ETV Bharat / state

ସମାବେଶ କରି ଶକ୍ତି ବୃଦ୍ଧି ଲକ୍ଷ୍ୟରେ କଂଗ୍ରେସ, ଆସନ୍ତାକାଲି ଗୁରୁତ୍ବପୂର୍ଣ୍ଣ ବୈଠକ

author img

By ETV Bharat Odisha Team

Published : Oct 9, 2023, 8:29 PM IST

ବିଜୟ କହିଛନ୍ତି ଆସନ୍ତାକାଲି କଂଗ୍ରେସ ଭବନରେ ପୁରୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ବସିବ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ପୁରୀ ଉପକୂଳ ଓଡିଶାର ପ୍ରାଣକେନ୍ଦ୍ର ଭାବେ ପରିଚୟ ବହନ କରେ । ଅଧିକ ପଢନ୍ତୁ

ସମାବେଶ କରି ଶକ୍ତି ବୃଦ୍ଧି ଲକ୍ଷ୍ୟରେ କଂଗ୍ରେସ, ଆସନ୍ତାକାଲି ଗୁରୁତ୍ବପୂର୍ଣ୍ଣ ବୈଠକ
ସମାବେଶ କରି ଶକ୍ତି ବୃଦ୍ଧି ଲକ୍ଷ୍ୟରେ କଂଗ୍ରେସ, ଆସନ୍ତାକାଲି ଗୁରୁତ୍ବପୂର୍ଣ୍ଣ ବୈଠକ

ସମାବେଶ କରି ଶକ୍ତି ବୃଦ୍ଧି ଲକ୍ଷ୍ୟରେ କଂଗ୍ରେସ, ଆସନ୍ତାକାଲି ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର: ଦକ୍ଷିଣରେ କଂଗ୍ରେସର ଶକ୍ତି ପ୍ରଦର୍ଶନ ପରେ ଉପକୂଳ ଓଡିଶା ଉପରେ ଏବେ ପକାଇଛି ନଜର । ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଭୁବନେଶ୍ବରରେ ଆୟୋଜିତ ହେବ ବିଶାଳ ସମାବେଶ । ପୁରୀରେ ଚଳିତ ମାସରେ ହେବ ବିଶାଳ ସମାବେଶ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ।

ବିଜୟ କହିଛନ୍ତି, ‘‘ଆସନ୍ତାକାଲି କଂଗ୍ରେସ ଭବନରେ ପୁରୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ବସିବ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ପୁରୀ ଜିଲ୍ଲା ଅନ୍ତର୍ଗତ ସମସ୍ତ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କିଭଳି ଆସ୍ଥାଭାଜନ ହେବ,ରାହୁଲ ଗାନ୍ଧୀଙ୍କ ବାର୍ତା ଜନସାଧାରଣଙ୍କ ପାଖରେ ପହଞ୍ଚିବ ସେ ନେଇ ଅଣ୍ଟା ଭିଡ଼ିଲା କଂଗ୍ରେସ । ପୁରୀ ଉପକୂଳ ଓଡିଶାର ପ୍ରାଣକେନ୍ଦ୍ର ଭାବେ ପରିଚୟ ବହନ କରେ । ପୂର୍ବରୁ ପୁରୀ ଜିଲ୍ଲା ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବାଜିମାତ କରିଛି । ସେହିପରି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କ୍ଷମତା ଦଖଲ କରିଛି । ଦିବଂଗତ କଂଗ୍ରେସ ନେତା ଲୁଲୁ ମହାପାତ୍ର ବ୍ରହ୍ମଗିରିରୁ ନିର୍ବାଚିତ ହୋଇଛନ୍ତି । ନିମାପଡା ଗୋପ ନିର୍ବାଚନ ମଣ୍ଡଳୀରେ ମଧ୍ୟ କଂଗ୍ରେସ ପୂର୍ବରୁ ଜିତି ଆସିଛି । ତେଣୁ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ପୁରୀ ଜିଲ୍ଲାରେ କିଛି ସିଟ ଦଖଲ କରିବାକୁ ଯୋଜନା କରିଛି । ’’

ଏହାବି ପଢନ୍ତୁ- ଗୋଷାଣୀ ବ୍ଲକ ଘେରାଉ କଲା କଂଗ୍ରେସ, ବିଜେପି-ବିଜେଡି ଏକାଠି କହିଲେ ବିଜୟ

ସେହିପରି ଦଳ ଉପଯୁକ୍ତ ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଲୋଚନକୁ ଆଣି ଭୋଟର ମାନଙ୍କ ବିଶ୍ବାସ ଜିତିବ ସେ ନେଇ ଆଲୋଚନା ହେବ । ଘର ଘର ହାତ ଘର ଘର କଂଗ୍ରେସ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରି ଜନସାଧାରଣଙ୍କ ବିଶ୍ବାସ ଜିତିବ । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଫଳତା, ଦରଦାମ ବୃଦ୍ଧି, ଆଇନ ଶୃଙ୍ଖଳା ସ୍ଥିତି,ଶିକ୍ଷାର ଭିତ୍ତିଭୂମି ଅଭାବ, ରାଜ୍ୟରେ ଗଣତନ୍ତ୍ରର ମୂଲ୍ୟବୋଧକୁ ଅଣଦେଖା ଭଳି ପ୍ରସଙ୍ଗ ସମାବେଶରେ ଉତ୍ଥାପନ କରିବ କଂଗ୍ରେସ ।

ବିଜୟ ଆହୁରି କହିଛନ୍ତି ମାଲକାନଗିରିରେ କଂଗ୍ରେସକୁ ସମର୍ଥନ କଲେ ହଜାର ହଜାର ସଂଖ୍ୟାରେ ଆଦିବାସୀ ଭାଇ ଓ ମହିଳାମାନେ। ସେହିଭଳି ସମାବେଶ ବିଭିନ୍ନ ଅଞ୍ଚଳରେ କରିବ କଂଗ୍ରେସ । ସବୁ ଆଡେ କଂଗ୍ରେସ ପ୍ରତି ଲୋକଙ୍କର ଏବଂ କର୍ମୀ ମାନଙ୍କର ଉତ୍ସାହ ବଢିଛି। 2024ରେ କଂଗ୍ରେସ ସରକାରକୁ ଆସିବ ।

ସେହିପରି ଆସନ୍ତା ୨୭ ତାରିଖରେ ଖୋର୍ଦ୍ଧାରେ ଏକ ବିଶାଳ ସମାବେଶ ଆୟୋଜନ କରିବ କଂଗ୍ରେସ । ଏଥିପାଇଁ ଚୂଡାନ୍ତ ହୋଇସାରିଛି ଆକ୍ସନ ପ୍ଲାନ। ପ୍ରାୟ 10 ହଜାରରୁ ଅଧିକ ଜନସାଧାରଣ ସମାଗମ ହେବେ ବୋଲି ସୂଚନା ଦେଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ଲୋକଙ୍କ ସମସ୍ୟା ନେଇ ଲୋକଙ୍କ ପାଖକୁ ଯାଉଛି କଂଗ୍ରେସ ବୋଲି ସୁର କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.