ETV Bharat / state

‘ଓଡ଼ିଶା ଅର୍ଗାନିକ୍ସ-୨୦୨୪’, ଜୈବିକ କୃଷିର ବିକାଶ ଉପରେ ଗୁରୁତ୍ୱ

author img

By ETV Bharat Odisha Team

Published : Jan 19, 2024, 12:34 PM IST

'Odisha Organix 2024' conclave: ଭୁବନେଶ୍ୱରରେ ‘ଓଡ଼ିଶା ଅର୍ଗାନିକ୍ସ-୨୦୨୪’ କନକ୍ଲେଭ ଆୟୋଜିତ ହୋଇଯାଇଛି । ଓଡ଼ିଶାରେ ଜୈବିକ କୃଷିର ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଛି । ଅଧିକ ପଢନ୍ତୁ

‘ଓଡ଼ିଶା ଅର୍ଗାନିକ୍ସ-୨୦୨୪
‘ଓଡ଼ିଶା ଅର୍ଗାନିକ୍ସ-୨୦୨୪
ଓଡ଼ିଶା ଅର୍ଗାନିକ୍ସ-୨୦୨୪

ଭୁବନେଶ୍ବର: ରାଜ୍ୟରେ ଜଳବାୟୁ ଭିତ୍ତିକ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ‘ଓଡ଼ିଶା ଅର୍ଗାନିକ୍ସ-୨୦୨୪’ କନ୍‌କ୍ଲେଭ ଆୟୋଜିତ ହୋଇଯାଇଛି । ଓଡ଼ିଶାରେ ଜୈବିକ ଚାଷର ସମ୍ଭାବନା ଏବଂ ଏଥିପ୍ରତି ଥିବା ଆହ୍ୱାନ ଗୁଡ଼ିକ ସମ୍ପର୍କରେ ଆଲୋଚନା କରି ଗ୍ରାମ ଗୁଡ଼ିକରେ ଜୈବିକ କୃଷିକୁ ବ୍ୟାପ୍ତ କରିବା ଉଦ୍ଦେଶ୍ୟରେ ଏହି କନ୍‌କ୍ଲେଭର ଆୟୋଜନ କରାଯାଇଛି । ଜୈବିକ କୃଷିର ସମ୍ଭାବନାକୁ ଚିହ୍ନଟ କରିବା ସହ ପରୀକ୍ଷଣ ଏବଂ ଉପଯୋଗ କରିବାକୁ ଉଦ୍ୟମ କରିବା ସମ୍ବନ୍ଧରେ ଗୁରୁତ୍ଵ ଦିଆଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀ, ବ୍ୟବସାୟୀ ଏବଂ ସର୍ବେକ୍ଷଣକାରୀମାନେ ଯୋଗ ଦେଇଥିଲେ ।

ଏହି କନକ୍ଲେଭରେ ଚାଷ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଓଡ଼ିଶାରେ ପ୍ରାୟ ୬୧.୮ ପ୍ରତିଶତ ଲୋକେ କୃଷି କ୍ଷେତ୍ରରେ ନିୟୋଜିତ ଅଛନ୍ତି । ଗତ ୧୬ ବର୍ଷ ମଧ୍ୟରେ ରାଜ୍ୟରେ କୃଷି କ୍ଷେତ୍ରରେ ଜିଡିପି ବୃଦ୍ଧି ଘଟି ୪.୫ ପ୍ରତିଶତ ହୋଇଛି । ଯାହାକି ଜାତୀୟ ହାର ଠାରୁ ଅଧିକ ରହିଛି । ଓଡ଼ିଶାରେ ଧାନ, ମାଣ୍ଡିଆ, ଡାଲି ଜାତୀୟ ଶସ୍ୟ, ତୈଳବୀଜ, ପନିପରିବା, ଫଳ, ମସଲା ଚାଷ ହେଉଥିବା ବେଳେ ଅନେକ ଲୋକ ଗୋପାଳନ ଏବଂ ପଶୁପାଳନ ଭଳି ଜୀବିକାକୁ ମଧ୍ୟ ଆପଣାଇଛନ୍ତି । ଓଡ଼ିଶାରେ କରାଯାଉଥିବା ଚାଷକାର୍ଯ୍ୟରେ ରାସାୟନିକ ସାର ଓ କୀଟନାଶକ ଖୁବ୍ କମ୍ ପରିମାଣରେ ବ୍ୟବହାର କରାଯାଉଛି । ବହୁ ସଂଖ୍ୟାରେ କ୍ଷୁଦ୍ର ତଥା ନାମମାତ୍ର ଚାଷୀଙ୍କ ନିୟୋଜନ ଏବଂ ବିଭିନ୍ନ ଜଳବାୟୁଭିତ୍ତିକ ପରିସ୍ଥିତି କାରଣରୁ ଜୈବିକ ଚାଷ ପାଇଁ ଓଡ଼ିଶାର ଏକ ବୃହତ୍ ସମ୍ଭାବନା ରହିଛି ।

ଏହାମଧ୍ୟ ପଢନ୍ତୁ.. ଓଡ଼ିଶା ବିକାଶ କନକ୍ଲେଭ, ଶିକ୍ଷା କ୍ଷେତ୍ରରେ ପୁଅ ଓ ଝିଅଙ୍କୁ ସମାନ ଗୁରୁତ୍ଵ ଦେବା ଆବଶ୍ୟକ

ଜୈବିକ କୃଷି ମୃତ୍ତିକାର ମାନରେ ଉନ୍ନତି ଆଣିବା, ଖର୍ଚ୍ଚ ହ୍ରାସ କରିବା, ଚାଷର ଆୟ ବୃଦ୍ଧି ଓ ଖାଦ୍ୟ ନିରାପତ୍ତା ଏବଂ ଗୁଣବତ୍ତା ସୁନିଶ୍ଚିତ କରିବାରେ ସାହାଯ୍ୟ କରେ । ବିଭିନ୍ନ ଯୋଜନା ଏବଂ ପଦକ୍ଷେପ ମାଧ୍ୟମରେ ରାଜ୍ୟରେ ଜୈବିକ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଜୈବିକ କୃଷି ନୀତି ୨୦୧୮ ଏବଂ ଓଡ଼ିଶା କୃଷି ନୀତି ୨୦୨୦ ପ୍ରସ୍ତୁତ କରିଛନ୍ତି । ୨୦୨୦ ମସିହାରେ ଜୈବିକ କୃଷିକ୍ଷେତ୍ର ଅନ୍ତର୍ଗତ ୨୦ ହଜାର ୮୦୦ ହେକ୍ଟରକୁ ୨୦୨୫ ସୁଦ୍ଧା ୨ ଲକ୍ଷ ହେକ୍ଟରକୁ ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ ଅଟେ ବୋଲି କନକ୍ଲେଭରେ ଯୋଗ ଦେଇଥିବା ଅତିଥିମାନେ କହିଥିଲେ ।

ଜୈବିକ ଚାଷ ପ୍ରଣାଳୀକୁ ଚାଷୀମାନଙ୍କ ମଧ୍ୟରେ ସହଜରେ ଗ୍ରହଣ କରାଇବା ତଥା ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୦୧୬ ମସିହାରେ ‘ବ୍ୟାକ୍ ଟୁ ଭିଲେଜ୍‌’(ବି୨ଭି) ପ୍ରତିଷ୍ଠା କରାଯାଇଥିଲା । ‘ବ୍ୟାକ୍ ଟୁ ଭିଲେଜ୍‌’(ବି୨ଭି) କୃଷକମାନଙ୍କୁ ଫସଲ ଚୟନଠାରୁ ଆରମ୍ଭ କରି ମାର୍କେଟ ସଂଯୋଗୀକରଣ ପର୍ଯ୍ୟନ୍ତ ଏହାର ବିସ୍ତାର କେନ୍ଦ୍ର 'ମାଟୀ' ମାଧ୍ୟମରେ ସେବା ଯୋଗାଇଥାଏ । ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରର ୧୦,୦୦୦ରୁ ଊର୍ଦ୍ଧ୍ୱ ଚାଷୀ ‘ବ୍ୟାକ୍ ଟୁ ଭିଲେଜ୍‌’(ବି୨ଭି) ସହ ଯୋଡ଼ି ହୋଇ ଏହି ସେବାର ଲାଭ ଉଠାଇ ପାରିଛନ୍ତି । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଠାରେ ‘ବ୍ୟାକ୍ ଟୁ ଭିଲେଜ୍‌’(ବି୨ଭି)ର ୫୦ ଏକର ବିଶିଷ୍ଟ ଜମିରେ ଏହି ଜୈବିକ କୃଷି ପ୍ରଣାଳୀ ମାଧ୍ୟମରେ ଫସଲ ଉତ୍ପାଦନ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.