ETV Bharat / state

ପଡୋଶୀ ରାଜ୍ୟରେ ନିର୍ବାଚନୀ ମାହୋଲ, ସୋନପୁରରୁ 41 ଲକ୍ଷର ଜାଲ ନୋଟ ଜବତ କଲା STF

author img

By ETV Bharat Odisha Team

Published : Sep 3, 2023, 1:28 PM IST

Updated : Sep 3, 2023, 2:19 PM IST

୪୧ଲକ୍ଷ ୧୬ହଜାର ହଜାର ନକଲି ନୋଟ ଜବତ । ସୋନପୁର ଉଲୁଣ୍ଡାରୁ ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ ।

ସୋନପୁରରୁ 41 ଲକ୍ଷ ନକଲି ନୋଟ ଜବତ କଲା STF
STF seized worth Rs 41 fake notes
ସୋନପୁରରୁ 41 ଲକ୍ଷର ଜାଲ ନୋଟ ଜବତ କଲା STF

ଭୁବନେଶ୍ବର: ଆଗକୁ ସାଧାରଣ ନିର୍ବାଚନ । ଏହି ସହିତ ପଡୋଶୀ ରାଜ୍ୟରେ ନିର୍ବାଚନୀ ମାହୋଲ ରହିଛି । ଏହାରି ଭିତରେ ଏବେଠୁ ପୁଳାପୁଳା ନକଲି ନୋଟ ଜବତ ହୋଇଛି । ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅଞ୍ଚଳର ମାଟିଖାଇନୁଆବସ୍ତିରୁ ୪୧ଲକ୍ଷ ୧୬ହଜାର ଟଙ୍କାର ନକଲି ନୋଟ୍ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଜଣଙ୍କୁ ଗିରଫ କରିଛି ସ୍ବତନ୍ତ୍ର ଟାକ୍ସ ଫୋର୍ସ । ଏନେଇ ସୂଚନା ଦେଇଛନ୍ତି ଏସଟିଏଫ ଏସପି କିଶୋର କୁମାର ପାଣିଗ୍ରାହୀ ।

୫୦୦ ଟଙ୍କିଆ ୪୧ଲକ୍ଷ ୧୬ହଜାର ଟଙ୍କାର ନକଲି ନୋଟ୍ ଜବତ କରିଛି ଏସଟିଏଫ ଟିମ୍ । ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅଞ୍ଚଳର ମାଟିଖାଇନୁଆବସ୍ତିରୁ ଏହି ପୁଳାପୁଳା ନୋଟ୍ ଜବତ କରାଯାଇଛି । ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ହେଲେ ଦୀପକ ମେହେର । ସେ ସେହି ଉଲୁଣ୍ଡା ଥାନା ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଜବତ କରିଥିବା ନକଲି ନୋଟ କ୍ବାଲିଟି ଭଲ ହୋଇଥିବା ବେଳେ ଏହାର ଯାଞ୍ଚ ପାଇଁ ପଶ୍ଚିମବଙ୍ଗ ରିଜର୍ବବ୍ୟାଙ୍କକୁ ପଠାଯାଇଛି । ଏନେଇ ତଦନ୍ତ ରିପୋର୍ଟ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ନେବ ଏସଟିଏଫ ଟିମ୍ ।

ଆବଶ୍ୟକ ପଡିଲେ NIA ଆକ୍ଟ ଲାଗାଇ ପାରେ ଏସଟିଏଫ ଟିମ୍ । କାରଣ ଏସଟିଏଫ ସନ୍ଦେହ କରୁଛି ଏଭଳି କ୍ବାଲିଟି ନୋଟ ଛତିଶଗଡରୁ ଆସିଥାଇପାରେ । କାରଣ ଟଙ୍କାର ଓ୍ବାଟରମାର୍କ ସହ ଟଙ୍କାର ରଙ୍ଗ ଓ ସାର୍ପନେସ ପ୍ରିଣ୍ଟି ଦେଖି ଯେ କେହି ବି ଏହାକୁ ଅସଲି ଭାବି ନେବ । ତେବେ ହାଇ କ୍ବାଲିଟି ନୋଟ ପଛର ରାଜ କଣ ସେ ନେଇ ତଦନ୍ତ କରୁଛି ଏସଟିଏଫ ଟିମ୍ । ଜଣଙ୍କୁ ଏସଟିଏଫ ଉଠାଇ ନେବା ସହିତ ଜାଲ ନୋଟ ଛପା ଯାଉଥିବା କଲର ପ୍ରିଣ୍ଟର, କଲର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।

ସଟିଏଫ ଏସପି କିଶୋର କୁମାର ପାଣିଗ୍ରାହୀଙ୍କ ସୂଚନା ମୁତାବକ ଗିରଫ ଅଭିଯୁକ୍ତ ଦୀପକ ମେହେର ଯାହାଙ୍କ ଘରୁ ନକଲି ନୋଟ ଜବତ ହୋଇଛି ଏଭଳି ନକଲି ସେ ଓ ତାର ଭାଇ ପେଶାରେ ବୁଣାକାର । ଏମାନେ ଲୁଗା ବେପାର ପାଇଁ ଛତିଶଗଡ଼ ଓ ବରଗଡ଼ ଓ ଝାରସୁଗୁଡ଼ାକୁ ଯାତାୟତ କରିଥାନ୍ତି । ଏତେ ପରିମାଣର ହାଇକ୍ବାଲିଟି ନକଲି ନୋଟ ନେଇ ଘରେ ରଖିଥିବା ଖବର ପାଇ ରେଡ କରାଯାଇଥିଲା । ତେବେ ଗିରଫ ଅଭିଯୁକ୍ତ ବଡ ଭାଇ ଫେରାର ଅଛି । ତେବେ ଗିରଫ ଅଭିଯୁକ୍ତକୁ ପଚରାଉଚରା ବେଳେ ଜାଣିବାକୁ ପାଇଛନ୍ତି ୪୧ ଲକ୍ଷ ୧୬ହଜାର ଟଙ୍କା ନକଲି ନୋଟକୁ କାରବାର ପାଇଁ ୧୨ଲକ୍ଷ ଟଙ୍କାରେ ଅଦଳବଦଳ କରିଥାନ୍ତେ ।

ଏହା ବି ପଢନ୍ତୁ...ବଲାଙ୍ଗୀରରୁ 6500 ଟଙ୍କାର ନକଲି ନୋଟ ଜବତ, ଜଣେ ଗିରଫ

ତେବେ ଏହି କାରବାର ପଛରେ ଛତିଶଗଡ଼ ଲିଙ୍କ ଥିବା ମଧ୍ୟ ସନ୍ଦେହ କରାଯାଉଛି । ଏସବୁ ଟଙ୍କା ନିର୍ବାଚନୀ ପାଇଁ କାରବାର ହେଉଥିଲା କି ନାହିଁ ପ୍ରଶ୍ନରେ ଏସପି କହିଛନ୍ତି ତଦନ୍ତ ଚାଲିଛି ଯଦି ଜଣାପଡେ ତେବେ ଆଗକୁ UAPA (Unlawful activities Prevention Act)ରେ ଏସଟିଏଫ ଲଗାଇ ତଦନ୍ତ କରିପାରେ ‌। ତେବେ କେବଳ ଏଇ ଘଟଣା ନୁହେଁ ପୂର୍ବରୁ ପଶ୍ଚିମ ଓଡିଶାରେ ଅନେକ ଥର ଏପରି ନକଲି ନୋଟ ଜବତ କରାଯାଇଛି ବିଗତ ଦିନରେ । ୨୦୨୨ରେ ବରଗଡ ବରପାଲିରୁ ମଧ୍ୟ ୧୪ଲକ୍ଷ ନକଲି ନୋଟ ସହ ସମ୍ବଲପୁର ଯୁଜୁମରାରୁ ୧୫ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଥିଲା ।

ସେହିପରି ରାଉରକେଲାରୁ ମଧ୍ୟ ନକଲି ନୋଟ ସହ ପ୍ରିଣ୍ଟି ମେସିନ କାଳି ଜବତ ହୋଇଥିଲା । ସେହିପରି ଦେବଗଡ ଜିଲ୍ଲା କଚେରି ସାହିରୁ ମଧ୍ୟ ପୂର୍ବରୁ ୪୭ଲକ୍ଷ ଟଙ୍କାର ନକଲି ନୋଟ ଜବତ କରାଯାଇଥିଲା । ଏବେ ୪୧ଲକ୍ଷ ଟଙ୍କାର ନକଲି ନୋଟ ଜବତ ପରେ ୨ୟ ସର୍ବାଧିକ ଜବତ । ଏଯାବତ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ନକଲି ନୋଟ ଏସଟିଏଫ ଜବତ କଲାଣି । ନକଲି ନୋଟ୍ ଜବତ ଘଟଣାରୁ ଆଗକୁ ଏସଟିଏଫ କଣ ନୂଆ ଖୁଲାସା କରୁଛି ତାହା ଉପରେ ନଜର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 3, 2023, 2:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.