ETV Bharat / state

Odisha Weather: ୨୬ରୁ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

author img

By

Published : Apr 22, 2023, 6:55 PM IST

ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପୁଣି ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା । ୨୮ରୁ ବଢିବ ତାତି । ଅଧିକ ପଢନ୍ତୁ

Etv Bharat
Etv Bharat

୨୬ରୁ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ତାତି କମିବା ସହ ତାପମାତ୍ରା ହ୍ରାସ ହୋଇଛି । ସକ୍ରିୟ ପଶ୍ଚିମା ଝଡ଼ ଓ ବାୟୁମଣ୍ଡଳରରେ ଥିବା ନିମ୍ନ ଚାପରେଖାକୁ ନେଇ କମିଛି ତାତି । ଏହି ଦୁଇ ନିୟାମକ ସହ କାଳବୈଶାଖୀ ବର୍ଷାର ସମ୍ଭାବନାକୁ ନେଇ ରାଜ୍ୟର ମେଘୁଆ ପାଗ ସହ ଅନେକ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ କମିବା ସହ ବର୍ଷା ହୋଇଛି । ଆଗାମୀ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ପୁଣି ୨୮ ପରେ ବଢ଼ିବ ତାତି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଏହି ପୁର୍ବାନୁମାନକୁ ନେଇ ଉତ୍ତରପ୍ରଦେଶ ଅଞ୍ଚଳରେ ରହିଥିବ ନିମ୍ନ ଚାପରେଖା ପ୍ରଭାବରେ ଗତକାଲି ସାରା ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବର୍ଷା ଅନୁଭୂତ ହୋଇଛି । ଆଜି ସକାଳ ସମୟରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିଛି । ୨୨, ୨୩ ଓ ୨୪ ତାରିଖରେ ସାରା ରାଜ୍ୟରେ ବିଜୁଳି ଘଡ଼ଘଡ଼ି ବର୍ଷାର ପ୍ରଭାବ ଜାରି ରହିବ । ଆଉ କେତେକ ସ୍ଥାନରେ କୁଆ ପଥର ବର୍ଷାର ସମ୍ଭାବନନା ରହିଛି । ୨୨ ଓ ୨୩ରେ ନିମ୍ନରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ୨୪ରେ ବର୍ଷାର ପରିମାଣ ଅଧିକ ରହିବ ।

ଏହା ବି ପଢନ୍ତୁ- ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ଦେବାଶିଷ, କାନ୍ଦୁଛି ଜନ୍ମମାଟି

୨୪ ତାରିଖରେ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶା ବେଶି ମାତ୍ରାରେ ପ୍ରଭାବିତ ହେବ । ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ହେବା ଫଳରେ ଜଳୀୟବାଷ୍ପ ଓଡ଼ିଶାକୁ ପ୍ରବେଶ କରିବ ଫଳରେ ସାରା ରାଜ୍ୟରେ କାଳ ବୈଶାଖୀ ପ୍ରଭାବ ଅନୁଭୂତ ହେବ । ଆଜିଠାରୁ ୨୮ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ । ଦୈନିକ ତାପମାତ୍ର ୪ରୁ ୫ ଡିଗ୍ରୀ ହ୍ରାସ ପାଇବ ବୋଲି ବିଭାଗ ଆକଳନ କରିଛି ।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ୪ରୁ ୫ ଡିଗ୍ରୀ ତାପମାତ୍ର ହ୍ରାସ ହୋଇଥିବା ବେଳେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ଅନୁଭୂତ ହୋଇଛି । ଏହାକୁ ନେଇ ନବରଙ୍ଗପୁରର ଝରିପୁରଠାରେ ସର୍ବାଧିକ ୨୨ ମିମି ବର୍ଷା ରେକର୍ଡ କରାଯାଇଛି । ପାରଦ ମିଟର ୨୮ ତାରିଖ ପରେ ବଢିଲେ ପୁଣି ବଢ଼ିବ ତାତି । ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ଉଚ୍ଚ ରହିବ ତାପମାତ୍ରା ବୋଲି ସୂଚନା ଦେଇଛି ବିଭାଗ । ସେହିପରି ବର୍ଷାର ପ୍ରଭାବକୁ ନେଇ ୨୨, ୨୩ ଓ ୨୪ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ୨୨ ତାରିଖ ପାଇଁ ୧୭ ଜିଲ୍ଲାକୁ ହଳଦିଆ ଚେତାବନୀ ଜାରି କରଯାଇଛି । ୨୩ରେ ବର୍ଷାର ସମ୍ଭାବନା ଅନେକ ସ୍ଥାନରେ ଥିବା ବେଳେ ପାଖାପାଖି ୨୬ ଜିଲ୍ଲାକୁ କମଳା ଚେତାବନୀ ଦିଆଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.