ETV Bharat / state

BJD Removed Soumya from VP post: ବିଜେଡିରେ ଯାହା ଚାଲୁଛି ତାହା ଠିକଠାକ ଚାଲୁନାହିଁ କହିଲେ ବିରୋଧୀ

author img

By ETV Bharat Odisha Team

Published : Sep 12, 2023, 9:54 PM IST

ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି ଯେ, ଯେଉଁ ଚିଠି ଆସିଛି ସେଥିରେ ଦଳୀୟ ବିଶୃଙ୍ଖଳା କଥା ଲେଖା ହୋଇନାହିଁ । ସୌମ୍ୟ ବାବୁଙ୍କୁ ଯେଉଁଭଳି ଭାବେ ଉପସଭାପତି ପଦରୁ ଅନ୍ତର କରିବା ସହଜରେ ଗ୍ରହଣ କରିପାରୁନାହିଁ । ମୁଁ ଏହାକୁ ନାପସନ୍ଦ କରୁଛି । ଏମିତି ହେବା ଉଚିତ ନଥିଲା । ତାଙ୍କ ସହିତ ଆଲୋଚନା କରିବାର ଥିଲା । ସୌମ୍ୟ ବାବୁଙ୍କ ବାବଦରେ ମୁଖ୍ୟମନ୍ତ୍ରୀ କହିବାର କଥା । ତାଙ୍କର ଅଧିକାର ଅଛି । ଅଧିକ ପଢନ୍ତୁ

ବିଜେଡିରେ ଯାହା ଚାଲୁଛି ତାହା ଠିକଠାକ ଚାଲୁନାହିଁ: ବିରୋଧୀ
ବିଜେଡିରେ ଯାହା ଚାଲୁଛି ତାହା ଠିକଠାକ ଚାଲୁନାହିଁ: ବିରୋଧୀ

ବିଜେଡିରେ ଯାହା ଚାଲୁଛି ତାହା ଠିକଠାକ ଚାଲୁନାହିଁ: ବିରୋଧୀ

ଭୁବନେଶ୍ବର: ଦଳର ଉପସଭାପତି ପଦରୁ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଦା କରିଛନ୍ତି । ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିକ୍ରିୟା ଆସିବାରେ ଲାଗି । ବିଜେଡିରେ ସବୁ କିଛି ଠିକ ଠାକ ଚାଲିନଥିବା କହିଛନ୍ତି ଦଳରୁ ବିଦା ହୋଇଥିବା ନେତା ବିଜୟ ମହାପାତ୍ର । ସୌମ୍ୟଙ୍କ ଆକ୍ସନ ପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତାକ୍ଷର ଥିଲେ ବି ସେ ଏ ବାବଦରେ ଜାଣିଛନ୍ତି ନା ନାହିଁ ତାହା ବିଜୟ ସନ୍ଦେହ କରିଛନ୍ତି । ଜି ହଁ କହି ବିଜେଡିରେ ରହିବାକୁ ପଡେ ବୋଲି କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ସେହିପରି ବିଜେଡି କହିଛି ଯେ, ଖଣ୍ଡପଡାର ବିକାଶ ଦାୟିତ୍ବ ମୁଖ୍ୟମନ୍ତ୍ରୀ ନେବେ ।

ଏହାବି ପଢନ୍ତୁ- ସୌମ୍ୟଙ୍କ ବିରୋଧରେ ବଡ଼ ଆକ୍ସନ ନେବାକୁ ବଳ ଗୋଟାଇପାରୁନି ବିଜେଡି ?

ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି ଯେ, ଯେଉଁ ଚିଠି ଆସିଛି ସେଥିରେ ଦଳୀୟ ବିଶୃଙ୍ଖଳା କଥା ଲେଖା ହୋଇନାହିଁ । ସୌମ୍ୟ ବାବୁଙ୍କୁ ଯେଉଁଭଳି ଭାବେ ଉପସଭାପତି ପଦରୁ ଅନ୍ତର କରିବା ସହଜରେ ଗ୍ରହଣ କରିପାରୁନାହିଁ । ମୁଁ ଏହାକୁ ନାପସନ୍ଦ କରୁଛି । ଏମିତି ହେବା ଉଚିତ ନଥିଲା । ତାଙ୍କ ସହିତ ଆଲୋଚନା କରିବାର ଥିଲା । ସୌମ୍ୟ ବାବୁଙ୍କ ବାବଦରେ ମୁଖ୍ୟମନ୍ତ୍ରୀ କହିବାର କଥା । ତାଙ୍କର ଅଧିକାର ଅଛି । ତଳିଆ ନେତାଙ୍କ କଥାରେ ଗୁରୁତ୍ବ ନଥାଏ । ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ କିଛି କହିନାହାନ୍ତି । କିନ୍ତୁ ବିଜେଡିରେ ଯାହା ଚାଲୁଛି ତାହା ଠିକଠାକ ଚାଲୁନାହିଁ । ଏହା ଓଡିଶାବାସୀ ଅନୁଭବ କରୁଛନ୍ତି । ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଆଗରୁ କାରଣ ଦର୍ଶାଅ ମଗାଯାଉଥିଲା । ଆମେ ଯେତେବେଳେ ନିଲମ୍ବିତ ହୋଇଥିଲୁ ସେତେବେଳେ କାରଣ ଦର୍ଶାଯାଇଥିଲା । ସମ୍ପାଦକୀୟ ଲେଖିବା ସମ୍ପାଦକଙ୍କ ଅଧିକାର ରହିଛି । ସୌମ୍ୟ ବାବୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପରି ମୁଁ କୌଣସି ଲେଖା ପଢିନାହିଁ । ସଚିବଙ୍କୁ ପ୍ରଶ୍ନ କରିବାର ଯଥେଷ୍ଟ ଅଧିକାର ଲୋକପ୍ରତିନିଧିଙ୍କର ଅଛି । ଆକ୍ସନ ବାବଦରେ ମୁଖ୍ୟମନ୍ତ୍ରୀ ଜାଣିଛନ୍ତି ନା ନାହିଁ ସନ୍ଦେହ ଅଛି ।

ସେହିପରି କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ବିଜେଡି ଏକ ପ୍ରାଇଭେଟ କମ୍ପାନୀ । ତାର ସର୍ବେସର୍ବା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଦଳରେ କଣ ହେଲା ନା ନାହିଁ, ତାହା ତାଙ୍କର ଆଭ୍ୟନ୍ତରୀଣ ବ୍ୟାପାର । ନିର୍ବାଚନ କରି ସୌମ୍ୟ ପଟ୍ଟନାୟକଙ୍କୁ ଉପ ସଭାପତି କରାଯାଇନଥିଲା । ନବୀନ ବାବୁ ସୌମ୍ୟଙ୍କୁ ନିଯୁକ୍ତି ଦେଇଥିଲେ । ଏବେ ବାହାର କରିଦେଲେ । ସୌମ୍ୟ ବାବୁଙ୍କର ବ୍ୟକ୍ତିଗତ ମତ ଅଛି । ସେ ସ୍ବାଧୀନ ଚେତା ଲୋକ । ଯେଉଁଟା ଦଳ, ରାଜ୍ୟ, ଦେଶ ଓ ଲୋକଙ୍କ ପାଇଁ ଭଲ, ସେ ସେଇୟା ହିଁ କରିବେ । ଜି ହଁ କହି ବିଜେଡିରେ ରହିବାକୁ ପଡେ । କିନ୍ତୁ କଂଗ୍ରେସରେ ଏମିତି ଚଳେନାହିଁ ।

ଏହାବି ପଢନ୍ତୁ- ରାଜନୀତି ଗୋଟିଏ ଦିନ ବା ନିଷ୍ପତ୍ତିରେ ସରେନାହିଁ: ସୌମ୍ୟ

ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି ଯେ, ଆଗକୁ ଖଣ୍ଡପଡାରେ ଆହୁରି ବିକାଶ ହେବ । ମୁଖ୍ୟମନ୍ତ୍ରୀ ଖୋଦ ଖଣ୍ଡପଡାର ବିକାଶ କାର୍ଯ୍ୟ ହାତକୁ ନେବେ । ଦଳରେ ରହି ଦଳ ବିରୋଧରେ କାର୍ଯ୍ୟ କରିବା ଠିକ ନୁହେଁ । ଏଇଟା କେବଳ ବିଜେଡିରେ ରହି କରିନାହାନ୍ତି । କଂଗ୍ରେସ ଓ ବିଜେପିରେ ଥାଇ ଏପରି କରିଛନ୍ତି । ଏହା ଆଦୌ ଠିକ ନୁହେଁ । ଦଳ ଠିକ ସମୟରେ ଠିକ ନୁହେଁ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏନେଇ ନିଷ୍ପତ୍ତି ନେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.