ETV Bharat / state

Boss: ମୋଶନ ପୋଷ୍ଟର ଆଉଟ୍, ଲେଡି ବସ୍ ଲୁକରେ ବର୍ଷା ପ୍ରିୟଦର୍ଶିନୀ

author img

By ETV Bharat Odisha Team

Published : Oct 12, 2023, 6:24 PM IST

ପାରିବାରିକ ବିବାଦ ମାମଲା ମଧ୍ୟରେ ବର୍ତ୍ତମାନ ନାରୀ କେନ୍ଦ୍ରିକ ଫିଲ୍ମ ନେଇ ପରଦାକୁ ଫେରୁଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏହାରି ମଧ୍ୟରେ ଫିଲ୍ମର ମୋଶନ ପୋଷ୍ଟର ରିଲିଜ କରିଛନ୍ତି ନିର୍ମାତା । ଅଧିକ ପଢନ୍ତୁ,

Boss: ମୋଶନ ପୋଷ୍ଟର ଆଉଟ୍, ଲେଡି ବସ୍ ଲୁକରେ ବର୍ଷା ପ୍ରିୟଦର୍ଶିନୀ
Boss: ମୋଶନ ପୋଷ୍ଟର ଆଉଟ୍, ଲେଡି ବସ୍ ଲୁକରେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ବର: ସାରା ରାଜ୍ୟରେ ଚହଳ ପକାଇଛି ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଏବଂ ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା । ଉଭୟଙ୍କ ବିବାହ ବିଚ୍ଛେଦକୁ ନେଇ ମାମଲା ଜାରି ରହିଥିବା ବେଳେ ବର୍ତ୍ତମାନ ପରଦାକୁ ଫେରୁଛନ୍ତି ବର୍ଷା । ଅଭିନେତ୍ରୀ ଆଗାମୀ ଫିଲ୍ମ 'ବସ୍' ରେ ମୁଖ୍ୟ ଭୂମିକାରେ ନଜର ଆସିବେ ।

ନିକଟରେ ଫିଲ୍ମର ଶୁଭ ମୁହରତ ହୋଇଥିବା ବେଳେ ବର୍ତ୍ତମାନ ନିର୍ମାତା ଫିଲ୍ମର ମୋଶନ ପୋଷ୍ଟର ରିଲିଜ କରିଛନ୍ତି । ସୋସିଆଲ ମିଡିଆରେ ଏହାକୁ ସେୟାର କରାଯାଇଛି । ବର୍ଷା ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ମୋଶନ ପୋଷ୍ଟର ସେୟାର କରିଛନ୍ତି । ଯେଉଁଥିରେ ବର୍ଷାଙ୍କୁ ଲେଡି ବସ୍ ଲୁକରେ ଦେଖିବାକୁ ମିଳିଛି । ଏଥିସହ ଫିଲ୍ମରେ ବର୍ଷାଙ୍କ ବିପକ୍ଷରେ ନଜର ଆସିବାକୁ ଥିବା ରାଜ ରାଜେଶଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିଛି । ପୋଷ୍ଟରରେ ବର୍ଷା ବ୍ଲାକ ଆଉଟଫିଟ ସହ ସ୍କାଏ ବ୍ଲୁ ଜ୍ୟାକେଟରେ ନଜର ଆସିଛନ୍ତି । ଏବଂ ରାଜେଶ ବ୍ଲୁ ପ୍ୟାଣ୍ଟ ସହ ହ୍ବାଇଟ ସାର୍ଟରେ ଖୁବ ସୁନ୍ଦର ଲାଗୁଛନ୍ତି । ତେବେ ଫିଲ୍ମରେ ରାଜେଶ ସମର୍ଥ ଚୌଧୁରୀ ଭୂମିକାରେ ନଜର ଆସିବାକୁ ଥିବା ବେଳେ ବର୍ଷାଙ୍କୁ ମାଇରା ପଟ୍ଟନାୟକ ଭୂମିକାରେ ଦେଖିବାକୁ ମିଳିବ ।

ଏହି ପୋଷ୍ଟର ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ''ମୋର ଦକ୍ଷତା ହେଉଛି ତାଙ୍କର ଅସହିଷ୍ଣୁତା । ବସ୍ ଖୁବଶୀଘ୍ର ଆସୁଛି । ଏହା ଏକ ପ୍ରେମ କାହାଣୀ ନୁହେଁ ବରଂ ପରିବର୍ତ୍ତନର ସ୍ୱର ।'' ଏହା ସେୟାର ହେବାମାତ୍ରେ ଅନେକ ଫ୍ୟାନ୍ସ ଏହାକୁ ଲାଇକ କରିଛନ୍ତି । ଏବଂ ଅନେକ ଏନେଇ ବର୍ଷାଙ୍କୁ ପ୍ରୋତ୍ସାହିତ ସହ ଫିଲ୍ମ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହି ସମୟରେ ଅନେକ ଫ୍ୟାନ୍ସ ତାଙ୍କୁ ଅନୁଭବଙ୍କ ସହ ବିବାଦକୁ ନେଇ ମଧ୍ୟ ଟ୍ରୋଲ କରିଛନ୍ତି । ଜଣେ ଲେଖିଛନ୍ତି, ତୁମ ଫିଲ୍ମକୁ ଥିଏଟର ମିଳୁଛି କି ନାହିଁ ଦେଖ । ଆଉ ଜଣେ ବର୍ଷାଙ୍କୁ ସପୋର୍ଟ କରି ଲେଖିଛନ୍ତି, ଯେତିକି ତୁମର ସୋସିଆଲ ମିଡିଆରେ ସମ୍ମାନ ଯାଇଛି, ସେତିକି ପ୍ରତିଶୋଧ ନିଅ ।

ଏହା ମଧ୍ୟ ପଢନ୍ତୁ: ବର୍ଷା ସାଜିବେ Boss, ନାରୀ କୈନ୍ଦ୍ରିକ କାହାଣୀକୁ ନେଇ ଆସୁଛି ସିନେମା

ସୂଚନା ଥାଉ କି, ଚଳଚ୍ଚିତ୍ରର ପ୍ରଯୋଜକ ରହିଛନ୍ତି ରମେଶ ବାରିକ । ସଂଳାପ ଓ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଶ୍ରୀପତି ସାହୁ । ଲେଖକ ବିଜୟ ମଲ୍ଲ ସିନେମାର କାହାଣୀ ଲେଖିଥିବା ବେଳେ ସଂଗୀତକୁ ଶବ୍ଦରେ ସଜାଇଛନ୍ତି ଗୀତିକାର ନିର୍ମଳ ନାୟକ । ଏହାସହ ଅଭିଜିତ ମଜୁମଦାର ଗୀତର ସ୍ୱର ସଂଯୋଜନା କରିଛନ୍ତି । ତେବେ ଏହି ସିନେମାଟି ହେଉଛି ଜଣେ ମହିଳାର ସଂଘର୍ଷ ଓ ସଫଳତାର କାହାଣୀ । କିଭଳି ଜଣେ ମହିଳା ଏ ପୁରୁଷ କୈନ୍ଦ୍ରିକ ସମାଜରେ ଜୀବନରେ ଅନେକ ଘାତ ପ୍ରତିଘାତ, ତାଡନା, ଅବମାନନା ଓ ଅପବାଦ ସହି ଆଗକୁ ବଢିଛି ସେନେଇ ଚଳଚ୍ଚିତ୍ରରେ ଦର୍ଶାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.