ETV Bharat / bharat

ପ୍ରାଣ ପ୍ରତିଷ୍ଠା ଉତ୍ସବ: 22ରେ ହାଫ୍-ଡେ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର

author img

By ETV Bharat Odisha Team

Published : Jan 18, 2024, 4:01 PM IST

Ram Lalla Pran Pratishtha: 22 ତାରିଖରେ ଅର୍ଦ୍ଧଦିବସୀୟ ଛୁଟି ଘୋଷଣା କଲା କେନ୍ଦ୍ର । ସାରା ଦେଶର ଉତ୍କଣ୍ଠା କାରଣରୁ ନିଷ୍ପତ୍ତି । 2.30 ରୁ ଖୋଲିବ ସମସ୍ତ କେନ୍ଦ୍ରୀୟ କାର୍ଯ୍ୟାଳୟ । ଅଧିକ ପଢନ୍ତୁ

ପ୍ରାଣ ପ୍ରତିଷ୍ଠା ଉତ୍ସବ: 22 ରେ ଅର୍ଦ୍ଧଦିବସୀୟ ଛୁଟି ଘୋଷଣା କଲା କେନ୍ଦ୍ର

ନୂଆଦିଲ୍ଲୀ: 22 ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ସାରା ଦେଶରେ ଉତ୍କଣ୍ଠା ବଢିବାରେ ଲାଗିଛି । ଏଥିପାଇଁ ପୂର୍ବରୁ ଉତ୍ତର ପ୍ରଦେଶ ସରକାର ରାଜ୍ୟରେ ଛୁଟି ଘୋଷଣା କରି ସାରିଛନ୍ତି । ଆଜି କେନ୍ଦ୍ର ସରକାର ମଧ୍ୟ ଏହିଦିନକୁ ଅର୍ଦ୍ଧଦିବସୀୟ ଛୁଟି ଘୋଷଣା କରିଛନ୍ତି । ଦେଶରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧୀନ ସଂସ୍ଥା ଓ ଅନୁଷ୍ଠାନ ପୂର୍ବାହ୍ନ ପରିବର୍ତ୍ତେ ଅପରାହ୍ନ 2.30 ରୁ ଆରମ୍ଭ ହୋଇ ନିର୍ଦ୍ଧାରିତ ସମୟରେ ଶେଷ ହେବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।

ନିଷ୍ପତ୍ତି ଅନୁସାରେ, କେନ୍ଦ୍ର ସରକାର ଅଧୀନରେ ଥିବା ସମସ୍ତ ସଂସ୍ଥାର କାର୍ଯ୍ୟାଳୟ, କେନ୍ଦ୍ରୀୟ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଓ କେନ୍ଦ୍ରୀୟ ଉଦ୍ୟୋଗ ଆଦି ଅପରାହ୍ନ 2.30 ପର୍ଯ୍ୟନ୍ତ ବନ୍ଦ ରଖାଯିବ । ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶରେ ଉତ୍କଣ୍ଠା ପ୍ରକାଶ ପାଇଛି । ଦେଶବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସ୍ପଷ୍ଟ କରିଛନ୍ତି । ପୂର୍ବରୁ ଉତ୍ତର ପ୍ରଦେଶ ସରକାର ଏହି ଦିନକୁ ସାରା ରାଜ୍ୟରେ ଛୁଟି ଘୋଷଣା କରିସାରିଛନ୍ତି । ସେହିପରି ସେହିଦିନ ଉତ୍ତର ପ୍ରଦେଶରେ ଡ୍ରାଏ ଡେ’ ମଧ୍ୟ ପାଳନ ହେବ । ରାଜ୍ୟର ସମସ୍ତ ସ୍ଥାନରେ ମଦବିକ୍ରି ବନ୍ଦ ରଖାଯିବ ।

ଏହା ମଧ୍ୟ ପଢନ୍ତୁ:- ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଉତ୍ତର ପ୍ରଦେଶରେ ଡ୍ରାଏ ଡେ’, ସ୍କୁଲ-କଲେଜ ବନ୍ଦ

22 ରେ ଅଯୋଧ୍ୟାରେ ହେବାକୁ ଯାଉଛି ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତିଷ୍ଠା ଉତ୍ସବ ଦିନ ସମଗ୍ର ରାଜ୍ୟରେ ଛୁଟି ସହ ଡ୍ରାଏ ଡେ’ ଘୋଷଣା କରିସାରିଛନ୍ତି ଯୋଗୀ ସରକାର । ସେହିପରି ରାଜ୍ୟରେ ସମସ୍ତ ସ୍କୁଲ କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଅନ୍ୟପଟେ ଆଜି ରାମଲାଲାଙ୍କ ଶ୍ରୀବିଗ୍ରହକୁ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାଯାଇଛି । 16 ତାରିଖରୁ ହୋମ ଯଜ୍ଞ ଓ ପ୍ରାଣ ପ୍ରତିଷ୍ଠା ପାକବିଧି ମଧ୍ୟ ଜାରି ରହିଛି । 22 ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶ୍ରୀବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଶେଷ ହେବ । କାର୍ଯ୍ୟକ୍ରମକୁ ଭବ୍ୟ କରିବା ପାଇଁ ଉତ୍ତର ପ୍ରଦେଶ ସରକାର କୌଣସି ଅବସର ହାତଛଡା କରିନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.