ETV Bharat / state

ଏଣିକି ଉଚ୍ଚ ଶିକ୍ଷାନୁଷ୍ଠାନରେ UPSC କୋଚିଂ, ଉପକୃତ ହେବେ ଛାତ୍ରଛାତ୍ରୀ

author img

By ETV Bharat Odisha Team

Published : Dec 1, 2023, 11:46 AM IST

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ।ଏଣିକ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଦିଆଯିବ ୟୁପିଏସସି ପରୀକ୍ଷା ପାଇଁ କୋଚିଂ । ଓପିଏସ୍‌ସି ଓ ଜାମ୍ ଭଳି ପ୍ରତିଦ୍ୱନ୍ଦିତାମୂଳକ ନିଯୁକ୍ତି ପରୀକ୍ଷାର ବିଷୟ ବସ୍ତୁକୁ ପାଠ୍ୟକ୍ରମରେ ସାମିଲ କରାଯିବ ।ଅଧିକ ପଢନ୍ତୁ

ଏଣିକି ଉଚ୍ଚ ଶିକ୍ଷାନୁଷ୍ଠାନରେ ୟୁପିଏସସି କୋଚିଂ, ଉପକୃତ ହେବେ ଅନେକ ଛାତ୍ରଛାତ୍ରୀ
ଏଣିକି ଉଚ୍ଚ ଶିକ୍ଷାନୁଷ୍ଠାନରେ ୟୁପିଏସସି କୋଚିଂ, ଉପକୃତ ହେବେ ଅନେକ ଛାତ୍ରଛାତ୍ରୀ

ଏଣିକି ଉଚ୍ଚ ଶିକ୍ଷାନୁଷ୍ଠାନରେ ୟୁପିଏସସି କୋଚିଂ, ଉପକୃତ ହେବେ ଅନେକ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଛାତ୍ରାଛାତ୍ରୀଙ୍କ ପାଇଁ ଖୁସି ଖବର । ପ୍ରତ୍ୟେକ କଲେଜ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନରେ ମିଳିବ ମାଗଣା ୟୁପିଏସସି କୋଚିଂ । ଏହାସହ ଓପିଏସ୍‌ସି ଓ ଜାମ୍ ଭଳି ପ୍ରତିଦ୍ୱନ୍ଦିତାମୂଳକ ନିଯୁକ୍ତି ପରୀକ୍ଷାର ବିଷୟବସ୍ତୁକୁ ପାଠ୍ୟକ୍ରମରେ ସାମିଲ କରାଯିବ । ଯାହାଫଳରେ ଭବିଷ୍ୟତରେ ବିଭିନ୍ନ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀ ସୁଯୋଗ ପାଇବା ସହ ଅଧିକ ଦକ୍ଷ ହୋଇପାରିବେ । ଏନେଇ ଏହି କୋଚିଂରେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ସମ୍ପୃକ୍ତ କଲେଜ ବା ବିଶ୍ୱବିଦ୍ୟାଳୟ ବହନ କରିବେ ବୋଲି ସୂଚନା ମିଳିଛି ।

ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ କରିବା ପାଇଁ ଅନଲାଇନ୍ ମାଧ୍ୟମରେ ଟାଲି, ରିଟର୍ଣ୍ଣ ଫାଇଲ କରିବା ପାଇଁ ଜିଏସଟି ଆଦି ଶିକ୍ଷାଦାନ କରାଯିବ । ଏଥିପାଇଁ ନାସ୍‌କମ୍ ସହିତ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇସାରିଛି । ଉଚ୍ଚ ଶିକ୍ଷା ସହ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଗତ ୨୦ ତାରିଖରେ ହୋଇଥ‌ିବା ବୈଠକରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ସମସ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶିକ୍ଷା ବିଭାଗର ଏହି ନିଷ୍ପତ୍ତି ପାଇଁ ରାଜ୍ୟର ବହୁ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ।

ଏନେଇ ଉଚ୍ଚଶିକ୍ଷା ବିଭାଗର ଉପଦେଷ୍ଟା ତନ୍ମୟ ସ୍ୱାଇଁ କହିଛନ୍ତି, ''କଲେଜ ସମୟରେ କୋଚିଂ ଦେବା ଫଳରେ ଅନେକ ପିଲାମାନେ ପାଠ ଲଢ଼ିବା ସମୟରେ ପ୍ରତିଯୋଗିତାମୂଳକ ଶିକ୍ଷା କ୍ଷେତ୍ରରେ ଜ୍ଞାନ ଆରୋହଣ କରିପାରିବେ ଏବଂ ପାଠପଢା ସରିଲା ବେଳକୁ ସେମାନଙ୍କ ଭିତରେ ସଠିକ ଭାବରେ ଦକ୍ଷତା ବିକାଶ ହୋଇସାରିଥିବ । ସେମାନେ ଆଇଏଏସ ଭଳି ପରୀକ୍ଷାରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିବେ । ବିଶେଷ ଭାବରେ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ଏହାର ସଠିକ ଭାବରେ ସୁଯୋଗ ନେଇପାରିବେ ।''

ଏହା ମଧ୍ୟ ପଢନ୍ତୁ...ଆରମ୍ଭ ହେଲା କୁଳପତିଙ୍କ ସମ୍ମିଳନୀ, ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ସମ୍ପର୍କରେ ହେବ ଆଲୋଚନା

ଆନ୍ୟପଟେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ବିଧୁ ଭୂଷଣ ମିଶ୍ର କହିଛନ୍ତି ଯେ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ପୂର୍ବରୁ ଏଭଳି ନିଷ୍ପତ୍ତି ନେଇ କାମ କରିଛି । ୧୦୦ ପିଲା ରହିବା ଭଳି ହଷ୍ଟେଲ ମଧ୍ୟ ଅଛି । ଏବେ ସରକାର ତାକୁ ଆଉ ଥରେ ଚେଷ୍ଟା କରୁଛନ୍ତି । ତାହା ଭଲ । ଯାହା ଭୁଲ ହୋଇଛି କାହିଁକି ହେଲା ତାର ବିଶ୍ଲେଷଣ କରିବା ଉଚିତ ।

ଏହା ମଧ୍ୟ ପଢନ୍ତୁ...ବଦଳିବ ରାଜ୍ୟର ୧୦ କଲେଜର ଭିତ୍ତିଭୂମି: ଖର୍ଚ୍ଚ ହେବ ୧.୪ କୋଟି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.