ETV Bharat / state

କେନ୍ଦ୍ର ପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ହାଫ ଡେ’ ଛୁଟି

author img

By ETV Bharat Odisha Team

Published : Jan 18, 2024, 9:04 PM IST

Ram mandir pran pratishtha utsav: ରାଜ୍ୟରେ ମଧ୍ୟ 22 ତାରିଖରେ ହାଫ ଡେ’ । ଅପରାହ୍ନରେ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଅଧିକ ପଢନ୍ତୁ

କେନ୍ଦ୍ର ପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ହାଫ ଡେ’ ଛୁଟି
କେନ୍ଦ୍ର ପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ହାଫ ଡେ’ ଛୁଟି

ଭୁବନେଶ୍ବର: କେନ୍ଦ୍ର ରାସ୍ତାରେ ରାଜ୍ୟ । ଅଯୋଧ୍ୟାରେ ହେବାକୁ ଥିବା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ୨୨ ତାରିଖକୁ କେନ୍ଦ୍ର ସରକାର ହାଫ-ଡେ’ ଘୋଷଣା କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ମଧ୍ୟ ରାଜ୍ୟରେ ହାଫ-ଡେ’ ଘୋଷଣା କରିଛନ୍ତି । ଏନେଇ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଦିଗନ୍ତ ରାଉତରାୟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବଙ୍କ ଦ୍ବାରା ଜାରି ବିଜ୍ଞପ୍ତି ଅନୁସାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ରାଜ୍ୟରେ ହାଫ ଡେ’ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସମଗ୍ର ରାଜ୍ୟରେ ଥିବା ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ସମସ୍ତ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନଗୁଡିକ 22 ତାରିଖ ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ବନ୍ଦ ରହିବ । ରାଜ୍ୟବାସୀ ଟେଲିଭିଜନ ମାଧ୍ୟମରେ ଉତ୍ସବର ସିଧା ପ୍ରସାରଣ ଦେଖିବାର ସୁଯୋଗ ପାଇବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ପୂର୍ବରୁ କେନ୍ଦ୍ର ସରକାର ସମଗ୍ର ଦେଶରେ ଥିବା କେନ୍ଦ୍ର ସରକାର ନିୟନ୍ତ୍ରଣାଧୀନ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ପାଇଁ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ସେହିପରି ଉତ୍ତର ପ୍ରଦେଶରେ ସେହିଦିନ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ଥାନୀୟ ସରକାର । ଏପରିକି ସେହିଦିନ ଅଯୋଧ୍ୟାର ସମସ୍ତ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କେନ୍ଦ୍ରାପଡାରେ ମଧ୍ୟ ଅନୁରୂପ ଭାବେ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଛି ।

ଏହା ମଧ୍ୟ ପଢନ୍ତୁ :- ପ୍ରାଣ ପ୍ରତିଷ୍ଠା ଉତ୍ସବ: 22ରେ ହାଫ୍-ଡେ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର

22 ରେ ଅଯୋଧ୍ୟାରେ ହେବାକୁ ଯାଉଛି ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଅନ୍ୟପଟେ ଆଜି ରାମଲାଲାଙ୍କ ଶ୍ରୀବିଗ୍ରହକୁ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାଯାଇଛି । 16 ତାରିଖରୁ ହୋମ ଯଜ୍ଞ ଓ ପ୍ରାଣ ପ୍ରତିଷ୍ଠା ପ୍ରାକ-ବିଧି ମଧ୍ୟ ଜାରି ରହିଛି । 22ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଶ୍ରୀବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଶେଷ ହେବାକୁ ଯାଉଛି । ଏଥିପାଇଁ ବିଧି ଅନୁସାରେ, ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ବ୍ରତ ମଧ୍ୟ ଧାରଣ କରିଛନ୍ତି । କାର୍ଯ୍ୟକ୍ରମକୁ ଭବ୍ୟ କରିବା ପାଇଁ ଉତ୍ତର ପ୍ରଦେଶ ସରକାର କୌଣସି ଅବସର ହାତଛଡା କରିନାହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.