ସମସ୍ତ ସହଯୋଗୀ ଦଳ ମିଶି କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛନ୍ତି । ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପଦର୍ଶନ ।

ସଂସଦରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ । ଗତକାଲି ସାରା ଦେଶରେ ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯାଇଛି । ଭାରତ ଗଣତନ୍ତ୍ରର ସବୁଠୁ ବଡ଼ ମନ୍ଦିର କୁହାଯାଉଥିବା ସଂସଦ ଆଜି ଅସୁରକ୍ଷିତ । କେନ୍ଦ୍ର ସରକାର ସଂସଦକୁ ସୁରକ୍ଷା ଦେବା ପରିବର୍ତ୍ତେ ବିରୋଧୀ ଦଳର ସାଂସଦ ମାନଙ୍କୁ ପବିତ୍ର ଗୃହରୁ ନିଲମ୍ବନ କରୁଛନ୍ତି । ଯାହା ଅଶୋଭନୀୟ ଏବଂ ଅଗ୍ରହଣୀୟ । ତାର ତୀବ୍ର ପ୍ରତିବାଦ କରି ବିରୋଧୀ ମେଣ୍ଟ ଇଣ୍ଡିଆର ସମସ୍ତ ସହଯୋଗୀ ଦଳ ମିଶି କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛନ୍ତି । ସାରା ଦେଶରେ ତୀବ୍ର ପ୍ରତିବାଦ ପ୍ରଦର୍ଶନ କରାଯାଉଛି । କେନ୍ଦ୍ର ସରକାରଙ୍କ ଏକଚାଟିଆ, ଏକଛତ୍ରବାଦ ନୀତିକୁ ବିରୋଧ କରି ଇଣ୍ଡିଆ ମେଣ୍ଟ ପକ୍ଷରୁ ଗତକାଲି ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଂଗ୍ରେସ ସମେତ 17ଟି ଦଳର ନେତା ଓ କର୍ମୀମାନେ ଏଥିରେ ସାମିଲ ହୋଇଥିଲେ । ରାଜରାସ୍ତାରେ ବସି କେନ୍ଦ୍ର ବିରୋଧୀ ସ୍ଲୋଗାନ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ପୋଲିସ ଉପସ୍ଥିତିରେ ବିଜେଡିର ଗୁଣ୍ଡାରାଜ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ନଗ୍ନ ଉଦାହରଣ: ଲେଖାଶ୍ରୀ

ସେମାନେ ଲୋୟର ପିଏମଜି ଆଡକୁ ଅଗ୍ରସର ହେବା ମାତ୍ରେ ପୋଲିସ ତାଙ୍କୁ ଅଟକାଇ ଥିଲା । ଫଳରେ ବିକ୍ଷୋଭ ରାଲି ଆଗକୁ ବଢି ପାରି ନଥିଲା । ଏନେଇ ପିସିସି ସଭାପତି, ଶରତ ପଟ୍ଟନାୟକ କହିଛନ୍ତି,’’ କେନ୍ଦ୍ର ସରକାରଙ୍କ ଏକଛତ୍ରବାଦ ନୀତି ବିରୋଧରେ ଧାରଣା ଦେଇଛୁ । ଯେଉଁଭଳି ମୋଦି ସରକାର କୌଣସି କାରଣ ନଥାଇ ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦ ଭବନରୁ 146 ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ତାହା ଅତ୍ୟନ୍ତ ଦୁଃଖଦ । ବିଜେପିର ସାଂସଦଙ୍କ ସହ ସଂସଦ ଭବନରେ ପଶି ପାରୁଛନ୍ତି । ସଂସଦ ଆଜି ଅସୁରକ୍ଷିତ ହୋଇଯାଇଛି । ତାହା ଉପରେ ନଜର ନଦେଇ ଯେଉଁମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି ସେମାନଙ୍କୁ ଗୃହରୁ ନିଲମ୍ବନ କରାଯାଉଛି ଯାହା ଆଦୌ ଗ୍ରହଣୀୟ ନୁହେଁ । ଏହାର ପ୍ରତିବାଦ କରି ଆଜି ବିରୋଧୀ ଦଳଗୁଡିକ ଧାରଣା ଦେଉଛୁ । କେନ୍ଦ୍ରରେ ମୋଦି ସରକାର ବିରୋଧୀଙ୍କ ସ୍ୱରକୁ ଚାପି ଦେବାକୁ ବସିଛନ୍ତି । ସମ୍ବିଧାନର ନିୟମକୁ ଅଣଦେଖା କରାଯାଉଛି । ଏହାର ଦୃଢ଼ ହସ୍ତରେ ଦମନ କରାଯିବ । ସାରା ଦେଶରେ ଏହାର ସ୍ୱର ସୁଭିଲାଣି । ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କୁ କୌଣସି ମତେ ଛଡା ଯିବ ନାହିଁ।’’

ସେପଟେ CPI ସାଧାରଣ ସମ୍ପାଦକ ରାମକୃଷ୍ଣ ପଣ୍ଡା କହିଛନ୍ତି ’’ଏ ଲଢେଇ ସଂସଦର ସୁରକ୍ଷା ପାଇଁ । ଏ ଲଢେଇ ଦେଶର ସୁରକ୍ଷା ପାଇଁ । ମୋଦି ସରକାର ନିଜ ମନ ଇଚ୍ଛା ଶାସନ କରୁଛନ୍ତି । ବିରୋଧୀଙ୍କ ପାଟିକୁ ବନ୍ଦ କରିଦେବାକୁ ସାଂସଦ ମାନଙ୍କୁ ନିଲମ୍ବିତ କରିଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.