ETV Bharat / state

ଓଡ଼ିଶା ବିକାଶ କନକ୍ଲେଭ, ଶିକ୍ଷା କ୍ଷେତ୍ରରେ ପୁଅ ଓ ଝିଅଙ୍କୁ ସମାନ ଗୁରୁତ୍ଵ ଦେବା ଆବଶ୍ୟକ

author img

By ETV Bharat Odisha Team

Published : Dec 8, 2023, 9:13 AM IST

ଭୁବନେଶ୍ବରରେ ଓଡ଼ିଶା ବିକାଶ କନକ୍ଲେଭ 2023 ଆୟୋଜିତ ହୋଇଛି । ଶିକ୍ଷା କ୍ଷେତ୍ରରେ ଉଭୟ ପୁଅ ଓ ଝିଅଙ୍କୁ ସମାନ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

odisha vikash conclave 2023
ଓଡ଼ିଶା ବିକାଶ କାନକ୍ଲେଭ 2023

ଭୁବନେଶ୍ବର: ସିୱାଇଏସଡି ପକ୍ଷରୁ ଭୁବନେଶ୍ବରରେ ଦୁଇଦିନିଆ ଓଡିଶା ବିକାଶ କନକ୍ଲେଭର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହୋଇଛି । ସମସ୍ତଙ୍କ ପାଇ ଶିକ୍ଷା ଗ୍ରହଣ ନିହାତି ଆବଶ୍ୟକ । ସମସ୍ତଙ୍କୁ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ । ଏହା ଜନସଂଖ୍ୟା ଉପରେ ଅନେକ ପ୍ରଭାବ ପକାଇଥାଏ । ଏହା ସହିତ ଉଭୟ ପୁଅ ଓ ଝିଅଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସମାନତାକୁ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।

2ରୁ 4 ବର୍ଷ ବୟସର ପିଲାମାନଙ୍କର 50 ପ୍ରତିଶତ ଅଙ୍ଗନୱାଡି ଯାଆନ୍ତି । ତେବେ ମାଧ୍ୟମିକ ଶିକ୍ଷା ଡ୍ରପଆଉଟ୍ ହାର ବିଶେଷ ଭାବରେ ଅଧିକ ରହିଛି । ଉତ୍ତମ ଗୁଣାତ୍ମକ ଶିକ୍ଷାର ଅଭାବ ହେତୁ 50 ପ୍ରତିଶତ ଛାତ୍ରଛାତ୍ରୀ ପ୍ରାଥମିକ ସ୍ତରରେ ଅଧ୍ୟୟନ କରିବାକୁ ଅସମର୍ଥ ହୋଇଥାନ୍ତି । ଶିକ୍ଷା AI ସହିତ ମିଳିତ ହେବା ଉଚିତ। ସମାଜ ଟେକ୍ନୋଲୋଜି ଗ୍ରହଣ କରିବା ସହିତ ଆଗକୁ ବଢ଼ିବା ଉଚିତ । ସମସ୍ତେ ପ୍ରାଥମିକ ସ୍ତରର ଶିକ୍ଷା ପାଇବା ଉଚିତ । ବହୁଭାଷୀ ବିଦ୍ୟାଳୟ ଫଳପ୍ରଦ ନୁହେଁ ଯାହା ଆଦିବାସୀ ଜନସଂଖ୍ୟାକୁ ବହୁତ ପ୍ରଭାବିତ କରିଥାଏ । ନୂତନ ପିଢ଼ିର ଶିକ୍ଷକମାନେ ଏଆଇ ସହିତ କାର୍ଯ୍ୟ କରିବା ଶିଖିବା ଜରୁରୀ । ଟେକ୍ନୋଲୋଜି ଏକ ଦାସ ହେବା ପାଇଁ ଉଦ୍ଧିଷ୍ଟ କିନ୍ତୁ ମଣିଷର ଗୁରୁ ହୋଇପାରିବେ ନାହିଁ ବୋଲି କନକ୍ଲେଭରେ ଆଲୋଚନା ହୋଇଛି ।

ଅନ୍ୟପଟେ ଅନେକ ଗାଁରେ ଶିକ୍ଷା ବ୍ୟବସ୍ଥା ଏବଂ ଭିତ୍ତିଭୂମି ସଜାଡ଼ିବାର ଆବଶ୍ୟକତା ରହିଛି । RTE (ଶିକ୍ଷା ଅଧିକାର) ପ୍ରତ୍ୟେକ ଗ୍ରାମରେ ଥିବା ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇ ନାହିଁ । ଏପରିକି ଅନେକ ସ୍କୁଲରେ ପର୍ଯ୍ୟାପ୍ତ ପରିମାଣରେ ଶିକ୍ଷକ ନାହାଁନ୍ତି । ଶିକ୍ଷା ସହରାଞ୍ଚଳରେ ସୀମିତ ରହିଥାଏ ଏବଂ ଗ୍ରାମାଞ୍ଚଳରେ ବିସ୍ତୃତ ଜନସଂଖ୍ୟାରେ ପହଞ୍ଚିପାରି ନାହିଁ । ଆର୍ଥିକ ଦୃଷ୍ଟିରୁ ଦୃଢ଼ ଥିବା ପରିବାର ସେମାନଙ୍କର ପିଲାମାନଙ୍କୁ ଘରୋଇ ବିଦ୍ୟାଳୟରେ ପାଠ ପଢ଼ାଇଥାନ୍ତି । ଶିକ୍ଷା ବ୍ୟବସ୍ଥା କେବଳ ପୁରୁଷ ଏବଂ ମହିଳା ପରି ଅନ୍ୟ ଜେଣ୍ଡର ଗୁଡ଼ିକୁ ମଧ୍ୟ ଧ୍ୟାନ ଦେବା ଉଚିତ୍ । ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ଏବଂ ଆଦିବାସୀ ସମ୍ପ୍ରଦାୟରେ ଜେଣ୍ଡର ଅନୁପାତ ଭଲ ରହିଛି ବୋଲି ମତ ପ୍ରକାଶ ପାଇଛି ।

ଏହି ବି ପଢନ୍ତୁ...Research Conclave: ରିସର୍ଚ୍ଚ ସୀମିତ ନ ରହି ସମସ୍ତଙ୍କ ପାଖରେ ପହଞ୍ଚିବା ଆବଶ୍ୟକ: ଧର୍ମେନ୍ଦ୍ର

ଶିକ୍ଷା ବ୍ୟବସ୍ଥା ଏପରି ଭାବରେ ଗଠନ କରାଯିବା ଉଚିତ ଯାହା ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହେବ । ପିତାମାତାମାନେ ସେମାନଙ୍କର ମାନସିକତା ସୃଷ୍ଟି କରିବା ଉଚିତ ଯେଉଁଥିରେ ସେମାନେ କେବଳ ନିଜ ପୁଅମାନଙ୍କୁ ନୁହେଁ ବରଂ ସେମାନଙ୍କର ଝିଅମାନଙ୍କୁ ମଧ୍ୟ ଗୁରୁତ୍ୱ ଦେବେ । ଓଡ଼ିଶା ବିକାଶ କନକ୍ଲେଭ୍‌ 2023ରେ ସ୍କୁଲ ଶିକ୍ଷାକୁ ନେଇ ଅନେକ ଶିକ୍ଷାବିତ୍‌ମାନଙ୍କ ଦ୍ଵାରା ଆଲୋଚନା ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଶିକ୍ଷାବିତମାନେ ଏହି କନକ୍ଲେଭ୍‌ରେ ଯୋଗ ଦେଇ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.